~:: ସଙ୍ଗୀତ ସୁରଭି ::~
✍ ନୀହାର ରଞ୍ଜନ ଆଚାର୍ଯ୍ୟ
ରୂପସୀ-ଲଳନା ସଙ୍ଗୀତ ମୂର୍ଚ୍ଛନା
ସା-ରେ-ଗା-ମା-ପା ର ସୁରେ,
ନିନାଦିତ କରେ ପ୍ରତିଟି ହୃଦୟ
ଆନନ୍ଦ ଉଲ୍ଲାସ ଭରେ ।।
ସୁର ତାଳ ତବ ନଭ ଶୋଭା ତାଳେ
ପ୍ରାଣେ ଭରେ ଅନୁରାଗ,
ହଂସ ହସଂରାଳୀ ଭାବ ସୁରେ ମତ୍ତ
ଝରୁଛି ସତେ ବିଭବ ।।
କୀଟ ତରୁ ଲତା ସ୍ଥାବର ଜଙ୍ଗମ
ପଶୁ ପକ୍ଷୀ ମନ ହୃଦେ,
ଯକ୍ଷ ରକ୍ଷ ଅବା ଗନ୍ଧର୍ବ କିନ୍ନର
ବିମୋହିତ ଛାନ୍ଦ ଛନ୍ଦେ ।।
ବ୍ଯଥା ଭୁଲିଯାଏ ବ୍ୟଥିତ ହୃଦୟ
ଆତ୍ମଜ୍ଞାନ ବଳି ଦେଇ,
ଚାତକ ପରାୟେ ଚାହିଁ ରହିଥାଏ
ସଙ୍ଗୀତ ଝଙ୍କାର ପାଇଁ ।।
ବରଷାର ମନ ହୁଏ ଛନ୍ନ ଛନ୍ନ
ବର୍ଷିବାକୁ ସୁର ତାଳେ,
ସାତ ସୁରେ ବନ୍ଧା ଜୀବନର ଗାଥା
ଚେତାଇ ଦେବାକୁ ହେଳେ ll
ସଙ୍ଗୀତ ସୁରଭି ବିଚ୍ଛୁରିତ ହେଲେ
ଆତ୍ମାକୁ କରେ ବିଭୋର,
ଦ୍ୱାପରେ ପ୍ରମାଣ ହୋଇଛି ମର୍ତ୍ତ୍ୟରେ
ମୋହନ ବଂଶୀର ସ୍ଵର ।।
No comments:
Post a Comment