Wednesday, April 20, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୪】❀

╔⏤⏤⏤⏤╝❀╚⏤⏤⏤⏤╗
                 ଶିବ ପୁରାଣ
                    ପ୍ରଥମ ଖଣ୍ଡ 
                  【ଭାଗ -୪】
╚⏤⏤⏤⏤╗❀╔⏤⏤⏤⏤╝

କୈଳାଶ ରେ ଥିବା ଅନୁଚର କୁ ମହାମାୟା ରାଗିଯାଇ ଅଭିଶାପ ଦେଇ ଦେଲେ ।ଅଭିଶାପ ଏହା ଥିଲାଯେ ରେ ଭୃତ୍ୟ ତୁ ଦେବ ଦେବଙ୍କୁ କାମୁକ କହିଲୁ ଏଣୁ ତୁ ସାରା ଜୀବନ ଶୃଗାଳ ହୋଇଯାଅ ।ଅନୁଚର ଟି ମାତା ଙ୍କ ଅଭିଶାପ ଶୁଣି ଭୟରେ ଥରହର ହୋଇ ତାଙ୍କ ପାଦତଳେ ପଡି କ୍ଷମା ମାଗିବାକୁ ଲାଗିଲା ।ଅନୁଚର ଟି କହିଲା ହେ ମାତେ ! ମୁ ଅଜ୍ଞାନ ,ମୁଁ ପାମର ,ମୁଁ ଆପଣଂକର ଭୃତ୍ୟ ଅଟେ ।ମୋ ଅଜ୍ଞାନତା ବଶତଃ ମୁଁ ଶଙ୍କର ଭଗବାନ ଙ୍କୁ ଏକଥା କହିଦେଇଛି ମାତେ ।ଅନୁଚର ଟି ଏପରି ବହୁତ ବିକଳ ହେବାରୁ ମାତା ଯୋଗମାୟା ଅନୁଚର ଉପରେ ଦୟା ବହିଲେ ।ଏ ଅଭିଶାପ ରୁ ମୁକ୍ତି ପାଇବା ପାଇଁ ପ୍ରତିଫଳ ବତାଇ ଦେଲେ ।ମାତା ମହାମାୟା କହିଲେ -ରେ ଅନୁଚର ! ବିତସ୍ତା ଓ ବେତ୍ରବତୀ  ଦୁଇଗୋଟି ନଦୀ ଯେଉଁ ସ୍ଥାନରେ ଏକାଠି ହୋଇଛନ୍ତି  ତୁ ଯଦି ସେହି ସ୍ଥାନଙ୍କୁ ଯାଇପାରୁ  ତେବେ ତୁ ଏ ପାପରୁ ନିଶ୍ଚିତ ମୁକ୍ତି ପାଇବୁ । 

