117 - ଶକୁନି
ଇଏ କି ଇତର ମହା ଭାରତର ?
ଯୋଗାଡ଼ି ଯୋଜନା ମାନ
କପଟର ପଶା ଦୁର୍ନିତିର ଦିଶା
ଦୃଶ୍ଯ ବସ୍ତ୍ର ବିବଶନ
ରକ୍ତେ ବନ୍ଧା ବେଣୀ ଭିନ୍ନ ଏ ଭିଆଣି
ଶକୁନି ଏ ସୂତ୍ରଧର
ଶେଷେ ଫଳାଫଳ ସୁନ୍ଦର ସକାଳ
ଧର୍ମ ସଂସ୍ଥପନା ଧାର
- ଦାଶରଥି ସାହୁ
ପାଷାଣ ଗୃହରେ ଅଳପ ଆହାର
କେଇ ମୁନ୍ଦା ଜଳ ପିଇ
ନୟନେ ଦେଖଇ ଭ୍ରାତା ଆଉ ପିତା
ମୃତ୍ୟୁ କୋଳେ ଗଲେ ଶୋଇ
ପ୍ରତିଶୋଧାନଳ ହୃଦୟ ଗହ୍ୱରେ
ଆପେ ଠୁଳ ହୋଇ ଯାଇ
ନାଶିବା ନିମନ୍ତେ କୌରବ କୂଳକୁ
ଶପଥ ନିଅଇ ସେହି
- ଟୁକୁନା ସାହୁ
ଶକୁନି ସଙ୍କଳ୍ପେ କୌରବ ବିନାଶ
କପଟ ବନ୍ଧୁତା ଖେଳ
ଦୁର୍ଗୁଣ ଚରିତ୍ରେ ଅନିଷ୍ଟ ସାଧନ
ବାହ୍ୟ ବନ୍ଧୁତାର ଆଳ
ପ୍ରତିଶୋଧ ପଣେ ହୃଦୟ ଅନଳ
ନାହିଁ ଭବ ଥଳକୂଳ
କୁମନ୍ତ୍ରଣା ଦେଇ ନହୁଅ ଶକୁନି
ସମର୍ପଣେ ବାନ୍ଧ ବଳ
- ସନ୍ତୋଷ ପଟ୍ଟନାୟକ
ଦ୍ୱାପର ଯୁଗର ଶକୁନି ମାମୁ ମୁଁ
ମରିନାହିଁ ବଞ୍ଚିଛି ରେ
ଏ କଳି ଯୁଗରେ ମଣିଷ ମନରେ
ରହିଛି ମୁଁ ଘରେ ଘରେ
ପ୍ରତିଟି ମଣିଷ ମୋ ଇର୍ଷାରେ ଵଶ
ଲକ୍ଷ ମୋର ସର୍ବନାଶ
ଭାଇ ଭାଇ ମଧ୍ଯେ ବିଭେଦ ଭିଆଇ
ଶାନ୍ତିରେ ମାରେ ନିଶ୍ୱାସ
- ପ୍ରବୀର ମଲ୍ଲିକ୍
ଶଙ୍କୁନ ପରିକା ଚତୁର ସିଆଣା
ଥିଲା ଯେ' ଦ୍ୱାପର ଯୁଗେ
ମହାଭାରତର ଶଙ୍କୁନି ମାମୁଁ ସେ'
କପଟେ ସବୁଠୁ ଆଗେ
ଗଙ୍ଗାଧରରାଜ ସେ' ସୁବୋଳତ୍ତମ
ପଶାଖେଳେ କରେ ବଶ
ନିଜ ସ୍ୱାର୍ଥ ପାଇଁ ଭାଇ ଭାଇ ମଧ୍ୟେ
ଚକ୍ରାନ୍ତେ ଭରଇ ବିଷ
- ରାମ ଚନ୍ଦ୍ର ପ୍ରଧାନ
ଶାମ,ଦାମ,ଦଣ୍ତ,ଭେଦ,କୁଚକ୍ର ଯେ
ଷଡ଼ଯନ୍ତ୍ର ପାଶାଖେଳ
ମହାଭାରତରେ ଶକୁନି କଥାରେ
ପୁରିଥିଲା ଶହେ କାଳ
ଧୋକାବାଜ୍ ହୋଇ ବଞ୍ଚିବା ଅପେକ୍ଷା
ହେଇଯାଅ ଧର୍ମ ବଶ
ଯୁଗେ ଯୁଗେ ଧର୍ମ ବିଜୟୀ ହୋଇଛି
ଅଧର୍ମ ହୋଇଛି ନାଶ ....
- ରାଧା କୃଷ୍ଣ ବାୟକ
ନାହାନ୍ତି ଆଜି ସେ କୌରବ ପାଣ୍ତବ
ନାହିଁ ସେ ରଥ ସାରଥି
ନାହିଁ ଆଜି ସେଇ କପଟର ପଶା
ନାହିଁ ସେ ସତୀ ଦ୍ରୌପଦୀ
କଳିଯୁଗେ କୁରୁକ୍ଷେତ୍ର ଏ ସଂସାର
ଭାଇ ଭାଇରେ ପଡ଼େନି
ଗାଆଁ ଦାଣ୍ତ ଆଜି ପଶା ପାଲି ସମ
କ୍ରୋଧରେ ବସେ ଶକୁନି
- ଜଗବନ୍ଧୁ ସାହୁ
ଶ‐ଶତଭ୍ରାତା ମଧ୍ୟୁ ମରିଛନ୍ତି ସର୍ବେ
ବଞ୍ଚିଛି ଏକା ସେ' ଜଣେ
କ୍ରୋଧର ଅନଳେ ଜଳେ ସେ ସେବେଠୁ
ପ୍ରତିଶୋଧ ପରାୟଣେ
କୁ‐ କୁରୁବଂଶକୁ ସେ ଧ୍ବଂସିବ ବୋଲିକା
ପିତାଙ୍କୁ ଦେଇଛି କଥା
ଦେଖିଣ ନୟନେ ବନ୍ଦି କାରାଗାରେ
ସମୁଳ ବଂଶର ହତ୍ଯା
ନି‐ନିଶ୍ଚଳେ ନବସି କ୍ଷଣ ପ୍ରତିକ୍ଷଣେ
ରହିସେ କୌରବ ପକ୍ଷ
ଚକ୍ରବ୍ଯୁହ ରଚେ ମନରେ ଶକୁନି
ନଭୁଲି କେବେହେଁ ଲକ୍ଷ୍ୟ
- ରବିନ୍ଦ୍ର ସାହୁ
No comments:
Post a Comment