Friday, April 1, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୧】❀

╔⏤⏤⏤⏤╝❀╚⏤⏤⏤⏤╗
                  ଶିବ ପୁରାଣ
                     ପ୍ରଥମ ଖଣ୍ଡ 
                   【ଭାଗ -୧】                     ╚⏤⏤⏤⏤╗❀╔⏤⏤⏤⏤╝
                     ଯେଉଁ ମାନଙ୍କର  ଶଙ୍କର ଭଗବାନ ପ୍ରତି ଶ୍ରଦ୍ଧା ,ଭକ୍ତି 
ବିଶ୍ୱାସ ରହିଅଛି ସେମାନେ ଏହି ପୁରାଣ ଅଧ୍ୟୟନ କଲେ  ଭଗବାନ ଶିବ ଙ୍କ ଉପରେ ନିଜର କର୍ତ୍ତବ୍ୟ ବିଷୟରେ କୌଣସି ତ୍ରୁଟି ରହିବ ନାହିଁ ।ସଂସ୍କୃତ ଭାଷା ସାଧାରଣଙ୍କ ପକ୍ଷରେ ଦୁର୍ବୋଧ ହେତୁ ମଦୀୟା ବାନ୍ଧବୀ ଶ୍ରୀମତୀ ସସ୍ମିତା ମହାପାତ୍ର ଙ୍କର ପ୍ରେରଣା ରେ ଉତ୍ସାହିତ ହୋଇ ଉତ୍କଳ ଭାଷାରେ ଏହି ପୁରାଣ କୁ ଅନୁବାଦ କରିବାକୁ ପ୍ରବୃତ୍ତ ହେଲି ।ଭ୍ରମ  ପ୍ରମାଦ ବଶତଃ ଅନୁବାଦ ମଧ୍ୟରେ କୌଣସି ତ୍ରୁଟି ପରିଲିକ୍ଷିତ ହେଲେ ସେଥି ନିମିତ୍ତ ମରାଳଧର୍ମୀ ସହୃଦୟ ପାଠକ ମାନଙ୍କ ନିକଟରେ ,ବ୍ୟାସ ଙ୍କ ନିକଟରେ ତଥା ଭଗବାନ ଶଙ୍କରଙ୍କ ନିକଟରେ କ୍ଷମାଭିକ୍ଷା କରୁଅଛି ।ଇତି।
                                       --- ଟୁକୁ---
             ✍  ; ଉପସ୍ଥାପନା ; ଦୁଷ୍ମନ୍ତ କୁମାର ମିଶ୍ର 
 ⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧
                            
ଧ୍ୟାୟେନ୍ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁ ଚନ୍ଦ୍ର ବତଂସଂ।
ରତ୍ନକଳ୍ପୋଜ୍ଜ୍ବଜାଙ୍ଗ ପରୁଶୁମୃଗଵଗଭୀତିହସ୍ତଂ ପ୍ରସନ୍ନଂ।।

ଚର୍ମାସନଂ ସମନ୍ତାସ୍ତୁତମମଗଣୈ କୃତ୍ତିବାସଂ ପିନାକଂ।
ବିଶାଦଂ ବିଶ୍ଵବନ୍ଦ୍ୟଂ ନିଖିଳ ଭୟହରଂପଞ୍ଚବକ୍ତଂ ତ୍ରିନେତ୍ରଂ।।

ପ୍ରଭୁମୀଶ  ମନୀଷ ମହେଶ ଗୁଣଂ ଗୁଣହୀନ ଗଳାଭଣଂ ।
ରଣନିର୍ଜ୍ଜିତ ଦୁର୍ଜ୍ଜୟ ଦୈତ୍ୟପୁର ପ୍ରଣମାମି ଶିବଂ ଶିବ।କଳ୍ପତରୁଂ।।

