Tuesday, April 5, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୨】❀

╔⏤⏤⏤⏤╝❀╚⏤⏤⏤⏤╗
                  ଶିବ ପୁରାଣ
                  ପ୍ରଥମ ଖଣ୍ଡ 
               【ଭାଗ -୨】  
╚⏤⏤⏤⏤╗❀╔⏤⏤⏤⏤╝
    ✍ ଦୁଷ୍କନ୍ତ କୁମାର ମିଶ୍ର 

#ନୈମିଷା_ଅରଣ୍ୟେ_ଋଷିମାନେ_ଯଜ୍ଞକରିବା_ସମୟରେ_ବ୍ରହ୍ମାଙ୍କ_ପୁତ୍ରସନତ_କୁମାରଙ୍କ_ପ୍ରବେଶ।
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋄✧⋄
ବ୍ୟାସ ଦେବ କହିଲେ -ହେ ସୁଜ୍ଞ ଜନ ମାନେ !ଶିବ ପୁରାଣ କୁ ମନ କର୍ଣ୍ଣ ଦେଇ ଶୁଣ ।ଏହି ପୁରାଣରେ  ଭଗବାନ ଶିବ ଙ୍କ ଗାଥା କୁ ମୁଁ ବର୍ଣ୍ଣନା କରୁଛି ।ଏହି ପୁରାଣ ଅତି ରହସ୍ୟମୟ ଅଟେ ।ଏହାକୁ ଶୁଣିଲେ କର୍ଣ୍ଣରୁ ପାପ ତାପ ଧୋଇ ହୋଇ ଯିବ ।
           
