Wednesday, June 9, 2021

◼️◼️ 🔴 କାଉ ଓ ପେଚାମାନଙ୍କର ଶତ୍ରୁତା 🔴◼️◼️

◼️◼️◼️ 🔴🔴 କାଉ ଓ ପେଚାମାନଙ୍କର ଶତ୍ରୁତା🔴🔴
◼️◼️◼️
             ଉପସ୍ଥାପନା ; ✍ ଶିଶିର ସାହୁ ମନୋଜ
 
ଅତି ପ୍ରାଚୀନ କାଳରେ  ପେଚାମାନେ  ବହୁତ ହିଂସ୍ର ଥିଲେ ଏଵଂ ଦଳବଦ୍ଧ ହୋଇ ରହୁଥିଲେ । ସେମାନେ  ଯେକୌଣସି ଜୀଵକୁ ମାରି ଖାଇଵାକୁ ପଛାଉ ନଥିଲେ । ଏକତା ଓ ହିଂସ୍ର ସ୍ଵଭାଵ ତାଙ୍କ ଜାତିର ପରିଚୟ ହୋଇଯାଇଥାଏ । ସଂସାରରେ କାଉମାନେ ନୂଆ ଥିଲେ ,ସେମାନେ ପେଚାମାନଙ୍କ ପରି ସେତେ ସଙ୍ଗଠିତ ନଥିଲା ।
ଦୁର୍ଭାଗ୍ୟକୁ ପେଚା ଓ କାଉମାନେ ଗୋଟିଏ ଗଛରେ ବସା ବାନ୍ଧିଥିଲେ । ସେ ଗଛଟି ଵିଶାଳ ଓ ଝାଙ୍କାଳିଆ ଥିଲା । ଗଛର ଉପରିଭାଗରେ ପେଚାମାନଙ୍କର ବସା ଥିଲା ଏଵଂ ତଳେ କାଉମାନେ ଵସାକରି ରହୁଥିଲେ । 
 
ପେଚାମାନଙ୍କର ମୁଖିଆ ନିଇତି କୌଣସି ନା କୌଣସି କୁଆକୁ ମାରି ଖାଇଯାଏ । କାଉମାନେ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଅନ୍ୟ ଵିକଳ୍ପ ଉଣ୍ଡିଵାକୁ ଲାଗିଲେ । ଜଣେ ପ୍ରୌଢ଼ କୁଆ କହିଲା ଚାଲ ଏ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିଵା କାରଣ କଥାରେ ଅଛି ପରା ଆପେ ବଞ୍ଚିଲେ ବାପର ନାଆଁ ,ଆଉ ଜଣେ ଯୁଵକାକ କହିଲା ପେଚାମାନେ ଅଵଶ୍ୟ ଶକ୍ତିଶାଳୀ କିନ୍ତୁ ଆମ ଜାତି ଵୀରମାନଙ୍କର ଜାତି ! ପଳାୟନ କରିଵା କୌଣସି ଵୀରକୁ ଆଦୌ ଶୋଭା ଦିଏନା ଚାଲ ଆମେ ଵରଂ ଯୁଦ୍ଧ କରିଵା । ପାଖରେ ବୁଢ଼ା ଡାମରା କାଉଟେ ଥିଲା ।  ସେ କହିଲା ଧେତ୍ ମାଟିମାଆକୁ କିଏ କ'ଣ ଛାଡ଼ି ଯିଵା କଥା ଆମେ ଏଇଠି ଜନମିଛେ ଏଇଠି ମରିଵା କିନ୍ତୁ ଅଯଥା ଯୁଦ୍ଧରେ ଗୁଡା଼ଏ ପ୍ରାଣହାନି ହେଵ । ତୁମେମାନେ ଗୋଟେ କାମ କର ଦୁଇ ଦଳ ହୋଇ କଳି ଝଗଡ଼ା ଲାଗ । ଏ ବରଗଛକୁ ଦଳେ ଅଶ୍ଵତ୍ଥ ଗଛ ବୋଲି କହି ଡେଇଁଵ ଆଉ ଦଳେ ଵିରୋଧୀ ସାଜି ବରଗଛ ସପକ୍ଷରେ ରହି ସେମାନଙ୍କର ଵିରୋଧ କରିଵ । ଗଛ ଉପରେ ଥାଇ ପେଚାଯାକ ତୁମ ପାଲା ଦେଖୁଥିଵେ ଏଵଂ ମନେ ମନେ ଭାବୁଥିଵେ ତମ ମଧ୍ୟରେ ଆଉ ଆଗଭଳି ଏକତା ନାହିଁ । କାଉମାନେ ସେଇଆ କଲେ । ସେ ଠକାର କଳି ଦେଖି କିନ୍ତୁ ଗଛ ଉପରେ ରହୁଥିଵା ପେଚାମାନେ କୁହାକୁହି ହେଉଥାନ୍ତି...
ଏଗୁରା କି ଉଦୁରମତା ହେଉଛନ୍ତି କିହୋ ! ଯାଗା ଆମର ଗଛ ଆମର ଏ ଶଳେ କାଉଗୁରା ଏଇ କିଛି ଵର୍ଷ ହେଵ କୁଆଡ଼ୁ ଚାଲି ଆସି ଆମ ଯାଗାରେ ରହି ଆମ ଯାଗାକୁ  ଆମର ଆମର ଗାଇ ହେଉଛନ୍ତି । 

କିନ୍ତୁ ପେଚାମାନେ କାଉମାନଙ୍କର କୂଟ କପଟ ଜାଣିପାରିଲେ ନାହିଁ । ସେମାନେ ଭାବିଲେ ଏଗୁଡା଼ ପରସ୍ପରରେ ମାଡ଼ ହୋଇ ମଲେ ଵରଂ ଆମର ଲାଭ । ଏକେ ତ ଗୁଡା଼ଏ ଖାଦ୍ୟ ଵିନା ଶ୍ରମରେ ମିଳୁଥିଵ ପୁଣି ଶତ୍ରୁମାନେ ମଧ୍ୟ ଦୁର୍ଵଳ ରହିଥିଵେ । ଏମନ୍ତ ଵିଚାର କରି ପେଚାମାନେ ନିଶ୍ଚିନ୍ତରେ ରହିଲେ । 