ଗିରିରାଜ ସମନ୍ୱିତ ବାମତନୁ  ତନୁନିନ୍ଦିତ ରାଜିତ କୋଟିବିଧୁଂ।
ବିଧିଵିଷ୍ଣୁଃ ଶିବାନତା ପାଦଯୁଗ୍ମ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ଶଶି ଲାଞ୍ଚିତ ରଞ୍ଜିତ ସନ୍ନକୁଟଂ କଟିଲମ୍ବିତ ସୁନ୍ଦର କୃତ୍ତିପଟଂ।
ସୁରଶୈବବଳିନୀକୃତ କୂତପଟଂ  ପ୍ରାଣମାମି ଶିବଂ ଶିବ କଳ୍ପତରୁଂ ।।

ତ୍ରିନୟନ ସୁଭୂଷିତ ଚାରୁମୁଖଂ ମୁଖପଦ୍ମ ବିରାଜିତ କୋଟିବିଧୁଂ।
ବିଧୁଖଣ୍ଡ ବିମଣ୍ଡିତ ଭାଲତଟଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ବୃଷରାଜ ନିକେତନ ମାଦିଗୁରୁଂ ଗରଳାଶନମାଦି ବିଷଭିଧରଂ।
ପ୍ରଥମଧିପ ସେବକ ରଞ୍ଜନକଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ମକରଧ୍ଵଜ ମତ୍ତମାତ୍ତଙ୍ଗ  କରୀଚର୍ମାସନା ନାଗ ବିବୋଧକରଂ।
ବରଦାଭୟ ଶୂଳ ବିଷାଭି ଧାରଂପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ନଦେୟଚପୁଷ୍ପଂସଦାପାପଚିତ୍ତୈଃ ପୁନର୍ଜନ୍ମଦୁଃଖାତ୍ ପରିତ୍ରାହି ଶମ୍ଭୋ 
ଭଜତୋଖିଳ ଦୁଃଖ ସମୂହ ହରଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

