Monday, August 10, 2020

🌺 ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା 🌺

✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ~~~~~~~~●~~~~~~~


ସପନ ସରିଲା ନିଦ ଭାଙ୍ଗିଗଲା ଆକାଶୁ ତାରା ହଜିଲା ଦିନମଣି ଉଭା ସଙ୍କେତ ଆସିଲା କୁକ୍କୁଟ ରାବ ଶୁଭିଲା ।ପ୍ରଭୁପଦ ଆଶେ ଯୁଇ,ଚମ୍ପା,ହେନା, ମଧୁ-ମାଳତୀ ବାସିଲା

ଗଭୀର ଗୁମାନେ ଶେଫାଳି ରାଣୀଟା ବୃନ୍ତରୁ ପତିତ ହେଲା ।।

ମାନି ବୋଉ ବାସି ପାଇଟିକୁ ସାରି ବଉଳା କ୍ଷୀର ଦୁହିଁଲା
କିଚିରି ମିଚିରି ପକ୍ଷୀ କାକଳିରେ ମୃଦ୍ୟୁ ଗୁଞ୍ଜରଣ ହେଲା ।
ମଥାନ ଉପରୁ କାକ ରାବ ଶୁଣି କୁନାଟା ନିଦରୁ ଉଠିଲା
ସେ'ମୁଣ୍ଡ ମନ୍ଦିରୁ ଘଣ୍ଟଘଣ୍ଟା ଶବ୍ଦେ ଭଜନ ଗାନ ଶୁଭିଲା  ।।

ବିଭୁକୃପା ଧ୍ୟାଇ ଗ୍ରାମ ସୀମନ୍ତିନୀ ସରିତ ତଟେ ଚଳିଲା
ହୁଳହୁଳି ସ୍ବରେ ଦାମୋଦର ଭଜି ମଙ୍ଗଳ କାମନା କଲା

ପୂରୁବ ଦିଗରୁ ସୁରୁଯଙ୍କ ଜ୍ୟୋତି ଧରଣୀ ବକ୍ଷେ ପଡିଲା


ରାତ୍ରିର କାକର କଅଁଳ ଖରାରେ ହୀରକ ପ୍ରାୟ ଶୋଭିଲା ।।

ଦେଖି ଏ ସୌନ୍ଦର୍ଯ୍ୟ  ବିଧିର ବୈଭବ ମନ ପୁଲକିତ ହେଲା
ସମର୍ପଣ ଭାବେ ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା ।।
           ----------×-----------http://sammarpana.blogspot.com

- ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା / ଗଞ୍ଜାମ ।


No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...