ଏଣେ କାଉମାନେ ପେଚାମାନଙ୍କର ମନୋଭାବ ଜାଣିପାରି ଆପଣା ଭଵିଷ୍ୟତ ଯୋଜନା କାର୍ଯ୍ୟକାରୀ କରିଵାକୁ ଲାଗିପଡି଼ଥାନ୍ତି । 

ପେଚାମାନେ ତ ରାତ୍ରିଚର ଏଵଂ ଦିନରେ ଶୋଇଥାନ୍ତି କାଉମାନେ ଏହାର ସୁଯୋଗ ନେଇ ଦିନରେ ତାଙ୍କ ବଡ଼ ବସା ଚାରିପାଖ ଡାଳରେ ଗୁଡା଼ଏ କାଠିକୁଟା ଗଦେଇଵାକୁ ଲାଗିଲେ । ସନ୍ଧ୍ୟା ସୁଦ୍ଧା ପେଚାମାନଙ୍କର ବସା ଚାରିପଟେ ଗୁଡା଼ଏ କାଠିକୁଟା ଗଦା ହୋଇଯାଇଥାଏ । ଏପଟେ କେତୁଟା କାଉ ନିଆଁ ଆଣିଵାକୁ ଆଗ୍ନେୟଗିରି ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ପ୍ରାୟ ନିଆଁ ଲାଗେ ତେଣୁ ସେମାନେ ସେଠାରେ ଜଳୁଥିଵା  ଖଣ୍ଡେ ଜଳନ୍ତା କାଠି ଉଠେଇ ଆଣି ସନ୍ଧ୍ୟା ପୂର୍ଵରୁ ଫେରି ଆସିଲେ । 

ଯୋଜନା ଅନୁସାରେ ପେଚାମାନେ ଚେଇଁଵା ଆଗରୁ ତାଙ୍କ ବସା ଚାରିପଟେ ନିଆଁ ଲଗେଇ ଦିଆଗଲା । ନିଆଁ ଧାସ ବାଜି ପେଚାମାନଙ୍କର ନିଦ ଭାଙ୍ଗିଗଲା । ସେମାନେ ନିଆଁରୁ ଵର୍ତ୍ତିଵା ପାଇଁ 
ଆପ୍ରାଣ ଉଦ୍ୟମ କଲେ କିନ୍ତୁ ଅଧିକାଂଶ ପୋଡ଼ି ମରିଗଲେ । ଆଉ କାଉ ମାନେ ? ସେମାନେ ତ ପେଚାମାନଙ୍କର ସର୍ଵନାଶ କରିଵା ଚେଷ୍ଟାରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ବରଗଛଟିକୁ ଵିପଦରେ ପକାଇଦେଲେ ଏଵଂ ନିଜ ବସା ମଧ୍ୟ ହରାଇଲେ ।  ସେଇଦିନଠାରୁ ପେଚାମାନେ ଏକତ୍ର ରହିଵା ଛାଡି଼ଦେଲେ କିନ୍ତୁ କାଉ ଓ ପେଚାମାନଙ୍କର ଶତ୍ରୁତା ଆଜି ବି ଯଥାଵତ୍ ରହିଛି । ସେମାନଙ୍କ ମଧ୍ୟରେ ରହ ଯିଏ ଯେତେବେଳେ ସୁଵିଧା ପାଉଛି ଅନ୍ୟ ଉପରେ ଦାଉ ସାଧୁଛି । 

 ⬛⬛⬛⬛⬛⬛⬛⬛⬛⬛⬛⬛⬛
   🔵◾◾◾ଵିଶେଷ ଦ୍ରଷ୍ଟଵ୍ୟ◾◾◾🔵

                           🔴ଆଧାର🔴
ଆଜକୁ ପ୍ରାୟ ଷାଠିଏ ମିଲିୟନ ଵର୍ଷ ପୂର୍ଵେ 
ମଧ୍ୟ-ପେଲେଓସନ୍( Middle Paleoceon) ଯୁଗରେ ଷ୍ଟ୍ରିଗିଫର୍ମସ୍(Strigiformes) ଵା ପେଚା ଜାତୀୟ ପକ୍ଷୀମାନେ ଵିଵର୍ତ୍ତନ ଯୋଗୁଁ ଜାତ ହୋଇଥିଲେ  । ତାହାର ପାଞ୍ଚ ମିଲିୟନ ଵର୍ଷ ପରେ ପ୍ରାରମ୍ଭିକ ଇଓସେନ୍(Eocen) ଯୁଗରେ Passeriformes(ଶୁକ,କାକ) ଜାତୀୟ ପକ୍ଷୀ ଜାତ ହେଵାକୁ ଲାଗିଲେ । ତେଣୁ ସଂସାରକୁ ପେଚାମାନେ ଆସିଵାର ଅନେକ ଵର୍ଷ ପରେ କାକମାନଙ୍କର ସୃଷ୍ଟି ହୋଇଥିଲା ।

