Thursday, November 11, 2021

● ଚରଣାନୁଗତ ●

● ଚରଣାନୁଗତ ● ✍ ନୀହାର ରଞ୍ଜନ ଆଚାର୍ଯ୍ୟ 

ଆସିଥିଲି ଯେବେ ମାଆ କୋଳକୁ ମୁଁ 
ବାପା ହେଲେ କେତେ ଖୁସି, 
କୋଳରେ ଖେଳେଇ ଦୋଳିରେ ଝୁଲେଇ 
ବଢ଼ାଇଲେ ସତେ ଶଶୀ। ୧।

ଷୋଳଟି ଫଗୁଣ ଡେଇଁଯିବା ପରେ 
ଯେବେ ଯୌବନ ପଶିଲା, 
ଦେଖି ଦୁନିଆର ରୀତିନୀତି ସବୁ 
ମନେ ବୈରାଗ୍ୟ ଆସିଲା। ୨।

ସଂସାର ସୁଖକୁ ଭୁଲି ଗଲି ମୁହିଁ 
ଗେରୁଆ ଆଦରି ନେଲି
ଭୌତିକ ବାସନା ପଛେ ଛାଡ଼ି ଦେଇ  
କାଳିଆକୁ ଆଶ୍ରା କଲି । ୩।

ଜନମ ମୋହର ସାର୍ଥକ ଲଭିବ 
ପାଇଲେ ଚରଣ ସ୍ପର୍ଶ, 
ସେହି ପଦେ ରହି ଦେଖୁଥିବି ମୁହିଁ 
କଳାମୁଖ ସ୍ମିତ ହାସ୍ୟ ।୪।

ଲୋଡ଼ା ନାହିଁ ମୋର ସଂସାର ବନ୍ଧନ 
କୋଳରେ କୋଳେଇ ନିଅ 
ସେଇ ପ୍ରେମ ପାଇ ମୁକତି ଲଭିବି 
ଶ୍ରୀଚରଣେ ସ୍ଥାନ ଦିଅ ।୫।

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...