#ମହାଦେବଙ୍କ_ସ୍ତବ
---------------------
                                    
ଜୟ ହେ ମହାଦେବ ! ଆପଣ ଶଶାଙ୍କ କୁ ଧାରଣ କରିଛନ୍ତି  ।ହେ ମହାଦେବ ଆପଣ ବିଘ୍ନ ବିନାଶନ  !ହେ ମହାଦେବ ଆପଣ ମହା ଯୋଗେଶ୍ୱର ! ହେ ମହାଦେବ ଆପଣ ପାର୍ବତୀ ରମଣ ,ଆପଣ ଦିଗମ୍ବର !ହେ କପିଳାସ ବାସୀ  ,ହେ ଗଙ୍ଗାଧର !ଆପଣ ବ୍ରହ୍ମ କୁ ଲୟ କରି ଅମର ହୋଇଛନ୍ତି । ଆପଣ ମହାମାୟା କୁ  ଆୟତ୍ତ କରି ଜନ ହିତ ପାଇଁ ଘରଣୀ କରି ରଖିଛନ୍ତି ।ହେ ମହାଦେବ ତୁମର ମହିମା ସର୍ଵ ଦେବଙ୍କୁ ଅଗୋଚର ।ସବୁ ତପସ୍ୟାରେ ଆପଣ ଯୋଗ  ଲୟ କରନ୍ତି ।ହେ ମହାଦେବ ଆପଣ ପାଦତଳେ ଯିଏ ଶରଣ ପଶେ ତାହାକୁ ଆପଣ ଯାଚିକରି ବର ଦିଅନ୍ତି ।ହେ ମହାଦେବ !ଆପଣଙ୍କୁ ଜଗତରେ ଅକର୍ମଦାନୀ ବୋଲି କୁହନ୍ତି ।କର୍ମରେ ନଥିଲେ ତାହାରି କର ରେ ଭକ୍ତି ଆପଣ ଦିଅନ୍ତି ।ହେ ମହାଦେବ ଆପଣଙ୍କ ଠାରୁ ବର ପାଇ  ରାକ୍ଷାସ ରାବଣ ଚଉଦ ଗଣ୍ଡା ଯୁଗ ବଞ୍ଚିଗଲା ।ରାବଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏପରିକି ତ୍ରିପୁର ଜିତିଗଲା ।ବୀର ଙ୍କ ଭିତରେ ମହା ବୀର ରାବଣ ଆପଣଙ୍କ ପାଇଁ ହେଲା ।  ହେ ମହାଦେବ ଯେତେବେଳେ ଅସୁର ଓ ଦେବତା ମାନେ ମିଶି ସମୁଦ୍ର ମନ୍ଥନ କଲେ ସେତେବେଳେ ବାସୁକି ନାଗ ଗରଳ ଉଦ୍ଗାର କଲା ।ବାସୁକି ର ବିଷ ଜ୍ଜାଳାରେ ସମସ୍ତେ ବ୍ୟାକୁଳିତ ହେଲେ ।ସବୁ ଦେବତା ମାନେ ଭୟରେ ତୁମକୁ ସ୍ମରଣା କଲେ ।ହେ ମହାଦେବ !ଦେବତା ମାନଙ୍କର 
ମାନ ରଖିବାକୁ ଯାଇ  ଆହେ ବିଶ୍ୱନାଥ ଆପଣ ଗରଳ ପାନ କଲେ।ସେହି ଗରଳ ପାନ କରି ଆପଣ ନୀଳକଣ୍ଠ  ହୋଇଗଲେ । ହେ ମହାଦେବ !ଆପଣଙ୍କୁ ଯିଏ ବିପଦ କାଳରେ ସ୍ମରଣ କରେ ତାକୁ ଆପଣ ସୁପ୍ରସନ୍ନ ହୋଇ ତାହାର ଆପଦ ଘୁଞ୍ଚାଇ ଦିଅ । ଭକ୍ତି ରେ ଯେଉଁ ଜନ ଯିଏ ଯାହା ଆପଣଂକୁ ମାଗିଛି  ସେ କେଭେ ରିକ୍ତ ହସ୍ତରେ ଆପଣଂକ ପାଖରୁ ଫେରି ନ ଯାଇଛି । ହେ ମହାଦେବ!ଆପଣ ଇନ୍ଦ୍ର କୁ ଇନ୍ଦ୍ରପଦ ଦାନ କରିଥିଲେ ।ବରୁଣ ଦେବତା କୁ ଜଳ ର ଅଧିପତି କରାଇଲେ ।କୁବେର କୁ ଅଳକା ଭୁବନ  ଦେଲେ ।ବ୍ରହ୍ମା ପଦରେ ମାର୍କଣ୍ଡ କୁ ତୁମ ସ୍ଥାନ ଦେଲ ।ହେ ଯୋଗେଶ୍ୱର ମାର୍କଣ୍ଡ କୁ ସାତଟି ବୟସ ପରମାୟୁ  ଦେଇ ସାତ କଳ୍ପ ରଖିଲ । ହେ ଦେବ ଦେବ ମହାଦେବ !ଆପଣଙ୍କୁ ଯିଏ ଯାହା ମାଗିଲା ତାକୁ ଆପଣ ଦାନ କରି ଦେଇ ଶେଷରେ ଶ୍ମଶାନ ମଧ୍ୟରେ ଯାଇ ବାସ କଲ ।ଭୂତ,ପ୍ରେତ ଙ୍କ ସହିତ ବିଚରଣ କଲ ।ହେ ମହାଦେବ !ଆପଣ ହାଡ଼ ମାଳ କୁ ଭୂଷଣ କଲେ ।ଜନ ଜଗତ ଯାହାକୁ  ଆଦର କରେ ନାହିଁ ସେହି ଭୂଷଣ କୁ ଆପଣାଇ ନେଲ ।ସମସ୍ତଙ୍କ ଚକ୍ଷୁ କୁ ଯାହା ଅସୁନ୍ଦର ଦେଖାଯାଏ  ତାହା ହେଲେ ତୁମ ଅଙ୍ଗର ପ୍ରିୟ ଭୂଷଣ । ବସନ ନପିନ୍ଧି ଆପଣ ଲେଙ୍ଗୁଟି ମାରିଲେ ।ତେଲ ନଲଗାଇବାରୁ ଆପଣଙ୍କ କେଶ ତାମ୍ର ବର୍ଣ୍ଣ ଦିଶେ ।ଆପଣଂକ ମସ୍ତକରେ ଗଙ୍ଗା କୁ ବହନ କରିଛନ୍ତି ।ଆପଣଂକ ସର୍ବାଙ୍ଗରେ ବିଭୂତି ଲେପନ କଲେ । ଚିଲିକା ମାଟି ତିଳକ କରି ଲଗାଇଲେ ।ଯେଉଁ ବିଷ ଧର ସର୍ପ କୁ ଦେଖିଲେ ଲୋକମାନେ ଡରନ୍ତି ସେହି ବିଷଧର ସର୍ପ କୁ ଆପଣ ପାଦ ଠାରୁ ଶିର ଯାଏ ଭୂଷଣ କଲେ । ବାସନ କୁ ଛାଡି ଆପଣ ଏକ ଲାଉ ଥାଳ ଧରି ତା ସହିତ ତ୍ରିଶୁଳ କୁ ହାତରେ ଧରି  ଭିକ୍ଷା କରିବାକୁ ଯାଅ । ହେ ମହାଦେବ !ବାଦ୍ୟ ଭିତରେ ଡମ୍ବରୁ ଆପଣଙ୍କର ପ୍ରିୟ ବାଦ୍ୟ ଅଟେ । ଷଣ୍ଢ ଆପଣଂକର ବାହାନ ଅଟେ ।ହେ ମହାଦେବ ! ଆପଣ ସର୍ବଦା ଧାତୁରା ପାନ ରେ ଭୋଳ ହୋଇ  ତାଣ୍ଡବ ନୃତ୍ୟ କରି ଦୁନିଆ ଥରାଇ ଦିଅ ।ହେ ମହାଦେବ !ଯେତେବେଳେ ଆପଣ ଡିବି ଡିବି ଡମ୍ବରୁ ବାଜାଇ ଚଉଦ ବ୍ରହ୍ମାଣ୍ଡ ଦଲ ଦଲ କରିଦିଅ  ସେତେବେଳେ ଲୋକ ମାନେ ଡରି ଯାଆନ୍ତି । ହେ ମହାଦେବ !ମୁଁ ଛାର ନର ହୋଇ ଆପଣଙ୍କ ଗୁଣ କଅଣ କହିପାରିବି ? ଆପଣଙ୍କ ଗୁଣ ବର୍ଣ୍ଣନା କରିବାକୁ  ମୋର ଶକ୍ତି ନାହିଁ । ହେ ଶଙ୍କର !ମୁଁ କେବଳ ଶୁଣିଛି ଯେ ଆପଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ । ନୈମିଷା ଅରଣ୍ୟ ରେ  ତୁମର ବ୍ରହ୍ମ ଜ୍ଞାନ ଶୁଣି  ଗୋଟିଏ ପକ୍ଷୀ ମୃତ ହୋଇ ବ୍ରହ୍ମଜ୍ଞାନୀ ହେଲା । ହେ ମହାଦେବ !ଅଠର ସହସ୍ର ଶ୍ଳୋକ ରେ ଭାଗବତ ରଚନା କରି  ଶୁକଦେଵ ଅମରତ୍ୱ ଲାଭ କଲେ ।