                          🔴ମୂଳ ଗଳ୍ପ🔴
ଏହି ଗଳ୍ପଟି ପଞ୍ଚତନ୍ତ୍ରର ଏକ ଗଳ୍ପ ଆଧାରରେ ରଚିତ ହୋଇଅଛି । ମୂଳ ଗଳ୍ପରେ ଗୋଟିଏ ବୁଢ଼ା କାଉ ପେଚାମାନଙ୍କର ଵିଶ୍ଵାସ ଜିତି ସେମାନଙ୍କ ସହିତ ଯାଇ ରହୁଛି । ସେ କାଉଟି ପେଚାମାନଙ୍କର ଜଗୁଆଳି କାମ କଲା ଏଵଂ  କାଠି କୁଟା ମଧ୍ୟ ସଂଗ୍ରହ କରି ପେଚାମାନଙ୍କ ବସା ପାଖରେ ରଖିଲା ।  । ପେଚାମାନେ ତାକୁ ସେ କୁଟାକାଠି ଵିଷୟରେ ପଚାରିଵାରୁ ସେ ନିଜପାଇଁ ବସାଟିଏ କରିଵାକୁ ଏସବୁ ଯୋଗାଡ଼ କରୁଛି ବୋଲି ଜଣାଇଲା । ଦିନେ ଅନେକ କୁଟାକାଠି ଯୋଗାଡ଼ ହୋଇଗଲାରୁ କାଉମାନେ ଏକାଠି ହୋଇ ପେଚାମାନଙ୍କର ବସାରେ ନିଆଁ ଲଗାଇଦେଲେ ଏଵଂ ସେ ନିଆଁରେ ଜଳିପୋଡି଼ ଅନେକ ପେଚା ମରିଗଲେ । 
         
         🔴କାଉ-ପେଚାଙ୍କ ଶତ୍ରୁତାର ପ୍ରକୃତ କାରଣ🔴
ପେଚାମାନେ ରାତ୍ରିଚର ଏଵଂ ରାତିରେ କାଉମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ମାରି ଦେଉଥିଵା ହେତୁ କାଉମାନେ ପେଚାଙ୍କୁ ଦେଖିଲେ ମାରି ଗୋଡା଼ନ୍ତି । 

                    🔴ଗଳ୍ପର  ଶିକ୍ଷା🔴
ଶତ୍ରୁକୁ କେବେ ବି ଦୁର୍ଵଳ ଭାବିଵା ଉଚିତ୍ ନୁହେଁ । ଅନ୍ଯର କ୍ଷତି କରିଵା ଚେଷ୍ଟାରେ ନିଜର ମଧ୍ୟ କ୍ଷତି ହୋଇପାରେ । ଶତ୍ରୁତାକୁ ପ୍ରତିଶୋଧ ନେଇ କେବେବି ଶେଷ କରାଯାଇ ପାରେନାହିଁ । 

               🔴ଗଳ୍ପର ଗୁପ୍ତ ସନ୍ଦେଶ🔴
ଓଡ଼ିଆ ଜାତି ମଧ୍ୟ ଓଡ଼ିଶାର ଵିଚ୍ଛିନ୍ନତାଵାଦୀଙ୍କୁ ଦୁର୍ଵଳ ନଭାବି ସେମାନଙ୍କର ଉଭୟ ଅସି ଓ ମସି ଚାଳନାଦ୍ଵାରା ସର୍ଵନାଶ କରିଵା ଵିହିତ କର୍ତ୍ତଵ୍ୟ ଅନ୍ୟଥା ପେଚାମାନଙ୍କ ପରି ଓଡ଼ିଆ ଜାତିର ମଧ୍ୟ ଅଶେଷ କ୍ଷତି ଘଟିଵାର ସମ୍ଭାଵନା ରହିଛି । 
⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛

Saturday, June 5, 2021

● #ବୋଉ #ଶବ୍ଦ_ଗୋଟିଏ_କଥା_ଅନେକ ●

✍ ଶିିଶିର ସାାହୁ ମନୋଜ { ଭାଷା ସୁୁରକ୍ଷାର ଜାଗ୍ର୍ରତ ପ୍ର୍ରହରୀ }

ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ  妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି । 

ତେଵେ କିଛି ଶହ  ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ  ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି ।  ‌ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି । 

ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ  令堂(lìngtáng)ଓ ଆନର ପିତାଙ୍କୁ  令尊(lìngzūn) ସମ୍ବୋଧନ କରିଥାନ୍ତି ‌। ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ । 

ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ  家母(jiāmǔ)ଓ  家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ । 

ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ 
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି । 

ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ  ମାତାଙ୍କୁ  妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ । 

ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ । 

✓母親 (móuhchàn)
✓媽媽 (màhmà) 
✓阿母 (a mā) 
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn) 
✓妈妈 [媽媽] (māma) 
✓母親 (bó-chhin)
✓阿母 (a-bó)
✓俺娘 (án-niâ)

ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । 
ଯଥା—

✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 

✓Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 

✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 

✓ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

 ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ ।  ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି । 

ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା ।  ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।

କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ 
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ 
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା 
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା 
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...

ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । 

ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି  କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ । 

ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ 
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ 
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!

ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି  ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।

ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ? 

ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ  ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।

କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ । ବୋଧହୁଏ ସେ ଅଞ୍ଚଳର ସଂସ୍କୃତିଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଆ ଭାଷାରେ ବୋଉ ଶବ୍ଦଟି ଉପକୂଳର କେତେକ ଅଞ୍ଚଳରେ ଚଳିଅଛି । 

ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି । 

ଏତଦଵ୍ୟତୀତ ଓଡ଼ିଶାର  ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ  ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ  ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି । 

କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ 
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । 

 ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))

 ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । 

koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । 
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ 
 нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । 

ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

Wednesday, June 2, 2021

● ମାରୁଛ ଆମକୁ ତୁମେ ନକ୍ସଲ ସଜାଇ ●

(ମାରୁଛ ଆମକୁ ତୁମେ ନକ୍ସଲ ସଜାଇ)

"ଏଇ ବନ ଉପବନ ପାହାଡ଼ି ଝରଣା
ଆମ ପାଇଁ ସୁଖ-ଦୁଃଖ, ଶାନ୍ତିର ବେଦନା
ତରୁଲତା ନିର୍ଜନ ଅରଣ୍ୟ ଆମ ପାଇଁ ହାସ୍ୟ-କ୍ରନ୍ଦନର ସ୍ୱର
ପର୍ବତ ମାଳାର ଗ୍ରନ୍ଥାଘରେ ଅମୂଲ୍ୟ ପଦାର୍ଥ 
ଆମର ହୋଇବି ଆମେ କରୁନାହୁଁ ଲାଭ।

