Saturday, October 9, 2021

ସମର୍ପଣ (topic - 108 ଜଙ୍ଗଲ ) quote #quot

ଜଙ୍ଗଲ  - 108 

ପ୍ରକୃତି ରାଣୀର ପଣତ କାନିର
       ଏ ଶୋଭାବର୍ଦ୍ଧକ ସାଜ
ଯତ୍ନେ ଜଡିବୁଟି ବକ୍ଷରେ ସାଉଁଟି
      ଜଗତେ ଜଙ୍ଗଲ ରାଜ
ଜନମଞ୍ଚେ ଜିତା ଆହା ଆଶ୍ରଦାତା
      ପଶୁ ପକ୍ଷୀ ପ୍ରାନ୍ତରରେ
ନବୀକରଣର ସଂକଳ୍ପ ଆମର
      ଯୁବପୀଢି ଜାଗିବାରେ
               - ଦାଶରଥି ସାହୁ 

ସବୁଜିମା ଭରା ପଣତ କାନିରେ
     ମନ ଯା' ଆକାଶ ଛୁଆଁ
ପ୍ରକୃତି କୋଳରେ ସେ' ପ୍ରକୃତି କନ୍ୟା
      ଜଙ୍ଗଲ ତାହାରି ନାଆଁ 
କେତେ ଯେ ସାଇତା ତା' ହୃଦେ ଯତନେ
      ମୂଲ୍ୟବାନ ଗୁପ୍ତଧନ
ଅଗଣିତ ଜୀବ ରହନ୍ତି ତା' ଘରେ
      ଆରାମରେ କାଟି ଦିନ 
              - ରାମ ଚନ୍ଦ୍ର ପ୍ରଧାନ 

ସୁସ୍ଥ ପରିବେଶ ସୁସ୍ଥ ଜୀବନର
         ଜଙ୍ଗଲ ଏକ ସମ୍ପଦ 
ତାହାରି ସୁରକ୍ଷା କର୍ତ୍ତବ୍ୟ ବଳରେ
      ହଟିବ ପ୍ରକୃତି ତାଣ୍ଡବ 
ଜଙ୍ଗଲ କ୍ଷୟରେ ମାନବର କ୍ଷୟ 
       ଏହାହିଁ ବିଧି ବିଧାନ 
 ଜଙ୍ଗଲ ସୃଷ୍ଟିରେ ପ୍ରକୃତି ହସିବ 
        ପରିପୂର୍ଣ୍ଣେ ଅମ୍ଳଜାନ 
            - ସନ୍ତୋଷ ପଟ୍ଟନାୟକ

ହଳାହଳ ସଦା କରୁଥାଏ ପାନ 
      ବାଣ୍ଟଇ ଅମୃତ ଧାରା
ସଭିଙ୍କୁ ଆଶ୍ରୟ ଦିଅଇ ଖୁସିରେ 
      ଟାଳି ଦିଏ ଝାଞ୍ଜି ଖରା 
ଅମ୍ଳଜାନ ସୃଷ୍ଟି ଟାଣି ଆଣେ ବୃଷ୍ଟି 
     ମାନବ କଲ୍ୟାଣ ଚାହିଁ 
ପ୍ରଭୁଙ୍କ ସୃଷ୍ଟିର ଅମୂଲ୍ୟ ସମ୍ପଦ 
      ଜଙ୍ଗଲ ନାମ ବୋଲାଇ 
                  - ଟୁକୁନା ସାହୁ

ପ୍ରକୃତି ରାଣୀର ସୈନ୍ଦର୍ଯ୍ଯ ଅଟୁ ତୁ
          ପର୍ବତ ନାମକୁ ବହି
ଯେବେ ଠାରୁ ସୃଷ୍ଟି ଏ ଜୀବ ଜଗତ
     ଅଛୁ ତୁ ସେବେଠୁ ରହି
ସବୁଜ ବର୍ଣ୍ଣରେ ସଜାଇ ନିଜକୁ
        ଅଛୁ ଖରା ବର୍ଷା ଖାଇ
ନାନା ପଶୁ-ପକ୍ଷୀକୁ ଦେଉତୁ ଆଶ୍ରୟ
        ଜଙ୍ଗଲ ନାମକୁ ବହି
                  ‐ ଜଗବନ୍ଧୁ ସାହୁ

ଜରାଶୀର୍ଣ୍ଣ ଏବେ ଜଙ୍ଗଲ ଶରୀର
         ଆମରି ମାନଙ୍କ ଯୋଗୁଁ
 ତାକୁ ନ ଆଦରି ତାକୁ ନ ସଂରକ୍ଷି
        ଆମେ ହିଁ କଷଣ ଭୋଗୁ
ଗଢିବାକୁ ହେବ ତାକୁ ଆଗଭଳି
         ସୁସ୍ଥ ପରିବେଶ ଲାଗି
 ଆସ ଗ୍ରାମବାସୀ ଆସ ଦେଶବାସୀ
         ଅଣଦେଖା ନିଦୁ ଜାଗି
ଲକ୍ଷ୍ୟ ଦିଅ ଏବେ ବୃକ୍ଷ ରୋପିବାରେ
         ପୁନଶ୍ଚ ପୃଥିବୀ ପାଇଁ
ଆଉ ଡେରିକଲେ ଜୀବଜଗତର
          ଅସ୍ତିତ୍ବ ରହିବ ନାହିଁ
                   - ରବିନ୍ଦ୍ର ସାହୁ

ନିଘଞ୍ଚ ଜଙ୍ଗଲ ପରବତ ବନ
       ସୃଷ୍ଟିର ଏ ଅନୁଦାନ
ମାନବ ସହିତ ନିବିଡ଼ ସମ୍ପର୍କ
     ଯା ପାଇଁ ତିଷ୍ଠେ ଜୀବନ
ସେହି ଶୋଭାରାଜି ଲୁପ୍ତ ପ୍ରାୟ ଆଜି
       ବଢୁଛି ଜଙ୍ଗଲ କ୍ଷୟ 
ପୁନଉଦ୍ଧାର ର ଆବଶ୍ୟକ ଆଜି
       ନ ହେଲେ ବିପର୍ଯ୍ୟୟ 
          -   ପ୍ରବୀର ମଲ୍ଲିକ୍

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...