ଗୋଟେ ନୋକର ଦିଇଟା ପୁଅ ଥିଲେ । ବଡ଼ପୁଅ ନା #ଧନିଆ ସାନର ନାଆଁ #ମନୁଆ । ଧନିଆଟା ମନରେ ଧନୀ ,କାହାକୁ ଆଗତୁରା କିଛି କୁହେନି ହେଲେ ରାଗିଲେ କାହା କଥା ଶୁଣେନି ।
ସାନପୁଅଟା ଭାରି ମନୁଆ , କଥା କଥାକେ ଖାଲି ଟେମ୍ପର ।
ବୁଢ଼ା ଦେଖିଲା ପୁଅମାନଙ୍କର ମୁଣ୍ଡକୁ ହାତ ପାଇଲାଣି , କାମ ଦାମ କିଛି ଦେବା ଏଗୁଡ଼ାକୁ । ଏକଥା ମନକୁ ଘେନି ବୁଢ଼ାଟା ପୁଅମାନଙ୍କୁ ଦଶ ଦଶ #ଭରଣ ବିଲ ଚଷିଵାକୁ ଦେଲା ।
ବଡ଼ପୁଅ ଧନିଆଟା ବଡ଼ ପାରିଆର । ବିଲ ଦଶ ଭରଣ ପ୍ରଥମ ଵର୍ଷ ଜଣକୁ ନଗେଇ ଦେଲା । ଇଆଡ଼େ ନିଜେ ଗୋଟେ ପାନ ଦୋକାନ ଗୋଟେ ଖୋଲି ବସିପଡି଼ଲା । ସେ ଵର୍ଷ ଭଲ ବେପାର ହେଲାରୁ ଦୋକାନକୁ ଆଉ ଟିକିଏ ବଡ଼କରି ଗୋଟେ ପିଲା ବସେଇ ଦେଲା । ତୃତୀୟ ଵର୍ଷ ଵେଳକୁ ତା ପାଖରେ ଭଲ ଦି ପଇସା ହେଇ ଯାଇଥାଏ । ଏଥରକ ସେ ଵିଦେଶ ଯାଇ ସେଠାରେ ମଧ୍ୟ ଗୋଟାଏ ଦୋକାନ ଖୋଲି ଗାଆଁର ଗୋଟେ ପାରିଵା ପିଲାକୁ ବସେଇ ଦେଇଛି । ଫୋନ ଯୋଗେ ବୁଝାବୁଝି କଲା
ସାନ ପୁଅର ଅଧିକ ଟେମ୍ପର କାମରେ ମନ ନାହିଁ । ଯଥାକଥା ଚାଷ କରୁଥାଏ । ସବୁ ବର୍ଷ ଫସଲ ହାନୀ । ଦିନେ ସେ' ବୁଢ଼ାକୁ କହିଲା; ବାପା ! ମୋ ଭାଗରେ ଯାହା ଭାଗ ହେଉଛି ତାହା ମୋତେ ଦେଇଦିଅ , ମୁଁ ସେ ବଡ଼ଭାଇଟା ସହ ଚଳିପାରିବିନି ।
ବୁଢ଼ା ଟିକେ ଭାବିଲା ପରେ ସବୁ ଧନ ଦୁଇପୁଅଙ୍କୁ ବାଣ୍ଟିଦେଲା ।
ବେଶି ଦିନ ହୋଇନି, ସାନପୁଅ ସବୁଧନକୁ ବନ୍ଧା ପକେଇ ପଇସା ଧରି ଦୂର ଦେଶକୁ ଗଲା । କୋ କାମରେ ତ' ଅଭିଜ୍ଞତା ନାଇଁ କି କାମ କରିବ ଚିନ୍ତା କରୁଥାଏ , ଏଣେ ପୁଅ ନୂଆଁ ନୂଆଁ ସହର ଯାଗା ଦେଖୁଚି । ହୋଟଲେରେ ଖାଉଚି ସିନେମା ଦେଖୁଚି , ଏମିତି ହେଉ ହେଉ ସେଠାରେ ସବୁ ଧନ ସାରିଦେଲା, ଧନ ସରିଲାରୁ ପୁଅର ମୁଣ୍ଡ ବୁଲେଇଲା ଭୋକରେ କେତେ ଦିନ ରହିଲା କାରଣ ସେ ଗରିବ ହୋଇଯାଇଥିଲା । ଏବେ ସିଏ ସେଦେଶର ଜଣକ ଘରେ ଯାଇ ହଳିଆ ରହିଲା । ସେ'ଲୋକ ତାକୁ ଆପଣା ପଡ଼ିଆରେ ଘୁଷୁରି ଚରାଇବାକୁ ପଠାଇଲା । ଯେଉଁ ଶସ୍ଯକୁ ଘୁଷୁରି ଖାଆନ୍ତି ତାକୁ ସେଇ ଶସ୍ଯ ଖାଇବାକୁ ଦେଲା ।
ପୁଅ ଏବେ ଅଲଗା କାମ ଖୋଜିବାକୁ ଲାଗିଲା ଓ କେହି ତାକୁ କିଛି କାମ ଦେଲେ ନାହିଁ । ଏବେ ତାକୁ ଆହୁରି ଚିନ୍ତା ଘାରିଲା, ସେ ଭାବିଲା, ମୋ ବାପ ଘରେ କେତେ ମୁଲିଆ ଖାଇ ବଞ୍ଚୁଛନ୍ତି ! ମୁଁ'ଭୋକରେ ମରୁଛି ... !