                      ପୁଞ୍ଜିବାଦୀ ସରକାର ବାଣିଜ୍ୟଙ୍କ ସାଥେ
                      ଶୋଷଣ କରନ୍ତି ବସି ସାଶକଙ୍କ ହିତେ
                      ଏଇ ଜଙ୍ଗଲ ଏଇ ମାଟି ଏଇ ଖଣି, ପାଣି
                      ଲୁଟି ଲୁଟି ସାରିଦେଲ ଶୋଷକ କାରିଣୀ
                     ସର୍ବହରା କରିଦେଲ ପୁଞ୍ଜିବାଦୀ ଗୋଷ୍ଠୀ  ॥

ସାଶନ କରୁଛ ତୁମେ ଆମ ସରଳତାକୁ ନେଇ
ଆମ ସରଳତାକୁ ତୁମେ ସୁଯୋଗ ଭାବ ନାହିଁ
ଆମ ସ୍ୱପ୍ନ ନୁହଁ ବଡ଼ ଅଟାଳିକା ଘର ଦ୍ୱାର
ଆମ ସ୍ୱପ୍ନ ସୁଖ ଶାନ୍ତି ପ୍ରେମର ଭଣ୍ଡାର
ତା'କୁ ତୁମେ ସବୁବେଳେ ନେଉଛ ଛଡ଼ାଇ

                     ତଥାପି ଆମେ ସହୁଛୁ ମୁଣ୍ଡପାତି ରହି
                     ସେତିକିରେ ଶାନ୍ତି ନୁହଁ ତୁମ ମନ ଭାବ
                     ଲୁଟୁଛ, ସୋଶୁଛ ଆମ ଶରୀରରୁ ରକ୍ତ
                    କରୁଛ ଆମକୁ ତମ ଶତ୍ରୁରୁର ଭେଷ
                    ପୁଣି ଦମନ କରୁଛ ତୁମ ରଖି ସ୍ୱାର୍ଥ ଆଗ ॥

ମୁହେଁ ସ୍ୱରାଜ ମନେ ସ୍ୱାର୍ଥ ମାନ ରଖି
ନକ୍ସଲ ସଜାଇ କେବେ ଦେଶ ଦ୍ରୋହୀ କହି 
ମାରୁଛ ଆମକୁ ଆମ ଭିତରେ ଲଢ଼େଇ
ସଜାଇ କେବେ ନକ୍ସଲ ପୁଣି ଦେଶ ଦ୍ରୋହୀ କହି
ମାରୁଛ ଆମକୁ ତୁମ ନିଜ ସ୍ୱାର୍ଥ ପାଇଁ  ॥

ସୁଶୀଲ୍ କୁମାର ଭୋଇ ,ଭୁବନେଶ୍ୱର-୨।
୬୩୭୧୭୭୭୮୭୬

Friday, May 28, 2021

● ଜୀବନ ମନ୍ତ୍ର ●

          ✍ ନୀହାର ରଞ୍ଜନ ଆଚାର୍ଯ୍ୟ 

ଷଠି ପଞ୍ଚୁଆତି ଏନ୍ତୁଡ଼ି ଶାଳ 
ବାହା ବେଦି ପୁଣି ମଶାଣି କୋଳ 
ସବୁଠି ଖେଳୁଛି ନିଆଁର ଗୋଳ 
ମଣିଷ ବୁଝୁନି ସମୟ ମୂଲ  

ଜନମ ମରଣ ବିଧି ବିଧାନ 
ବାଳୁତ କିଶୋର ଆଦି ସୋପାନ 
ସପନ ସଉଧ ତୋଳେ ଯୌବନ 
ବାର୍ଦ୍ଧକ୍ୟ ଖୋଜଇ ଧରମ ଧନ 

ବେଳୁ ସାବଧାନ ହୁଅରେ ମନ 
ବାର୍ଦ୍ଧକ୍ୟ ନୋହିବ କେବେ ଦାରୁଣ 
ଚିନ୍ତାମଣି ଚିନ୍ତି କରିଥିଲେ କର୍ମ 
ସମାଜେ ହୋଇବ ତୋ' ଗୁଣଗାନ 
 
ଅଭିଳାଷ, ଆଶା ସଂସାର ସଉଦା 
ଶେଷ ଠିକଣା ତୋ' ମଶାଣି ପଦା 
ବନ୍ଧୁ ପରିବାର ସଖା ସହୋଦର 
ଦି' ଦିନ କୁଣିଆ ଦୂନିଆଁ  ବୁକୁର 

ସଂସାର ମଧ୍ୟେ ମୃତ୍ୟୁ ଏକା ସତ୍ୟ 
ସୁଖ ସ୍ବଚ୍ଛନ୍ଦ ତ' କ୍ଷଣିକ ଉସତ 
ସମୟ ନଈରେ ନିଶ୍ଚିତ ଉଜାଣି 
ବେଳୁ ସମର୍ପିଥା ଜୀବନ ତରଣୀ

● ଓଡ଼ିଆ ଓ ହିନ୍ଦୀ କେତେ ସମାନ କେତେ ଭିନ୍ନ ●

❇️❇️ ଓଡ଼ିଆ ଓ ହିନ୍ଦୀ କେତେ ସମାନ କେତେ ଭିନ୍ନ ❇️❇️
                          ଉପସ୍ଥାପନା: ଶିଶିର ସାହୁ ମନୋଜ 

✔️କେଉଁ କେଉଁ ଗୁଣରେ ଓଡ଼ିଆ ଭାଷା ହିନ୍ଦୀଠାରୁ ଆଗରେ...

