Thursday, November 11, 2021

● ଅପେକ୍ଷା ●

- *ଅପେକ୍ଷା*-

ଅପେକ୍ଷାର ଅନ୍ତ କେବେ ହେବ ତା' ମୁଁ ଜାଣିନି
ହେଲେ ଅପେକ୍ଷା କରିଛି ତୁମ ସନ୍ଦେଶକୁ
ତୁମେ ଫେରିବକି ନାହିଁ ତା'ମଧ୍ୟ  ଜାଣିନି
ହେଲେ ଅପେକ୍ଷା କରିଛି ତୁମ ଫେରିବା ବାଟକୁ


ତୁମକୁ ଅପେକ୍ଷା କରିଛି,ହଁ କେବଳ ତୁମକୁ 
ଠିକ୍ ଚାତକ ପରି କେବଳ ତୁମ
ଫେରିବା ବାଟକୁ ଚାହିଁ ରହିଛି,
କାରଣ ମୁଁ ତମକୁ ଭଲ ପାଉଛି,
ତୁମେ ମନେ ରଖିଥିବ କି ଭୁଲି ଯାଇଥିବ 
ତା' ମୁଁ ଜାଣିନି ,,,,
ହେଲେ କଥା ଦେଇଥିଲ ତୁମେ କେବଳ ମୋର ଆଉ ,
ମୁଁ ସବୁ ଦିନ ପାଇଁ ତୁମ ହୃଦୟରେ ଥିବି !!!

ତୁମେ ତୁମ ପ୍ରତିଶ୍ରୁତି,ପ୍ରତିଜ୍ଞା କଥା
ମନେ ରଖିଥିବ କି ନାହିଁ ,
 ତା' ମୁଁ ଜାଣିନି ,,,,
ହେଲେ ତୁମର ପ୍ରତ୍ୟକଟି କଥା
ମୁଁ ମୋ ହୃଦୟରେ ସାଇତିକି ରଖିଛି 
କାରଣ ମୁଁ ତୁମକୁ ମୋ ଜୀବନଠୁ ଅଧିକ ଭଲ ପାଉଛି ,
ତୁମକୁ ଝୁରୁଛି,
ତୁମ ପାଇଁ ମରୁଛି   !!!

ତୁମେ ମୋ ଠାରୁ ଦୁରରେ ରହି କେମିତି ଅନୁଭବ କରୁଥିବ 
ତା'ମଧ୍ୟ  ମୁଁ ଜାଣିନି,
ହେଲେ ତୁମକୁ ଅପେକ୍ଷା କରି କିପରି ବଞ୍ଚିଛି !!
ଥରେ ଆସି ଦେଖି ଯାଅ,ତୁମପାଇଁ ମୁଁ କେମିତି ଶବ ପାଲଟି ଯାଇଛି ,,,
ମୋ ନିଃଶ୍ୱାସ-ପ୍ରଶ୍ୱାସରେ
କେବଳ ତୁମକୁ ଅନୁଭବ କରୁଛି !!!

ମୋର ଶିରା, ପ୍ରଶିରା,ରକ୍ତ,ଧମନୀର
ପ୍ରତ୍ୟେକଟି ଉପାଦାନରେ
କେବଳ ତୁମକୁ ଅନୁଭବ କରୁଛି,
ଖାସ୍ ତୁମ ପାଇଁ ମୁଁ କେବଳ 
ତୁମ ଅପେକ୍ଷାରେ ଅଛି,
ତୁମ ଫେରିବା ବାଟକୁ ଚାହିଁ,
ତୁମ ଭଲ ପାଇବା ପାଇଁ,
ମୋ ଜୀବନର ସାଥି କରିବା ପାଇଁ  ।

ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...