       ଏକଦା     ନୈମିଷା  ଅରଣ୍ୟରେ ସବୁ ଋଷିଗଣ ମିଳିତ ହୋଇ ସେଠାରେ ଏକ ଯଜ୍ଞ ଆରମ୍ଭ କଲେ । ସେହି ଯଜ୍ଞ ସ୍ଥାନରେ ବେଦ ବ୍ୟାସ ,ସନକ ,ସୌନକ ,ଅତ୍ରି  ଋଷି ମାନେ ଆସି ଯୋଗ ଦେଲେ ।ସମସ୍ତ ଋଷିଗଣ ପବିତ୍ର ମନରେ ଯଜ୍ଞରେ  ଗବ୍ୟ ଘୃତ ଦେବାରୁ  ନିର୍ଧୂମ  ଅନଳ ଶିଖା ଯଜ୍ଞରୁ ଉଠିଲା । ଋଷିମାନେ ମନ୍ତ୍ର ପଢି  ଘୃତ ଢାଳୁଥାନ୍ତି ।  ଋଷି ମାନଙ୍କର ଓଁକାର ବେଦ ନାଦରେ  ତ୍ରିପୁର କମ୍ପି ଉଠୁଥାଏ ।ତିନିପୁରରେ ଯେତେ ଦେବାଦେବୀ ଥିଲେ ସମସ୍ତଙ୍କ ନାମରେ ଋଷିମାନେ ଯଜ୍ଞରେ ହବି ଦେଲେ । ହବି ପାଇବାରୁ ସବୁ ଦେବାଦେବୀ ସନ୍ତୁଷ୍ଟ ହେଲେ । ଯଜ୍ଞ ସାରି ଋଷିମାନେ ଯେଝା ପୁରକୁ 
ବାହୁଡ଼ି ଗଲେ ।  ଯଜ୍ଞ ଶେଷରେ  ସକଳ ଋଷିମାନେ ଏକତ୍ରିତ ହୋଇ  ବ୍ୟାସ ଙ୍କୁ ଅନୁରୋଧ କରି କହିଲେ ହେ ବ୍ୟାସ  ଜୀ !ଆପଣ ଆମ୍ଭ ମାନଙ୍କୁ ଶାସ୍ତ୍ର ବିଷୟରେ କୁହନ୍ତୁ ?ଆମେ ଆପଣଂକ ମୁହଁରୁ ଶାସ୍ତ୍ର ଶୁଣିବୁ ।ବ୍ୟାସ କହିଲେ ଓ ସମସ୍ତ ଋଷିଗଣ ବ୍ୟାସ ଙ୍କ ଠାରୁ ଶାସ୍ତ୍ର ଶୁଣୁଥିଲେ । ଏହି ସମୟରେ  ବ୍ରହ୍ମା  ,ଙ୍କ ପୁତ୍ର ସନତ କୁମାର  ନୈମିଷା ଅରଣ୍ୟ ରେ ପହଁଞ୍ଚଲେ । ସନତ ଙ୍କର କାନ୍ତି ରସାଣିଲା  ସ୍ୱର୍ଣ୍ଣ ପରି ଦେଖା ଯାଉଥିଲା । ତାଙ୍କର ଦିବ୍ୟ ତେଜ ସତେ ଯେପରି ଅନ୍ଧାର କୁ କାଟି ଆଲୋକ ପ୍ରଦାନ କରୁଥିଲା । ସନତ କୁମାର ଙ୍କୁ ଦେଖି ସବୁ ଋଷିମାନେ  ସସମ୍ମାନେ ଆସନ ଦେଇ ଅତି ଯତ୍ନ ର ସହକାରେ ବସାଇଲେ ଓ କହିଲେ ହେ !ସନତ ମୁମାର  ଆପଣଙ୍କ ଦର୍ଶନ ପାଇଲୁ ଏହା ଆମର ବଡ଼ ସୌଭାଗ୍ୟ ଅଟେ । ସ୍ୱୟଂ ଧାତା ଓ ଧାତା ଙ୍କ କୁମର ଙ୍କୁ ଦର୍ଶନ କଲୁ ।ସବୁ ଋଷି ମାନେ ଏପରି କହି  ପିତା ପୁତ୍ର କୁ କୁଶଳ ବାର୍ତ୍ତା ପଚାରିଲେ । ଏହାପରେ ସବୁ ଋଷିମାନେ ସନତ କୁମାର  ଙ୍କୁ ଚଉଦ ବର୍ଷ ବେଢ଼ି ରହି ବସିଲେ ଓ କହିଲେ ଅନେକ ଦିନ ହେଲା ଆମ୍ଭେମାନେ ଆପଣଙ୍କ କଥା ମନେ ମନେ ବସି ଭାବୁଥିଲୁ ।ହେ ସନତ! ଆମ ମନ କଥା ଜାଣି ଆପଣ ଠିକଣା ବେଳରେ  ଆମ ଆଗରେ ଆପଣ ମିଳି ଯାଇଛନ୍ତି । ଆପଣ ସର୍ଵଜ୍ଞ ଓ ଦୈବ୍ୟ ପୁରୁଷ ଅଟନ୍ତି ।ଆପଣ ଭୂତ ଭବିଷ୍ୟ ଓ ତ୍ରିକାଳକଥା ଜାଣନ୍ତି ।ଦେବ ଦେବ ମହାଦେବ ଙ୍କୁ ଭଜି ସବୁ ବିଦ୍ୟା ରେ ନିପୁଣ ହୋଇଛନ୍ତି । ଚାରି ବେଦ ସହିତ ଷଡ ବିଦ୍ୟା 
ବ୍ୟାକରଣ  ଓ ବ୍ରହ୍ମଜ୍ଞାନ  ରେ ଆପଣ ଦକ୍ଷ ଅଟନ୍ତି ।ଏହା ସହିତ ସମସ୍ତ ଶାସ୍ତ୍ର ରେ ଆପଣ ଧୁରନ୍ଧର ଅଟନ୍ତି । ହେ ସନତ କୁମାର !ଆମେ ସର୍ଵ ଋଷି ମନେ ମନେ ଭାବିଛୁ ଯେ ଆପଣଂକୁ ଗୋଟିଏ କଥା ପଚାରିବୁ। ଶିବ ପୁରାଣ ବ୍ରହ୍ମାଣ୍ଡ ରେ ଶ୍ରେଷ୍ଠ ଅଟେ! ଏହି ପୁରାଣରେ ଜ୍ଞାନ ପୁରି ରହିଅଛି । ସେଥିପାଇଁ ଆମେ ସର୍ଵ ଋଷି  ଇଛା କରିଛୁ ଏହି ଶିବ ପୁରାଣ ଶୁଣିବା ପାଇଁ । ହେ କୁମାର !ଦୟାକରି  ସୁଚିତ୍ତ ରେ ଆମ ଆଗରେ ଶିବ ପୁରାଣ ବର୍ଣ୍ଣନା କରନ୍ତୁ ?।ଋଷି ମାନଙ୍କ କଥା ଶୁଣି ଧାତା ଙ୍କ କୁମର ସନତ ଋଷି ହସି ହସି କହିଲେ ...........