୧)ଓଡ଼ିଆ ଏକ ପୁରାତନ ଭାଷା ହିନ୍ଦୀ ଏକ ଅର୍ଵାଚୀନ ଭାଷା ।
୨) ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହିନ୍ଦୀ ଏକ କଳୁଷିତ ଭାଷା ।
୩) ଓଡ଼ିଆ ଭାଷାକୁ ଭରତକୃତ ନାଟ୍ୟଶାସ୍ତ୍ରରେ ଉଡ୍ରମାଗଧୀ ଓ ଉଡ୍ରଵିଭାଷା ଭାବେ ଉଲ୍ଲେଖ କରାଯାଇଛି ମାତ୍ର ଏହି ୨୦୦୦ ଵର୍ଷ ପୁରାତନ ଗ୍ରନ୍ଥରେ ହିନ୍ଦୀର ଉଲ୍ଲେଖ ନାହିଁ ।
୪) ଓଡ଼ିଆ ଭାଷା ସଂସ୍କୃତର ଵ୍ୟାକରଣ ଅର୍ଥାତ୍ ଭାରତର ମାନକ ଵ୍ୟାକରଣ ଵ୍ୟାକରଣକୁ ଶତକଡ଼ା ୧୦୦ ଅନୁସରଣ କରିଥାଏ ମାତ୍ର ହିନ୍ଦୀରେ ଷତ୍ଵଵିଧି ଣତ୍ଵଵିଧି ଆଦି ଅନେକ ସଂସ୍କୃତ ଵ୍ୟାକରଣ ନିୟମ ପାଳନ ସବୁସମୟରେ ସବୁ ଶବ୍ଦ କ୍ଷେତ୍ରରେ କରାଯାଏ ନାହିଁ ।
୫) ଓଡ଼ିଆ ଭାଷା ସଂସ୍କୃତ ଶବ୍ଦମୟ ଏଵଂ ସଂସ୍କୃତ ଭାଷାର ଯେକୌଣସି ଶବ୍ଦ ଓଡ଼ିଆରେ ପ୍ରୟୋଗ କରାଯାଇପାରେ ମାତ୍ର ହିନ୍ଦୀରେ ପଣପଣ ଆରବୀ- ପାର୍ସୀ- ତୁର୍କ ଵୈଦେଶିକ ଶବ୍ଦ ଭରି ରହିଥିଵାରୁ ଏଥିରେ ସବୁ  ସଂସ୍କୃତ ଶବ୍ଦ ଵ୍ୟଵହାର ହୋଇପାରେ ନାହିଁ ।
୬) ଓଡ଼ିଆ ଭାଷାର ସ୍ଵତନ୍ତ୍ର ସୁନ୍ଦର ଲିପି ରହିଛି ମାତ୍ର ହିନ୍ଦୀ ଭାଷାକୁ ସଂସ୍କୃତର ଦେଵନାଗରୀ ଲିପିରେ ଲେଖାଯାଇଥାଏ ।
୭) ଓଡ଼ିଆ ଭାଷାରେ ସାରଳା ମହାଭାରତଠାରୁ ଵୈଦେହୀଶ ଵିଳାସ ଯାଏଁ ଶତାଧିକ ପ୍ରାଚୀନ ଗ୍ରନ୍ଥ ରହିଛି ମାତ୍ର ହିନ୍ଦୀରେ ତହିଁର ଦଶଭାଗ ପ୍ରାଚୀନ ସାହିତ୍ୟ ବି ଦୃଶ୍ୟ ହୁଏନାହିଁ । ଅଵଧୀ, ମୈଥିଳୀ  ଆଦି ଭାଷାର ପୁରାତନ ଗ୍ରନ୍ଥଗୁଡି଼କୁ ହିନ୍ଦୀ ସାହିତ୍ୟ ଭାବେ ଵିଵେଚିତ କରାଯାଉଥିଲେ ହେଁ ସେସବୁ ଭାଷା ହିନ୍ଦୀର ବହୁପୂର୍ଵରୁ ଵିଦ୍ୟମାନ ଏଵଂ ହିନ୍ଦୀଠାରୁ ସ୍ଵତନ୍ତ୍ର ଭାଷା ଅଟଇ ।
୮) ସଂସ୍କୃତ ପରେ ଓଡ଼ିଆ ଭାଷାରେ ସର୍ଵାଧିକ ପାଣ୍ଡୁଲିପି ରହିଛି କିନ୍ତୁ ଏ କ୍ଷେତ୍ରରେ ହିନ୍ଦୀ ଓଡ଼ିଆ ପଛରେ ରହିଛି । 
୯) ଓଡ଼ିଆ ଭାଷାର ତତ୍ସମ,ତଦ୍ଭଵ ଓ ଦେଶଜ ଶବ୍ଦଯୁକ୍ତ ଶବ୍ଦଵିଭଵ ହିନ୍ଦୀର ଵୈଦେଶିକ ଧାରଶବ୍ଦ ଯୁକ୍ତ ଶବ୍ଦଭଣ୍ଡାର ତୁଳନାରେ ଅନେକଗୁଣ ଅଧିକ ।
୧୦) ଓଡ଼ିଆ ଭାଷା ଉପରେ ତିନୋଟି ଭାଷାପରିଵାର ଆଷ୍ଟ୍ରୋଏସୀୟ,ଦ୍ରାଵିଡ଼ୀୟ ଓ ଭାରୋପୀୟ ଭାଷାପରିଵାରର ପ୍ରଭାଵ ପଡି଼ଛି କିନ୍ତୁ ହିନ୍ଦୀରେ କେଵଳ ଭାରୋପୀୟ ଭାଷାର ପ୍ରଭାଵ ପରିଲକ୍ଷିତ ହୋଇଥାଏ ।
୧୧) ଓଡ଼ିଆ ଭାଷାର ତିରିଶରୁ ଅଧିକ ନିଜସ୍ବ ଶୈଳୀ ଥିଲାବେଳେ ହିନ୍ଦୀଭାଷା ଆଧୁନିକ ହୋଇ ସୁଦ୍ଧା ଅଵଧୀ,ମୈଥିଳୀ,ମଗହୀ ଆଦି ଅନେକ ପୁରାତନ ଭାରୋପୀୟ ଭାଷାକୁ ଯୋର କରି ଏହାର ଶୈଳୀ ଭାବେ ପ୍ରତିପାଦିତ କରାଯାଇଛି ।