ମାତା ଯୋଗମାୟା ଙ୍କ ଆଜ୍ଞା ପାଇ ଅନୁଚର  ଶୃଗାଳ ରୂପ ହୋଇ  ଦୁଇଗୋଟି ନଦୀ ଏକାଠି ହୋଇଥିବା ସ୍ଥାନରେ ଯାଇଁ ବସିଲା ।ସେହି ପୁଣ୍ୟ ତୀର୍ଥରେ ଅନେକ ବର୍ଷ ଅନାହାରରେ ଶୃଗାଳ ସମୟ କାଟିଲା। ଅନାହାର ରହିବା ଫଳରେ ଅନ୍ୟର ଶରଣ ପଶିଲା ଓ କିଛିଦିନ ପରେ ତାହାର ମରଣ ହେଲା । ମୃତ୍ୟୁ ପରେ ଶୃଗାଳ ଦିବ୍ୟ ବେଶ ଧରି ଦେବ ଦେବ ମହାଦେବ ଙ୍କ ନିକଟରେ ପ୍ରବେଶ ହେଲା । ରାଜା ଧରାପାଳ ଏପରି ରୀତି ଦେଖି ତାଙ୍କ ରାଜ୍ୟରେ  ଏକ ଦେଉଳ ତୋଳାଇଲେ ।ଦେଉଳ ମଧ୍ୟରେ ଏକ ଶିବ ଲିଙ୍ଗ ସ୍ଥାପନ କଲେ ।ବହୁ ଧନ ଖର୍ଚ୍ଚ କରି ଦେଉଳ କୁ ପ୍ରତିଷ୍ଠା କଲେ । ଦେଉଳ ନାମରେ ବହୁ ଜମି ବାଡ଼ି ବୃତ୍ତି ଖଞ୍ଜା କରିଦେଲେ । ବାଛି ବାଛି ଦେଉଳ ପୂଜା କରିବା ପାଇଁ ପୂଜକ ରଖାଇଲେ ।  ଦିବ୍ୟ ବେଶ ଧରି ଥିବା ଅନୁଚର ବହୁ ବିଧାନରେ ସଦାଶିବ ଙ୍କ ପୂଜା କଲା ।ପ୍ରତିଦିନ ଦେଉଳ ରେ ଅଭିଷେକ କରାଇଲା । ଶିବାଳୟ ରେ ସବୁଦିନ ଶିବ ପୁରାଣ ପଢିଲା 
ଶିବ ପୁରାଣ କୁ ମାନଯୋଗ ଦେଇ ସବୁ ନର ନାରୀ ଶୁଣିଲେ ।ଦିବ୍ୟ ବେଶ ଧାରୀ ଅନୁଚର  ପ୍ରତ୍ୟେହ ଦୁଃଖୀ ରଙ୍କି ଙ୍କୁ ମିଷ୍ଠାନଭୋଜନ ଦେଲା ।ଏମିତି କରି ବହୁତ ପୁଣ୍ୟ ଅର୍ଜନ କଲା ।କିଛିଦିନ ପରେ ଏହି ଦିବ୍ୟ ବେଶ ଧାରୀ ଅନୁଚର ର ମୃତ୍ୟୁ ହୋଇଗଲା ।ଶିବ ଙ୍କୁ ସେବିଥିବାରୁ ସେ ସ୍ୱର୍ଗପ୍ରାପ୍ତି ହେଲା ।ଯମରାଜ କହୁଛନ୍ତି -ହେ ତପିବର !ଏହି ନରପତି ହେଉଛନ୍ତି  ସିଏ ଯିଏ ଏଠାକୁ ଆସିଛନ୍ତି।ଏହାଙ୍କର ନାମ ଧରାପାଳ। ଋଷି ସନତ ଏହା ଶୁଣି ଆନନ୍ଦିତ ହେଲେ ଓ ଧନ୍ୟ ନରପତି  କହି ତାଙ୍କୁ ବହୁ ପ୍ରଶଂସା କଲେ ।

