✍ ଉପସ୍ଥାପନା ; ଶିଶିର ସାହୁ ମନୋଜ
ଆମ ଓଡ଼ିଶାର ମାଆ ଭଉଣୀମାନେ ୩୬୫ଦିନ ତୁଳସୀ ଚଉରା ମୂଳରେ ଦୀପ ଜାଳନ୍ତି । ଆମ ଓଡ଼ିଶାରେ ତିନିଶହ ପଞ୍ଚଷଠୀ ଦିନ ତୁଳସୀ ପୂଜନ ଦିଵସ ହୋଇଥାଏ । ଦ୍ବିତୀୟତଃ ଭାରତୀୟ ପର୍ଵ ପର୍ଵାଣୀ ତିଥି ଆଧାରିତ ହୋଇଥାଏ । ଆମର ତିଥି ପ୍ରତିଵର୍ଷ ବଦଳେ ଅର୍ଥାତ୍ ଗ୍ରେଗୋରି ପଞ୍ଜିକା ସହିତ ତୁଳନା କଲେ ଆମ ଭାରତୀୟ ପଞ୍ଜିକାର ଏକଵର୍ଷରେ ୩ ନଭେମ୍ବରରେ ଦୀପାଵଳୀ ହେଉଥିଵାଵେଳେ ଅନ୍ୟ ଏକ ଵର୍ଷରେ ୨୬ ଅକ୍ଟୋବରରେ ହୋଇଥାଏ । ଏ ଦୃଷ୍ଟିରୁ ଦେଖିଲେ ପ୍ରତିଵର୍ଷ ୨୫ ଡିସେମ୍ବର ଦିନ ତୁଳସୀ ପୂଜନ ଭାରତୀୟ
କାଳ ଗଣନ ପଦ୍ଧତିର ସମ୍ପୂର୍ଣ୍ଣ ପକ୍ଷପାତୀ ତଥା ଅଶାସ୍ତ୍ରୀୟ । ଭାରତରେ ପାଳିତ ହେଉଥିଵା ଯେକୌଣସି ପର୍ଵ ପର୍ଵାଣୀ ଵ୍ରତ ଓଷା ତିଥି ଆଧାରିତ ହୋଇଥାଏ । ଗ୍ରେଗୋରି ପଞ୍ଜିକା ଅନୁସାରେ ସନାତନ ପର୍ଵପାଳନ ଭାରତୀୟ ସଂସ୍କୃତି ଵିରୋଧୀ ପ୍ରଦକ୍ଷେପ ।
ଏଭଳି ଅଶାସ୍ତ୍ରୀୟ ପର୍ଵ ପାଳନ ଭଵିଷ୍ୟତରେ ହିନ୍ଦୁମାନଙ୍କର ଧର୍ମାନ୍ତରୀକରଣର ବାଟ ନ ଫିଟାଉ ।
ଅଵଶ୍ୟ ଏହା ସତ ଯେ ଯେଉଁଭଳି ଭାବରେ ଆଜିକାଲି ହିନ୍ଦୁମାନେ କ୍ରିସମାସ୍ ଓ ଗ୍ରେଗୋରିଆନ ନଵଵର୍ଷ ପାଳନ କରୁଛନ୍ତି ଅନେକ କଠୋରପନ୍ଥୀ ହିନ୍ଦୁ ଏହା ଦେଖି ଵ୍ୟତିଵ୍ୟସ୍ତ ହୋଇ ଏଭଳି ଏକ ପର୍ଵର ପରିକଳ୍ପନା କରିଥିଲେ । କିନ୍ତୁ ଯେତେବେଳେ ଏହି ତୁଳସୀ ପୂଜନ ପର୍ଵର ପରିକଳ୍ପନା କେହି କରିଥିଲା ସେ ସେତେବେଳେ ଭାରତୀୟ ସଂସ୍କୃତିର କାଳଗଣନ ପଦ୍ଧତି ଅନୁସାରେ ଯେ ଭାରତରେ ପର୍ଵପାଳନର ପ୍ରଥା ଚଳି ଆସୁଛି ତାକୁ ପାଶୋରି ଦେଇଥିଲା ଵା ସେଥିପ୍ରତି