୧୨) ଓଡ଼ିଆ ଭାଷାରେ ଳ ଵର୍ଣ୍ଣର ଵ୍ୟଵହାର ପ୍ରାଚୀନ କାଳରୁ ଏଯାଵତ୍ ଯଥାଵତ୍ ଥିଲାବେଳେ ହିନ୍ଦୀଭାଷାରେ 'ଳ' ର ଚଳନ ପ୍ରାୟତଃ ଉଠିଯାଇଛି
୧୩) ଓଡ଼ିଆ ଭାଷାରେ ଅନ୍ତ୍ୟସ୍ଥ 'ଯ'ର ଅକ୍ଷର ଓ ସୂର୍ଯ୍ୟ,ଆର୍ଯ୍ୟ ତଥା କାର୍ଯ୍ୟ ଆଦି ଶବ୍ଦରେ ଏହାର ମୂଳ ଉଚ୍ଚାରଣ ଏବେ ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀରେ ଅନ୍ତ୍ୟସ୍ଥ 'ଯ'ଯୁକ୍ତ ଶବ୍ଦଗୁଡ଼ିକୁ ଦ୍ଵିସ୍ଵର ୟ ଭଳି ଉଚ୍ଚାରଣ କରାଯାଏ ।
୧୪) ଓଡ଼ିଆ ଭାଷାରେ ପ୍ରାଚୀନ ଆର୍ଯ୍ୟଭାଷାର ଅକାରାନ୍ତ ଉଚ୍ଚାରଣ ଆଜି ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀ ମାତ୍ରାଧିକ ଵୈଦେଶିକ ଭାଷାଦ୍ଵାରା ପ୍ରଭାଵିତ ହେଵା ଯୋଗୁଁ ସେଥିରୁ ଏହିଗୁଣ ସମ୍ପୂର୍ଣ୍ଣ ଲୋପପାଇ ଉକ୍ତ ଭାଷା ପ୍ରାୟତଃ ହଳନ୍ତଵତ୍ ଉଚ୍ଚାରିତ ହେଉଅଛି ।
୧୫) ଓଡ଼ିଆ ଭାଷାରେ ଵର୍ଗ୍ୟ ବ, ଅଵର୍ଗ୍ୟ ଵ ଓ ଦ୍ଵିସ୍ଵର ୱ ଏହିପରି ତିନୋଟି ଅକ୍ଷର ରହିଛି । ଓଡ଼ିଆ ଭାଷାରେ ଵୈଦେଶିକ ତାୱା ହାୱା ଆଦି ଶବ୍ଦକୁ ଲେଖିଵାପାଇଁ ଦ୍ଵିସ୍ଵର ୱ ଵ୍ୟଵହାର ହୋଇଥାଏ କିନ୍ତୁ ହିନ୍ଦୀରେ ଵୈଦେଶିକ ଦ୍ଵିସ୍ଵର ୱ ଯୁକ୍ତ ଉଚ୍ଚାରଣ ହେଉଥିଵା ଶବ୍ଦଗୁଡି଼କରେ ଧ୍ଵନିତତ୍ତ୍ଵର ନିୟମଭଙ୍ଗ କରି ଅଵର୍ଗ୍ୟ ଵ ଵ୍ୟଵହାର କରାଯାଏ ଓ ସେହିପରି ଉଚ୍ଚାରଣ କରାଯାଏ ।
୧୬) ଓଡ଼ିଆ ଭାଷା ସନାତନୀ ଜଗନ୍ନାଥ ସଂସ୍କୃତି ଆଧାରିତ ସାଂସ୍କୃତିକ ଶବ୍ଦଦ୍ଵାରା ପୃଷ୍ଟ ମାତ୍ର ହିନ୍ଦୀରେ ଵୈଦେଶିକ ମୁସଲମାନ ଧର୍ମ ଓ ଆରବୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଶବ୍ଦାଧିକ୍ୟ ରହିଛି ।
୧୭) ଓଡ଼ିଆ ଭାଷାରେ ଆଠଦିଗ ପାଇଁ ସ୍ଵତନ୍ତ୍ର ବୋଇତିଆ ଶବ୍ଦ ରହିଛି ମାତ୍ର ହିନ୍ଦୀରେ ସେଭଳି ଶବ୍ଦ ଥିଵା ଜଣାଯାଏ ନାହିଁ ।
୧୮)ଜଣେ ଓଡ଼ିଆ ଭାଷା ବୋଲୁଥିଵା ଲୋକ ହିନ୍ଦୀ ସହଜରେ ବୁଝିପାରେ ମାତ୍ର ହିନ୍ଦୀଭାଷା ଯେଉସମାନଙ୍କର ମାତୃଭାଷା ସେମାନେ ହଠାତ୍ ଓଡ଼ିଆ ବୁଝିପାରନ୍ତି ନାହିଁ ।
୧୯) ଓଡ଼ିଆ ଭାଷାରେ ହିନ୍ଦୀ ଅପେକ୍ଷା ଅନେକ ଯୁକ୍ତାକ୍ଷର ଵ୍ୟଵହୃତ ହୋଇଥାଏ କିନ୍ତୁ ହିନ୍ଦୀରେ क्ष,ज्ञ,ङ्ग ଆଦି ଅଳ୍ପ କେତୋଟି ଯୁକ୍ତାକ୍ଷର ରହିଛି । ହିନ୍ଦୀରେ ଯୁକ୍ତାକ୍ଷର ପରିଵର୍ତ୍ତେ  ଅନସ୍ଵାର ଓ ଅଳ୍ପ କେତୋଟି ଶବ୍ଦରେ ଚନ୍ଦ୍ରଵିନ୍ଦୁ ଵ୍ୟଵହାର ହୋଇଥାଏ ।
୨୦)