ହେ ମହାଦେବ !!!ମୁଁ ଦିନ ପାମର ଆପଣଙ୍କ ନାମ ଧରି ଭାବୁଛି ଏ ଭଵ ସାଗରରୁ ପାରି ହୋଇଯିବି ।ଆପଣଙ୍କ ମହିମା ,ଗୁଣ ଓ କୀର୍ତ୍ତି ପ୍ରସାର ଓ ପ୍ରଚାର କରିବାକୁ ଯାଇ ବ୍ୟାସ ଙ୍କ ମୂଳ ସଂସ୍କୃତ ଗ୍ରନ୍ଥ ରୁ  ଗଦ୍ୟରେ ଆପଣ ଙ୍କ ପୁରାଣ ଅନୁବାଦ କରିବାକୁ ସାହସ କରିଛି । ହେ ଦେବ ଦେବ ମହାଦେବ !ଏ  ଅନୁବାଦ ଯେପରି  ସୁନ୍ଦର ହେବ ଓ ସବୁ ବନ୍ଧୁ ବାନ୍ଧବୀ ଙ୍କ ନିକଟରେ ଆଦୃତ ହେବ  ସେଥିପାଇଁ ହେ ପାର୍ବତୀ ବର ମୋତେ ସୁଦୟା କରନ୍ତୁ । ଆପଣଙ୍କ ଶ୍ରୀ ଚରଣ ତଳେ 
ଏ ଅଧମର ମନ ସଦା ସର୍ବଦା ରହୁ ।ଏହି ବର ବିପ୍ର ଦୁଷ୍ମନ୍ତ  ଆପଣଙ୍କ ଠାରୁ ଆଶା କରେ ।