ଵିଚାର କରିନଥିଲା । ତେବେ ଏଭଳି ଅଶାସ୍ତ୍ରୀୟ ପର୍ଵପାଳନ ହିନ୍ଦୁମାନଙ୍କ ପ୍ରତି ବୁମେରାଂ ମଧ୍ୟ ହୋଇପାରେ । ଥରେ ଭାବି ଦେଖନ୍ତୁ ଆଜି ଯେଉଁମାନେ ତୁଳସୀ ପୂଜନ ନାଆଁରେ କ୍ରିସମାସ୍ ଦିନ ଶୁଭେଚ୍ଛା ବାଣ୍ଟୁଛନ୍ତି ସେମାନଙ୍କ ପରଵର୍ତ୍ତୀ ପିଢ଼ି ଯଦି ତାକୁ ଗ୍ରହଣ କରିନିଏ ଏଵଂ ଖ୍ରୀଷ୍ଟିଆନମାନେ ମଧ୍ୟ ତୁଳସୀକୁ ଜିଶୁଙ୍କ ସାକ୍ଷାତ ସ୍ଵରୂପ ଓ ଖରିସ୍ତାନୀ ଧର୍ମର ପଵିତ୍ର ଵୃକ୍ଷ ଆଦି ଘୋଷଣା କରିଦିଅନ୍ତି ତାହାଲେ କ'ଣ ହେଵ ?
ଫଳରେ ହିନ୍ଦୁମାନେ ସହଜରେ ଧର୍ମାନ୍ତରୀତ ହୋଇଯିବେ । ଏମିତି ପୂର୍ଵରୁ ମଧ୍ୟ ହୋଇଛି । ଵସ୍ତୁତଃ ଅନେକ ଗଵେଷକ କୁହନ୍ତି ଯେ କ୍ରିସମସ୍ ମୂଳତଃ ଏକ ଖ୍ରୀଷ୍ଟିଆନ ପର୍ଵ ନୁହେଁ କି ପଚିଶ ଡିସେମ୍ବରରେ ଜିଶୁଙ୍କର ଜନ୍ମ ହୋଇଥିଲା ବୋଲି କୋଉଠି ବି ଲେଖାଯାଇନାହିଁ । ଅନେକ ଲୋକଙ୍କର ଏଇଟା ଗୋଟିଏ ବଡ଼ ଭ୍ରମଧାରଣା ଯେ ଆଜି ମୁସଲମାନମାନଙ୍କର ମସିହା ଇଂଜିଲ୍ ବା ଖ୍ରୀଷ୍ଟିଆନମାନଙ୍କର ଖ୍ରୀଷ୍ଟ(ଖ୍ରୀଷ୍ଟର ଅର୍ଥ ମସିହା) ଜିସସ୍ଙ୍କର ଜନ୍ମ ଦିନ କିନ୍ତୁ ପ୍ରକୃତରେ ବାଇବେଲ୍ ରେ କେଉଁଠି ବି କୁହାଯାଇନାହିଁ ଯେ
ଜିସୁ କେବେ ଜନ୍ମ ହୋଇଥିଲେ ।
ପ୍ରକୃତରେ ପ୍ରାଚୀନ ରୋମାନ୍ ଧର୍ମ ର
“pagan Roman festival” sol ଯାହା ଵର୍ଷ ଶେଷ ହେଲେ ପାଳିତ ହେଉଥିଲା
ତାହାର ଖିରସ୍ତାନୀକରଣ କରାଯାଇ
କ୍ରିସମାସ୍ ନାମ ଦିଆଯାଇଛି ।
ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ରୋମାନ୍ ମାନେ ନଵଵର୍ଷ ପାଳୁଥିଲେ ଏଵଂ ଏହା ଭାରତର ମକର ସଂକ୍ରାନ୍ତି ସହିତ ତୁଳନୀୟ ତଥା ମକର ସଂକ୍ରାନ୍ତି ଭଳି sol ମଧ୍ୟ ଏକ କୃଷିଭିତ୍ତିକ ପର୍ଵ ଥିଲା । ଏହି ପେଗାନ୍ ରୋମାନ୍ ପର୍ଵଟି ରୋମାନ୍ ଦେଵତା Sol ଙ୍କର ଜନ୍ମ ଦିଵସ ଭାବେ ପାଳିତ ହେଉଥିଲା । Sol ଶବ୍ଦଟି ମଧ୍ୟ ଏକ ମୂଳ ଇଣ୍ଡୋ ଇଉରୋପିଆନ୍ ଜର୍ମାନ ଶବ୍ଦରୁ ଆସିଅଛି ଯହିଁ ରୁ ଗୋଟିଏ ପଟେ sun ଭଳି ଶବ୍ଦ ସୃଷ୍ଟ ହେଲା ବେଳେ ଅନ୍ୟ ପଟେ ସୂର୍ଯ୍ୟ ପରି ଶବ୍ଦ ସୃଷ୍ଟି ହୋଇଛି । 350 ADରେ Pope Julius December 25 କୁ ଖ୍ରୀଷ୍ଟଙ୍କର ଜନ୍ମ ଦିଵସ ଘୋଷଣା କରି ଗୋଟିଏ ତୀରରେ ଦୁଇଟି ଶିକାର କରିଥିଲେ । ଫଳରେ ପେଗାନ୍ ରୋମାନ୍ ଧର୍ମର ଲୋକେ ଚାହୁଁଚାହୁଁ ଖିରସ୍ତାନୀ ହେଵାକୁ ଲାଗିଲେ ଏଵଂ ସେମାନେ ନିଜର ମୂଳ ଆର୍ଯ୍ୟେତ୍ତର ଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ ହୋଇଗଲେ ।
ତେବେ ଏଇଠେ ମନରେ ପ୍ରଶ୍ନ ଆସେ
ଯେ ଜିସୁଙ୍କର ଜନ୍ମ ତାହେଲେ କେବେ ହୋଇଥିଲା ...?
ବାଇବେଲ୍ରେ ସେ କଥା ଗୋଟିଏ ସ୍ଥାନରେ ପରୋକ୍ଷ ଭାବେ କୁହାଯାଇଛି ...
"there were in the same country shepherds abiding in the field, keeping watch over their flock by night" (Luke 2:8)
ଅର୍ଥାତ୍ ବଇବେଲ୍ ଅନୁଯାୟୀ ଜିସସ୍ଙ୍କ ଜନ୍ମ ସମୟରେ ମେଷପାଳକ ମାନେ ରାତ୍ରିକାଳରେ ତାଙ୍କ ମେଷଗୁଡି଼କୁ ଚାରଣଭୂମିରେ ଛାଡି଼ଦେଇଥିଲେ ଏଵଂ ସେହି ସେମାନଙ୍କୁ କେହି ହିଂସ୍ରଜନ୍ତୁ କ୍ଷତି ନଘଟାଉ ସେଥିପ୍ରତି ଦୃଷ୍ଟି ରଖିଥିଲେ ।