✔️କେଉଁ କେଉଁ ଗୁଣରେ ହିନ୍ଦୀ ଓଡ଼ିଆ ଭାଷାଠାରୁ ଆଗରେ

୧)ହିନ୍ଦୀଭାଷା ଵିଶ୍ଵରେ ଓଡ଼ିଆ ଅପେକ୍ଷା ଅଧିକ ବୋଲାଯାଏ ଓ ଲୋକପ୍ରିୟ ।
୨)ହିନ୍ଦୀରେ ଓଡ଼ିଆ ଅପେକ୍ଷା ଅଧିକ ଅଧୁନା ଅଧିକ ସାହିତ୍ୟ ରଚନା ହୋଇଥାଏ ।
୩) ଓଡ଼ିଆ ଅପେକ୍ଷା ହିନ୍ଦୀଭାଷାରେ ଅନେକଗୁଣ ଅଧିକ ଚଳଚ୍ଚିତ୍ର, ପୁସ୍ତକ ଓ ଜାଲସ୍ଥଳ ଉପଲବ୍ଧ । 
୪)କେନ୍ଦ୍ରୀୟ ଶାସନ କ୍ଷେତ୍ରରେ ହିନ୍ଦୀ ଭାଷା ଇଂରାଜୀ ସହ ଏକ ପ୍ରମୁଗ ସରକାରୀ ଭାଷାର ମାନ୍ୟତା ପାଇଥିଲାବେଳେ ଓଡ଼ିଆ ଭାଷାକୁ କେଵଳ ଓଡ଼ିଶାରେ ସରକାରୀ ଭାଷାର ମାନ୍ୟତା ମିଳିଅଛି ।
୫) ଓଡ଼ିଆ ଭାଷାକୁ ଅନେକ ଜାଲସ୍ଥଳ ଓ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ହତାଦର କରାଯାଉଥିଲାବେଳେ ହିନ୍ଦୀକୁ ଇଂରାଜୀ ସହ ସଦାସର୍ଵଦା ଅଗ୍ରାଧିକାର ମିଳିଥାଏ ।
୬)ଭାରତରେ ଅନେକ ଲୋକ ହିନ୍ଦୀ ବୁଝିପାରନ୍ତି ମାତ୍ର ଓଡ଼ିଆ ଭାଷାକୁ ଭାରତରେ ସମସ୍ତେ ବୁଝିପାରନ୍ତି ନାହିଁ ।
୭)ଭାରତରେ ହିନ୍ଦୀ ଏକ ସମ୍ପର୍କ ଭାଷା ଭାବରେ ଆଜି ଅନେକ ଭାଷାକୁ ପ୍ରଭାଵିତ କରି ଵୈଦେଶିକ ଓ ଦେଶଜ ଶବ୍ଦଦ୍ଵାରା କଳୁଷିତ 
କରୁଅଛି ମାତ୍ର ଓଡ଼ିଆ ଭାଷା ଏ ଦିଗରେ ବହୁ ପଛରେ ରହିଛି ।
୮)ଓଡ଼ିଆ ଭାଷାର କୁଡ଼ମଲୀ,ଲରିଆ ଓ ସାଦ୍ରୀଭାଷାକୁ ହିନ୍ଦୀଭାଷା ଚୋରାଇ ନେଇଛି କିନ୍ତୁ ଓଡ଼ିଆ ଭାଷା ହିନ୍ଦୀର କୌଣସି ଶୈଳୀ ଚୋରାଇ ନାହିଁ ।
୯)ହିନ୍ଦୀଭାଷାରେ କେତୋଟି ଵ୍ୟତିକ୍ରମକୁ ଛାଡି଼ଦେଲେ ଅଵର୍ଗ୍ୟ ଵ ଯୁକ୍ତ ଅଧିକାଂଶ ତତ୍ସମ ଶବ୍ଦରେ ଥିଵା ଅନ୍ତ୍ୟସ୍ଥ ଵ କୁ ଠିକ୍ ଉଚ୍ଚାରଣ କରାଯାଏ କିନ୍ତୁ ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵ କୁ ଵର୍ଗ୍ଯ ବ ପରି ଉଚ୍ଚାରଣ କରାଯାଇଥାଏ ଏଵଂ ‘ଵା' ,‘ହେଵା’ ଆଦି ଅଳ୍ପ କେତୋଟି ଦେଶଜ ଶବ୍ଦରେ ଅଵର୍ଗ୍ୟ ଵ ର ଉଚ୍ଚାରଣ ଦୃଶ୍ୟ ହୋଇଥାଏ ।

✔️ଉଭୟ ଭାଷାରେ ସମାନତା କ'ଣ କ'ଣ ?

୧) ଓଡ଼ିଆ ଏଵଂ ହିନ୍ଦୀ ଉଭୟ ଭାରତୀୟ ଭାଷା ଓ ଏ ଉଭୟ ଭାଷାର ଅନେକ ଶବ୍ଦ ସଂସ୍କୃତ ତଥା ପ୍ରାକୃତ ଭାଷାରୁ ଗ୍ରହଣ କରାଯାଇଛି । 
୨)ଉଭୟ ଭାଷା ଆର୍ଯ୍ୟଭାଷା ଵା ଇଣ୍ଡିକଭାଷା ଏଵଂ ଭାରୋପୀୟ ଭାଷା ପରିଵାରର ଭାଷା ଅଟଇ ।
୩) ଓଡ଼ିଆ ଏଵଂ ହିନ୍ଦୀରେ ଅନେକ ସମଦ୍ଧୃତଗତ ଦେଶଜ ,ତଦ୍ଭଵ ଓ ତତ୍ସମ ଶବ୍ଦ ସମ ଅର୍ଥରେ ଵା ସାମାନ୍ୟ ଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ ।
୪)ଉଭୟ ଭାଷା ଵିଶ୍ଵର ସର୍ଵାଧିକ କଥିତ ଵୈଶ୍ଵିକ ଭାଷା ମଧ୍ୟରେ "ମୋଟ୍ ୨୦" ମଧ୍ୟରେ ରହିଛି ।
୫) ହିନ୍ଦୀ ଓ ଓଡ଼ିଆ ଭାଷା ଏ ଉଭୟ ଭାଷାରେ ଵ୍ୟଵହୃତ ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଅଛି ।

ଆପଣଙ୍କ ପାଖରେ ଆଉ କୌଣସି ମତ ଥିଲେ ଯୋଡି଼ପାରନ୍ତି...