#ସନତ_କୁମାର_ଉବାଚ 

            ସର୍ଵ ଋଷିଙ୍କ ମୁଖରୁ ଏପରି କଥା ଶୁଣି ସନତ କୁମାର ହସି ହସି କହିଲେ -ହେ ଋଷିଗଣ !ମୁଁ ଶିବ ପୁରାଣ ତୁମ ଆଗରେ ପ୍ରକାଶ କରିଛି ତୁମେ ମାନେ ସୁଚିତ୍ତ ରେ ଶୁଣ ।ଏହି ସମାଚାର ଅତି ଗହନ ଅଟେ । 'ଶିବ' ବୋଲି  ଏହି ଦୁଇ ଅକ୍ଷର  ତିନି ଭୁବନରେ ସାର ଅଟେ ।ତାଙ୍କ ଚରିତ ଶାସ୍ତ୍ର ରେ ଲେଖା ହୋଇଅଛି ।ଯେଉଁ ଶାସ୍ତ୍ର ରେ ଏହା ଲେଖା ହୋଇଛି ତାକୁ ଶିବ ପୁରାଣ କୁହନ୍ତି ।ଶିବ ପୁରାଣ କୁ ଯେଉଁମାନେ ଭକ୍ତିରେ ଶ୍ରବଣ ତାହାରି ଅଙ୍ଗରୁ ପାପ ତାପ ନିବାରଣ  ହୋଇଯାଏ ।ସେହି ଲୋକ ଅନ୍ତ କାଳେ ଯମଦଣ୍ଡରୁ ନିସ୍ତାର ପାଏ।  ତାହାରି ପାଶରେ କାଳ ଦୂତ ମାନେ ଡରି କି ଚାଲି ଯାଆନ୍ତି । ସେହି ଲୋକ ଦିବ୍ୟ ରଥରେ ବସି ତ୍ରିଦଣ୍ଡ କୁ ଗମନ କରେ ଓ ଦେବତାଙ୍କ ସହିତ  ଗଣା ମଧ୍ୟ ହୁଏ । ସ୍ତ୍ରୀ ଲୋକମାନେ ଯଦି ଏହି ଗ୍ରନ୍ଥ କୁ ଶୁଣିବେ  ତେବେ ପୁତ୍ର ପତି ନେଇ ସୁଖରେ କାଳ କାଟିବେ ।ସେମାନେ ବୈଧବ ଯନ୍ତ୍ରଣା ରୁ ମୁକ୍ତି ପାଇବେ ।ଜଗତରେ ତାଙ୍କୁ ସତୀ ସରୋମଣି କହିବେ ।ପତି ସହଗାମିନୀ ହୋଇ ଶେଷ କାଳରେ ବୈକୁଣ୍ଠ ପ୍ରାପ୍ତି ହେବେ  । ହେ ଋଷିଗଣ !ଏ ଶାସ୍ତ୍ର ର ମହତ୍ୱ ଏମନ୍ତ ଅଟେ  ।ଏହି ଶିବ ପୁରାଣ କୁ ଶୁବିବାକୁ ତୁମ ମାନଙ୍କର ଚିତ୍ତ ବଳିଛି ଏଥିପାଇଁ ତୁମେ ମାନେ ସୌଭାଗ୍ୟବନ୍ତ  ଅଟ ।ତୁମେମାନେ  ସମସ୍ତେ ତ୍ରିଭୁବନରେ ସମାନ ହେବ ।ମୁଁ ମୋ ପିତାଙ୍କ ମୁଖରୁ ଶିବ ପୁରାଣ ବିଷୟରେ ଯାହା ଶୁଣିଛି  ତାହା ତୁମ ନିକଟରେ ବ୍ୟାଖ୍ୟା କରିବି । ତୁମେମାନେ ନିଶ୍ଚଳ ଚିତ୍ତରେ ଗୋଟିଏ  ସ୍ଥାନରେ ବସ ।ଏହି ଶୁଭ ମୁହୂର୍ତ୍ତରେ ମୁଁ  ଶିବ ପୁରାଣ ଗ୍ରନ୍ଥ କୁ ଗାୟନ କରିବି । ଏହାକହି  ଧାତା ସୁତ  ସନତ କୁମାର  ଶିବ ଗାଥା କୁ  ଆରମ୍ଭ କଲେ ।

କ୍ରମଶଃ..................

   •┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...