ଜିଶୁଙ୍କ ଜନ୍ମଭୂମି ପାଲେଷ୍ଟାଇନ୍ରେ ଡିସେମ୍ବର ମାସରେ ଏମିତି ହେଵା କଷ୍ଟସାଧ୍ୟ କଥା ନିଶ୍ଚୟ କାରଣ ଏଠାରେ ଶୀତ ଦିନେ ଵର୍ଷା ହୋଇଥାଏ ଵିଶେଷ କରି ଡିସେମ୍ବର ମାସରେ । ପାଲେଷ୍ଟାଇନ୍ରେ ଶୀତ ଦିନରେ ଵର୍ଷା ହେଵା କଥା ବାଇବେଲ୍ରେ ମଧ୍ୟ ପରୋକ୍ଷ ଭାବେ
Song of Solomon 2:11, ଓ Ezra 10:9, ଓ 13 ରେ ଏହା ଵର୍ଣ୍ଣିତ ହୋଇଅଛି । ତେଣୁ ବାଇବେଲ୍ ର ଵର୍ଣ୍ଣନା ଅନୁଯାୟୀ ପାଲେଷ୍ଟାଇନ୍ରେ ଜିଶୁଙ୍କର ଜନ୍ମ ୨୫ଡିସେମ୍ବରରେ ନୁହେଁ ଵରଂ ଅକ୍ଟୋବର ୧୫ ପୂର୍ଵରୁ ହୋଇଥିଵା ସମ୍ଭଵ ।
ସେ ଯାହା ହେଉ କେତେକ ଗଵେଷକ କ୍ରିସମସ୍କୁ sol ମତାନ୍ତରେ saturnalia ନାମକ ପେଗାନ୍ ରୋମାନ୍ ପର୍ଵର ପରିଵର୍ତ୍ତିତ ରୂପ ବୋଲି ମତ ଦିଅନ୍ତି । କେତେକ ଗଵେଷକ କୁହନ୍ତି ଭାରତୀୟ ମକର ସଂକ୍ରାନ୍ତି ଓ ପେଗାନ୍ ପର୍ଵ sol ଆଜକୁ ଦୁଇ ହଜାର ଵର୍ଷ ପୂର୍ଵେ ୨୫ ଡିସେମ୍ବର ବେଳକୁ ତିଥି ଆଧାରରେ ପାଳିତ ହେଉଥିଲା । ତେବେ ଗ୍ରୀସର ଲୋକେ ଭାରତୀୟ ସଂସ୍କୃତି ଓ ଏହାର ଦ୍ରଵ୍ୟକୁ ନିଜ ଦେଶର ସାମାଜିକ ପରମ୍ପରା ଆଧାରରେ ଗ୍ରହଣ କରିଵାରୁ ଉକ୍ତ ସାଂସ୍କୃତିକ ଧାରକରଣରେ ଅନେକ ପରିଵର୍ତ୍ତନ ଦେଖାଦେଇଥିଲା । କ୍ରମେ ଭାରତ ଗ୍ରୀସ ଏଵଂ ପରେ ରୋମାନ୍ ସଂସ୍କୃତି ଭିନ୍ନ ଭିନ୍ନ ହୋଇଯାଇଥିଲା । ଅସ୍ତୁ ପ୍ରାରମ୍ଭିକ ଖିରସ୍ତାନୀମାନେ ରୋମ,ଗ୍ରୀସ ଓ ତତ୍କାଳୀନ ଜର୍ମାନୀର ଲୋକଙ୍କର ଧର୍ମାନ୍ତରୀକରଣ କରିଵା ପାଇଁ ସେମାନଙ୍କର sol ପର୍ଵକୁ ଚୋରାଇ ତାକୁ କ୍ରିସମସ୍ ନାମ ଦେଇଥିଲେ । ସାଣ୍ଟାକ୍ଲୁଜ୍, କ୍ରାମ୍ପସ୍,ଇଲ୍ଫ୍ସ ଭଳି ୟୁରୋପର ଅନେକ ଲୋକସାଂସ୍କୃତିକ ଉପାଦାନ ମଧ୍ୟ ଖ୍ରୀଷ୍ଟିଆନ ଧର୍ମରେ ପରେ ଯୋଡ଼ା ଯାଇଛି ।
No comments:
Post a Comment