ଏହାର କିଛି ସମୟ ପରେ ଋଷି ସନତ ଦେଖିଲେ ଯମପୁରକୁ  ଆଉ ଏକ ଦିବ୍ୟ ଯାନ  ଚଢ଼ି ଅନ୍ୟ ଏକ ପୁରୁଷ ଆସି ପହଁଞ୍ଚିଲେ ।ଧର୍ମ ତାଙ୍କୁ ମଧ୍ୟ ସମ ଆଦର କଲେ । ଋଷି ସନତ ପଚାରିଲେ ହେ ଧର୍ମ !ଏ ପୁରୁଷ ପୁଣି କିଏ ? ଯମ କହିଲେ ଏ ଯେଉଁ ପୁରୁଷ ପ୍ରବର ଆସିଛନ୍ତି ତାଙ୍କର ବାସସ୍ଥାନ ଏହିଠାରେ  ଅଟେ ।ତାଙ୍କ ଚରିତ ସଂକ୍ଷେପ ରେ କହୁଛି ଶୁଣ ତପିବର । ହେ ବିଧାତାଙ୍କ ସୁତ !ପୁର୍ବେ ଏହି  ମାନବ ମର୍ତ୍ତ୍ୟରେ ବାସ କରୁଥିଲା ।ଏ ଲୋକ ଯୋଗୀ ମାନଙ୍କ ଥାଳ ରେ ଭିକ୍ଷା ଗଣ୍ଡେ ଦେଉ ନଥିଲା । ଅତି ନିଷ୍ଠୁର ,କୃପଣ ,ଏହାର ପ୍ରକୃତି ଅଟେ  ।କଡ଼ାଏ କଉଡ଼ି କାହାକୁ ଦାନ କରେ ନାହିଁ । କେବଳ ପ୍ରତିଦିନ ଶିବ ପୁରାଣ କୁ ମନ ଧ୍ୟାନ ଦେଇ ପଢେ ।ମନରେ ଆନନ୍ଦ ହୋଇ ଶିବ ଙ୍କ ଗୁଣ ଗାନ କରୁଥାଏ ।ଶିବ ,ଶିବ ବୋଲି ସବୁବେଳେ ଭଜନ କରେ ।ଶିବ ଙ୍କ ଛଡା ସେ ଅନ୍ୟ କେଉଁଠାରେ ମନ ଦିଏ ନାହିଁ।ଏ  ମହୀ ରେ ଯେତେ ଶିବ ଗ୍ରନ୍ଥ ଅଛି  ସବୁ ଗ୍ରନ୍ଥକୁ ଯତ୍ନ ସହକାରେ ପୂଜା କରେ ।ଯେଉଁ ଦିନ ପୁରାଣ ପଢିବା ଶେଷ ହୁଏ ଅର୍ଥାତ ଗ୍ରନ୍ଥ ଶେଷ ହୁଏ  ସେଦିନ ଭୋକୀ ,ଭିକାରୀ ଙ୍କୁ ଡାକି ଦିବ୍ୟ ଗ୍ରାସ ଦିଏ । ବ୍ରାହ୍ମଣ ମାନଙ୍କୁ ପୂଜାକରି ସ୍ବର୍ଣ୍ଣଦାନ ଦିଏ । ସେଥିପାଇଁ ଏ ଲୋକ ବହୁତ ପୁଣ୍ୟ ଅର୍ଜନ କରିଅଛି ।ଏହାର ମୃତ୍ୟ ପରେ ମୋ ପୁରରେ ତାହାର ବାସସ୍ଥାନ  ହେବ ବୋଲି ବିଧାତା କହିଛନ୍ତି । ଶିବ ପୁରାଣ ପଢ଼ିବାର ଏ ହେଉଛି ପୁଣ୍ୟ ଫଳ ।ଶିବ ଠାରୁ ଶ୍ରେଷ୍ଠ ଏତିନିପୁରରେ କେହି ନାହାଁନ୍ତି। ଶିବ ଭଗବାନଙ୍କୁ ଯିଏ ଅନ୍ତର ରେ ପ୍ରତ୍ୟେହ ସ୍ମରଣ କରେ ସେହିଁ ଶ୍ରେଷ୍ଠ ଫଳ ଭୋଗକର ।ମୁଁ ମଧ୍ୟ ତାହାଙ୍କୁ ନିତି ଦର୍ଶନ କରେ ।ଶିବ ଭକ୍ତ ଦର୍ଶନ ରେ ପୁଣ୍ୟ ଅର୍ଜନ କରେ । ସେହିଁ ଶିବ ସେହି  ସତ୍ୟ ସେହି ଧର୍ମ  ଅଟନ୍ତି । ଯୋଗ ବଳରେ ସେ ଯୋଗୀ ନାମ ଧାରଣ କରନ୍ତି । ଅସତ୍ୟ ହିଂସା  ଲୋଭକୁ ସେ ଛିନ୍ନ କରି ଅହିଂସା ମାର୍ଗେ ସର୍ବଦା ଗମନ କରନ୍ତି ।ନିରାକାର ,ନିର୍ବିକାର ସେହିଁ ଏକମାତ୍ର  ,ମାୟାକୁ ଆୟତ୍ତ କରି ମାୟା କୁ କାଟିଛନ୍ତି ସେହି । ହେ ମାନବ ଗଣ ତାହାଙ୍କ ଚରଣ ତଳେ ସମସ୍ତେ ଧ୍ୟାନ କର ।ସେହିଁ  ଧର୍ମ ପଛରେ ଗମନ କରନ୍ତି ।ହିଂସା ରାଗ କ୍ରୋଧ  ମୋହ ଅଙ୍ଗରୁ ଦୂର କରି  ଧନମଦେ କାମମଦେ   ଜନ ଅସ୍ଥିର ହୁଏ । ଏହିପରି ଜନ ଙ୍କୁ ଶିବ ଭଗବାନ ମହାକ୍ରୋଧ କରନ୍ତି ।କାଳେ କାଳେ ଏପରି ଜନ ନର୍କ ଗତି ଭୋଗ କରନ୍ତି । ଏ ଭଵ ସାଗର ତରି ପାର   ହେବାପାଇଁ  ସର୍ବଦା ଧର୍ମକୁ ଆଶ୍ରା କର ଓ ତୁଣ୍ଡରେ  ସତ୍ୟ କୁହ । ବ୍ରହ୍ମା ,ଇନ୍ଦ୍ର ,ଚନ୍ଦ୍ର ,ବରୁଣ ,କୁବେର , ସ୍ୱର୍ଗ ,ମର୍ତ୍ତ୍ୟ ପାତାଳ ଆଦି ତିନିପୁର  ପ୍ରଳୟ କାଳରେ ସମସ୍ତେ ଧ୍ୱଂସ ହୋଇ ଯାଆନ୍ତି ।ଏକମାତ୍ର ମୃତ୍ୟୁଞ୍ଜୟ  ପ୍ରଳୟ କୁ ଜିଣି ପାରନ୍ତି । ଏହାଙ୍କୁ ପ୍ରଳୟ ତିଳେ ହେଲେ ଛୁଇଁ ପାରେ ନାହିଁ ।କାଳେ କାଳେ ଯୁଗେ ଯୁଗେ ଶିବ ଭଗବାନ ଅମର ହୋଇ ରହିଛନ୍ତି । ତେଣୁ ହେ ସର୍ଵଜନ ସେହି ଶିବ ଭଗବାନଙ୍କୁ ଭଜନ କର ।

