{ ଯୁବ କବି ; ✍ ଦାଶରଥି ସାହୁ ,କଳମ୍ବ/ଗଞ୍ଜାମ }
ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
ଆଶ୍ଚର୍ଯ୍ୟ କି ଅବାନ୍ତର
ବେଦରେ ବିଧାତ ବର୍ଣ୍ଣିଛକି ବ୍ୟଥା
ପୌରାଣିକେ ପୃଷ୍ଠଭୂମି
ବୃଦ୍ଧାଶ୍ରମ ଶବ୍ଦ ବାତ୍ସଲ୍ୟ ବିଛେଦ
ଆନ୍ତରିକତା ଅକାମି
ଏ କି ଶ୍ରମ ମୂଲ୍ୟ ବିକଳ ବାହୁଲ୍ୟ
ପରିଣତ ବୟସରେ
ଅମୃତର ଧାରା ଲୁହ ଲହୁ ଭରା
ମାନବ ମାୟା ନଗରେ
ଆହା ଦଶମାସି ଉଦର ଆଉଁଷି
କତରା କୋଳେଇ କାନ୍ଦେ
ବାପା ବାଞ୍ଛା ବଟ ଏଡେଇ ଆକଟ
ନିୟତିକୁ ନିତି ନିନ୍ଦେ
ନିନ୍ଦେ ସିନା ବାପ ଆଦର ଅମାପ
ଅଭିଶାପ କି ଅଜାଡେ
ବାହୁନେ ମମତା ନିସ୍ୱେ ନିରବତା
ମଙ୍ଗଳ ମନ୍ତ୍ରର ମୋଡେ
ମୋଡେ ମନମୁଖୀ ମତଲବ ମାଖି
ସମ୍ପର୍କେ ଦିଏନା ଧ୍ୟାନ
ଭୁଲିଯାଏ ଆହା ନିଜ ବାପା ମାଆ
ଯନ୍ତ୍ରଣା ଯୋଚି ଜୀବନ
ଜୀବନର ସଞ୍ଜ ଯଦି ଦହଗଞ୍ଜ
ଅପରାହ୍ଣ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
ପ୍ରାଣ ପ୍ରଦୀପ ଲିଭାଅ
ଲିଭାଅ ଇଶ୍ୱର ଶାଶ୍ୱତ ସ୍ୱାକ୍ଷର
ମାଟିଠୁ ମହାନ ମାଆ
ବାପା କାଳେ ସ୍ୱର୍ଗ ମିଛେ ମହରଗ
ଏକବିଂଶେ ଯୋଡ଼ ନୂଆ
ନୂଆ କରି ରଚ ହେ ହୃଦୟି ସ୍ୱଚ୍ଛ
ସଂସାରର ସମ୍ବିଧାନ
ବାକ୍ଯ ବୃଦ୍ଧାଶ୍ରମ ବିଶ୍ୱରୁ ବିରାମ
ଶେଷ ଅଳି ଭଗବାନ ..... 🙏
No comments:
Post a Comment