Thursday, November 25, 2021

ସମର୍ପଣ (topic - 111 ସାଧନା ) quote #quot


ସାଧନା ବଳେ         ସବୁ ସମ୍ଭବ 
     ପଶୁବି ପୋଷା ମାନେ 
ସାଧନା କରି             ଭବୁ ତରନ୍ତି 
       ଯୋଗୀ ସନ୍ୟାସୀ ଗଣେ 
ସାଧନା ବଳେ          ଶିକ୍ଷା ସମ୍ଭବ 
           ଜ୍ଞାନ ବିଜ୍ଞାନ ତାଳେ 
 ସାଧନା ଥିଲେ         ବିକାଶ ନିଶ୍ଚେ 
          ନାହିଁ ସଂନ୍ଦେହ ତିଳେ .....
                - ସନ୍ତୋଷ ପଟ୍ଟନାୟକ

ସାଧନାର ବଳେ ହିମାଳୟ ପରେ      
      ପହଞ୍ଚି କିଶୋରୀ ଗଣ 
 ସବୁ ଜଟିଳକୁ  କରନ୍ତି  ସରଳ 
        ଶୁଣ ସର୍ବ ଜନେ ଶୁଣ 
ମନେ ଏକାଗ୍ରତା ହୋଇଲେ ଜାଗୃତ
       ଅସାଧ୍ୟ କାର୍ଯ୍ଯ ସରଳ 
ପଙ୍ଗୁ ବି ଲଙ୍ଘିବ ଗିରିଶୃଙ୍ଗ ମାଳ 
         ନୁହଁଇ କିଛି ଜଟିଳ ।
             - ରାଧାକୃଷ୍ଣ ବାୟକ

ହରିନାମ ରସ ମୁଖେ ଦିଏ ହସ 
    କଷଣେ କରିଲେ ପାନ 
ମୁକତି ପଥରେ ଆତ୍ମାର ବିଲୀନ 
       ହଜି ଯାଏ ପାପ ଚିହ୍ନ   
ନୁହଁଇ ସହଜ ପ୍ରତି ପାଦେ ଧୈର୍ଯ୍ୟ
      ଅସହ୍ୟ ଯନ୍ତ୍ରଣା ପଥେ 
ନଷ୍ଟ ପ୍ରାଣୀ ପୁଣି ଶ୍ରେଷ୍ଠ ହୋଇଯାଏ 
        ହରି ସାଧନାର ରଥେ ।
                   - ଟୁକୁନା ସାହୁ

ସାଧନା ବଳରେ   ଶକ୍ତ ଏ ମଣିଷ
     ସାଧନାରେ ଦିବ୍ଯ ଦୃଷ୍ଟି
ସାଧନା ବଳରେ  ଗଢିଲେ ଇଶ୍ବର
       ସୁନ୍ଦର ଏଇ ଯେ ସୃଷ୍ଟି
ସାଧନାରେ ପରା  ମନ ରହେ ଶାନ୍ତ
      ସାଧନାରେ ସିଦ୍ଧି ପ୍ରାପ୍ତି 
ସାଧନାରେ ପରା ଦିବ୍ଯ ଶକ୍ତି ମିଳେ
         ଇଶ୍ବର ହୁଅନ୍ତି ପ୍ରିତି
                  - ଜଗବନ୍ଧୁ ସାହୁ

ସାଧନା ବଳରେ ପଙ୍ଗୁ ଲଂଘେ ଗିରି
         ଅଜ୍ଞାନୀ ହୁଅଇ ଜ୍ଞାନୀ
  କଣ୍ଟକିତ ପଥ     ହୁଅଇ ସହଜ
         ଗରିବ ବି ହୁଏ ଧନୀ 
ସାଧନା ପଥରେ ଧୈର୍ଯ୍ୟ ସହକାରେ
     ରଖିଲେ ନିଷ୍ଠାର ଭାବ
ସାଧନାରୁ ମିଳେ    ଅଦୃଶ୍ୟ ଶକତି
          ଟଳିଯାଏ ପରାଭବ 
                - ରାମ ଚନ୍ଦ୍ର ପ୍ରଧାନ

ସାଧନା ଏ ଶବ୍ଦ ସାଫଲ୍ୟ ନିନାଦ
     ମହାନ ମନାଙ୍କ ମତ
ଅକାଟ୍ୟ ଏ ବାଣୀ ଭିନ୍ନତା ଭିଆଣି
      ଚରାଚରେ ପରିକ୍ଷିତ
ସାଧନାରେ ସିଦ୍ଧି  ପୃଥିବୀ ପରିଧି
        ସଭିଏଁ ରଖହେ ଜାରି
ଆପଣା ଉଦ୍ୟମେ ସାଧନର ଶ୍ରମେ
     ସାତ ସିନ୍ଧୁ ହେବ ପାରି
            -  ଦାଶରଥି ସାହୁ

ସାଧନା ମାଧ୍ୟମେ ଯାହା ସିଦ୍ଧି ମିଳେ
     ଭକ୍ତ ଭଗବାନ ଭାବ
  ତପସ୍ୟାର ଆଳେ ସାଧନାର ବଳେ
       ଦୁଃସାଧ୍ୟା ମଧ୍ୟ ସମ୍ଭବ
ଦେବ ସୁର ନର କେତେ ମୁନୀ ଋଷି 
       ବୁଝି ସାଧନାର ତତ୍ତ୍ଵ
ପୋଥି ପୁରାଣରେ ସ୍ୱର୍ଣ୍ଣାକ୍ଷରେ ଲେଖା
       ସାଧନାର ଆଦି ଅନ୍ତ
             - ପ୍ରବୀର ମଲ୍ଲିକ

ସାଧନାର ବଳେ ଦଶ୍ଯୁ ରତ୍ନାକର
     ମନକୁ କରିଲେ ବଶ
 ବାଲ୍ମିକି ପାଲଟି ରାମାୟଣ ରଚି
      ଅର୍ଜିଗଲେ ବହୁ ଯଶ
କେତେ ମୁନୀ ଋଷି ସାଧନାରେ ବସି
         ତେଜିଣ ପାନୀୟ ଖାଦ୍ଯ
 ବିଭୁଙ୍କୁ ସୁମରି  ବର ପ୍ରାପ୍ତିଛନ୍ତି
        ଅସାଧ୍ୟକୁ କରି ସାଧ୍ୟ 
                   - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...