ଯେଉଁମାନେ ଶିବ ପୁରାଣ କୁ ସବୁଦିନ ପଠନ  କର ।  ଭାଇ ବନ୍ଧୁ ପତି ପତ୍ନୀ ଅନ୍ତିମ କାଳରେ  କେହି ଜଣେ ହେଲେ ତୁମ ସଙ୍ଗରେ ଯିବେ ନାହିଁ ।ଏକା ଧର୍ମ ସେ ସମୟରେ ତୁମର ସହାୟ ହେବ ।ଏହି ଧର୍ମ ଦିବ୍ୟ ଆଲୋକ ଜାଳି  ଆଗରେ ବାଟ ଦେଖାଇବ । ଋଷି ସନତ କହିଲେ ହେ ଋଷିଗଣ ଠିକେ ଠିକେ ଧାର୍ମାଧର୍ମ କଥା ମୁଁ ଯାହା ଜାଣି ଥିଲି କହିଦେଲି । ସନତ କୁମାର ଙ୍କ ଠାରୁ ଏକଥା ଶୁଣି ନୈମିଷା ଅରଣ୍ୟ ରେ ତାଙ୍କୁ ଘେରି ରହିଥିବା ସମସ୍ତ ଋଷି ଆନନ୍ଦିତ ହେଲେ ଓ କହିଲେ ଧନ୍ୟ ଧନ୍ୟ ତୁମେ ଧାତା ସୁତ । ଏ ଶିବ ପୁରାଣ ଗାଥା ଓ କଥା ମହାନ ଅଟେ । ହେ ସାଧୁଜନ !ଶିବ ପୁରାଣ କୁ ଶୁଣିବା ହୁଅନ୍ତୁ।

 କ୍ରମଶଃ...................

•┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...