---ବ୍ୟାସ ଦେବ ଏହି ଗ୍ରନ୍ଥ  ରେ ଦୁର୍ଗା ଙ୍କ ବନ୍ଦନା କରିଛନ୍ତି ।

                      #ଦୁର୍ଗାଙ୍କ-_ବନ୍ଦନା
  ହେ ମାଆ ଦୁର୍ଗେ  ଦୁର୍ଗତି ନାଶିନୀ  ଆପଣଙ୍କ ର ଜୟ ହେଉ ।ହେ ମାତେ ବିପଦ ଭଞ୍ଜନୀ ଆପଣଂକର ଜୟ ହେଉ । ହେ ଅଭୟ ବର ଦାୟିନୀ ଚଣ୍ଡିକେ  ,ହେ ତ୍ରିପାପ ହାରିଣୀ ତ୍ରିଅମ୍ବିକେ  ତଵ ବିନା କୌଣସି କାର୍ଯ୍ୟ ସାଧିତ ହୁଏ ନାହିଁ । ହେ ମାତେ ! ତୁମେ ଶକ୍ତିମାୟୀ ତୁମେ ମହାମାୟୀ  ।ଲୋକ ର ଶକ୍ତି ନଥିଲେ ଯେପରି ସେ  କୌଣସି କାର୍ଯ୍ୟ ପାଇଁ ସମର୍ଥ ହୁଏନାହିଁ  ଓ ଆପଣ ଶକ୍ତି ଦେଲେ ସେ ବଳ ପାଏ ସେହିପରି ଭୋଳାନାଥ ଆପଣଂକ ଶକ୍ତିରେ  ବ୍ରହ୍ମଜ୍ଞାନ ଯୋଗସାଧି  ଅମର ହେଲେ । ହେ ମାତେ ମୁଁ ଆପଣଙ୍କର ଅଜ୍ଞାନ ସନ୍ତାନ ,ମୁଁ କିଛି ଜାଣେ ନାହିଁ  ,ତଵ ଭରସାରେ ମୁଁ କଲମ ଧରିଛି  ହେ ଜନନୀ !ତଵ ପୟରେ ଦାୟିନୀ କରୁଛି ମୋତେ ନ ଆସିବା ଅନୁବାଦ କୁ ବତାଇ ଦିଅ ।ଏହି ପୁରାଣ ଅନୁବାଦ ଯେପରି ସୁନ୍ଦର ହେବ ଓ ସର୍ଵଜନ ତଥା ବ୍ରହ୍ମାଣ୍ଡ ରେ  ମୋହର ଆଦର  ଯେପରି ଜନ କରିବେ  ସେହି ବର ମୋତେ ପ୍ରଦାନ କର । ତୁମ ପାଦେ ମୁଁ ସଦା ଆଶ୍ରିତ ମାତେ ।

କ୍ରମଶଃ.............

       •┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...