Thursday, November 25, 2021

● ସ୍ବପ୍ନର ପରୀ ●

ଆସ ମୋ ସ୍ୱପ୍ନରେ ପାହାନ୍ତି ସକାଳେ 
ପରୀ ରାଇଜରୁ ଓହ୍ଲାଇ
ଦେଖି ପାରେ ନାହିଁ ତୁମ ମୁହଁ ପ୍ରିୟା 
କ୍ଷଣକରେ ଯାଅ ଉଭେଇ .....

ଇଛା ହୁଏ ପ୍ରିୟା ତୁମକୁ ଦେଖିବି
ତୁମ ସାଥେ ପ୍ରେମାଳପ  କରି
ତୁମ ସହ କିଛି ସମୟ କାଟିବି
ତୁମ ସାଥେ ସାରା ଜୀବନ ରହିବି ..... 

ହେଲେ ଯେବେ ତୁମେ ସ୍ୱପ୍ନରେ ଆସୁଛ
ମରୀଚିକା ପରି ଉଭେଇ ଯାଉଛ
କ୍ଷଣକେ ଆସୁଛ କ୍ଷଣକେ ଯାଉଛ
ପାଗଳ ଦେଉଛ କରି,
ଯେବେ ନିଦ ଭାଙ୍ଗିଯାଏ 
ମନ ହେଉଥାଏ ଝୁରି ......

କିଏ ତୁମେ ପ୍ରିୟା ! ଚିହ୍ନା ଦିଅ ଥରେ 
ତୁମେ ପରୀ କିବା ସ୍ୱର୍ଗର ଅପସରି .....!!!
ତୁମ ଭାବନାରେ ବୁଡ଼ି ମୁଁ' ରହୁଛି
ଭାବନାରେ ଦିନ-ରାତି କାଟୁଛି, 
ତୁମ ପାଇଁ କେତେ କବିତା ଲେଖୁଛି, 
ପୁଣି ତୁମକୁ କେତେ ଝୁରି ହେଉଛି,
ତୁମକୁ ଦେଖିବା ପାଇଁ,,,
ଶୋଇଯାଏ ନିଦେ ଅତି ଶିଘ୍ର 
ଶେଜରେ ସ୍ୱପ୍ନରେ ଭେଟିବା ପାଇଁ ....!!!

ଆସ ଯେବେ ତୁମେ ସ୍ୱପ୍ନରେ
ଆଖି ପଲକରେ ସାଇତି ରଖିବା ପାଇଁ 
ମନ ହୁଏ ଭାରି ଅସ୍ତିର
ତୁମକୁ ସାଇତିବା ପାଇଁ,,,
ମନେ ଆଙ୍କିଦିଏ ତୁମ ପ୍ରତିଛବି !
ରମ୍ଭା,ମେନେକାଦି ଉର୍ବଶୀ ସବୁ
ତୁମ ଆଗେ ଫିକା ପଡ଼ିଯିବେ
ମୋ ହୃଦୟ ତୁଳୀ ଆଗେ
 ତୁମକୁ ଦିଏ ମୁଁ ଆଙ୍କି .....!!!

ତୁମ ପରିଚୟ ଅଜଣା, 
ଖୋଜି ହୁଏ ତୁମ ଠିକଣା,
ସ୍ୱପ୍ନରେ ସ୍ୱପ୍ନରେ ଘୁରି ବୁଲୁଥାଏ
ପାଇବାକୁ ତୁମ ଠିକଣା
ଝୁରି ହୋଇଥାଏ ତୁମକୁ ନପାଇ
ଅଧିର ମୁଁ ତୁମକୁ ଦେଖିବା ପାଇଁ 
ସ୍ୱପ୍ନ ମୋର ଯାଏ ଲମ୍ବି ,
ହେଲେ ରାତି ଯାଏ ସରି,
 ନିଦ ଯାଏ ଭାଙ୍ଗି 
ଅଧୁରା ରହିଯାଏ ସ୍ବପ୍ନ 
ତୁମକୁ ଦେଖି ନପାରି .....

ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...