Wednesday, May 26, 2021

ଢଗଢମାଳି

ଖଣ୍ଡାୟତ ଯେବେ ଚୋରକୁ ଡରେ
ସେନାନୀ ଚକିତ ହେଲେ ରଣରେ

ଗାଲମୁଛା ରଖିଥିଲେ ବାରିକ
ଖରା କି ବରଷା ହେଲେ ଅଧିକ

ପେଟମରା ରୋଗୀ ଗୀତ ଗାଇଲେ
ନାରୀ ଅଶକତ ପ୍ରସବ ବେଳେ

ମନ୍ତ୍ରୀଟି ଉଚିତ କଥା ନ କହେ
ନ ମିଳିଲେ ଭିକ୍ଷା ଯେ ଗାଳି ଦିଏ

ପତିତ ଯେବେ ହୁଅଇ ପଣ୍ଡିତ
ଦରିଦ୍ର ଲୋକ ନ ଶୁଣଇ ହିତ

ଘରର ମୁରବୀ ଚଞ୍ଚଳ ଚିତ୍ତ 
କହେ ଦନାଇ ଏ ନୁହେଁ ଉଚିତ ॥

Tuesday, May 25, 2021

● ଗଞ୍ଜାମର ଉତ୍କଳ ପ୍ରୀତି ●

                     ✍ ଉପସ୍ଥାପନା : ଶିଶିର ସାହୁ ମନୋଜ 

ଯୁଗେ ଯୁଗେ ଗଞ୍ଜାମ ଜିଲ୍ଲା ସାରା ଓଡ଼ିଶାକୁ ଵିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଦେଵାରେ ସହାୟକ ହୋଇଛି ।

୧୯୦୩ ମସିହା ଏପ୍ରିଲ ୧୧ ଓ ୧୨ ତାରିଖ ବ୍ରହ୍ମପୁରଠାରେ ପାରଳାଖେମୁିର ଶ୍ୟାମସୁନ୍ଦର ରାଜଗୁରୁଙ୍କ ସଭାପତିତ୍ଵରେ ଗଞ୍ଜାମ ଜାତୀୟ ସମିିତିର ସଭାରେ ତତ୍କାଳୀନ  ତରୁଣ କବି ଗୋପବନ୍ଧୁ ଯଥାର୍ଥରେ କହିଥିଲେ―

"ଧନ୍ଯ ହେ ଗଞ୍ଜାମଵାସୀ ଓଡ଼ିଆ ସକଳ,

ଧନ୍ଯ ତୁମ୍ଭ କଉଶଳ ଧନ୍ଯ ତୁମ୍ଭ ବଳ।

ଦେଖାଇଲ ଯେ ଉତ୍ସାହ ଉଦ୍ଯମ ଶକତି,

ମାତୃଭାଷା ମାତୃଭୂମି ଅଟଳ ଭକତି ।"

ଅଵିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଓଡ଼ିଆ ଭାଷା ଆନ୍ଦୋଳନର ଦୁନ୍ଦୁଭି ବାଜି ଉଠିଥିଲା ।

 ବର୍ତ୍ତମାନ ର ଦାରଙ୍ଗବାଡି଼ ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଉତ୍କଳ ରକ୍ଷକ ଶ୍ରୀ ଭେଙ୍କଟେଶ୍ବର ରାଓ ପ୍ରଥମେ ଏଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । 

ଶ୍ରୀରାଓ ଅନୁଭଵ କରିଥିଲେ, ଓଡ଼ିଶାର ସର୍ଵାଙ୍ଗୀନ ଉନ୍ନତି କେଵଳ ଓଡ଼ିଆଙ୍କର ସ୍ବାଭିମାନୀ ସ୍ବତନ୍ତ୍ର ଶାସନରେ ହିଁ ସମ୍ଭଵପର ହୋଇପାରିଵ ତେଣୁ ସେ ସ୍ବପ୍ନ ଦେଖୁଥିଲେ ମଧ୍ଯପ୍ରଦେଶ,ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଯାଇଥିଵା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ।

1866ରେ ଜମିଦାରୀ କ୍ଷମତା ପାଇଵା ପରେ ସେ ନିଜ ଚିନ୍ତାଧାରା କୁ କାର୍ଯ୍ୟରେ ପରିଣତ କରିଵା ପାଇଁ
ହଦଗଡ଼,ମୁଠା(ଟିକାପାଲି),ଚକାପାଦ,ଗଞ୍ଜାମ,ଅଠର ଓ ବାରମୁଠାର ସମସ୍ତ ରୟତ,କରଡା଼,ରଣବା,ଗଦାପୁର,ପାଲୁର,ହୁମା,ଗଞ୍ଜା,ମହୁରୀ,ସୁରଙ୍ଗୀ,ଜରଡା,ଖଲ୍ଲିକୋଟ,ଆଠଗଡ଼, ଘୁମୁସର,ଧରାକୋଟ,ସୋରଡା଼,ଖେମୁଣ୍ଡି,ଚିକିଟି,
ଜଳନ୍ତର,ମଞ୍ଜୁଷା,ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା,ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ,ବିଭିନ୍ନ ଛୋଟ ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନକରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା(ଵର୍ତ୍ତମାନର ଭଞ୍ଜନଗର)ଠାରେ 
ଏକ ସଭାର ଆୟୋଜନ କଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାଷୀଙ୍କ ପାର୍ଦୁଭାଵକୁ ତୀବ୍ର  ଭର୍ତ୍ସନା କରାଯିଵା ସହ ଏଠିକାର ନ୍ୟାୟାଳୟ ଓ ଵିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଵିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିଵା ମାନପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା ।

ତେଵେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିଵାର ଶୁଭଶଙ୍ଖ ସର୍ଵ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା ଏବଂ ଯାହା ମଧ୍ଯପ୍ରଦେଶ ଓ ବଙ୍ଗ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାଵାଦୀ ଓଡ଼ିଆଙ୍କର ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା ...

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...