#ଥିଲା_ବଡ଼ଘର_ଚାକର_ବାକର
#ଖାଉଥିଲି_କ୍ଷୀରସର
#କରମର_ଫଳ_ପାଚିଲାଣି_ଏବେ
#ବୋପା_ଭାଇ_ସାତପର....
ମୁଁ' ଏଠୁ ମୋ'ବାପ ପାଖକୁ ଯିବି ଓ ତାକୁ କହିଲେ,କିଛି ଗୋଟେ ହବ । ଏକଥା ଭାବି ସେଠୁ ସେ ଫେରିଆସିଲା ହେଲେ ବାପାକୁ କେମିତି ମୁହଁ ଦେଖେଇବ ଭାବୁଥାଏ ।
ଏକଥା ବଡ଼ଭାଇର ଗୋଟେ ମୂଲିଆ ଜାଣିଲା ଓ ତାକୁ ବୁଢ଼ା ପାଖକୁ ନେଲା । ହେଲେ ପୁଅ ଲାଜରେ ଖୁବ୍ ଦୂରରେ ଠିଆହେଲା । ତେବେ ତା ବାପ ତାକୁ ଦେଖି ପୁଅ ମୋହରେ ଭାସିଗଲା ଓ ତାକୁ କୁଣ୍ଢେଇ କିରି ଚୁମ୍ବନ କଲା।
ପୁଅ ତାକୁ କହିଲା, ବାପା ! ତୁମେ ତ ଭଗବାନ । ମୁଁ ଭଗବାନଙ୍କ ହୁକୁମ ନମାନି ପାପ କଲି । ମୁଁ ତମର ପୁଅ ବୋଲାଇବାକୁ ଯୋଗ୍ୟ ନାଇଁ । ବାପ ଆପଣା ଚାକରକୁ କହିଲା, ଭଲ ଲୁଗା ଆଣି କରି ତାକୁ ପିନ୍ଧାଅ ଓ ତା ହାତରେ ମୁଦି ଓ ଗୋଡ଼ରେ ପାଣ୍ଢେଇ (ଜୋତା) ପିନ୍ଧାଅ । ଗୋଟେ ଦୋକାନ ବି ଖୋଲି ପୁଅକୁ କହିଲା ଏଥର ଠିକ୍ ରେ ଦେଖାଶୁଣା କର । ପୁଅ ବି ବୁଢ଼ାର କଥା ମାନିଲା ।
ହେଲେ ଏକଥା ସେବ ଯୁଗର ଆଜିକାଲି ଏକଥା ହବନି । ଯୋଉ ପୁଅମାନେ ବୋପାଠୁ ଭିନ୍ନେ ହେଲ ଆଉ ମିଶିବା କଥା ମନରେ ଭାବିବନି କାଇଁକି ନା ବୁଢ଼ା ଭଳି ମହାପୁରୁଷ ଆଉ ନାହାନ୍ତି ଯେ ତମକୁ ଆଣି ମୁଣ୍ଡରେ ବସେଇବେ । ତେଣୁ ବୁଝିବିଚାରି କାମ କରରେ ପିଲେ ।
କଥାରେ ଅଛି :-
#ହାତରୁ_ଗଲା_ଖସି
#ତାରା_ଗଣୁଥା_ବସି ।।
No comments:
Post a Comment