ତୁମେ ହିଁ' ଅତୀତ ତୁମେ ଭବିଷ୍ୟତ
ଦାରୁବହ୍ମେ ପ୍ରତିଷ୍ଠିତ
ସର୍ବ ଘଟେ ସ୍ଥିତ ତୁମେ ପରଂବ୍ରହ୍ମ
ଆତ୍ମା ରୂପେ ବିରାଜିତ
ତୁମେ ହିଁ' ସବୁରି ତାତ
ଆସନ୍ତକି ଥରେ ମନ ବୃନ୍ଦାବନେ
ଆଶେ ଅଛି ମୋର ଚିତ୍ତ ..... ୦
ମିଛ ଏ'ସଂସାରେ କେହି ନୁହେଁ ଆଉ
ତୁମ ସ୍ଥିତି ଏକା ସତ
କରନ୍ତକି ଥରେ ତୁମ ମିତ ମୋତେ
ହୃଦୟ ହୁଅନ୍ତା ଶାନ୍ତ
ଘେନି ବାରେ ପ୍ରଣିପାତ
ଆଡ଼ ଚାହାଣୀରେ ଦୁଃଖକୁ ପରଖି
ହରି ନିଅ ଥରେ ଚିତ୍ତ .... ୧
ଅର୍ଜୁନର ଶକ୍ତି ସୁଦାମାର ଭକ୍ତି
ରାଧା ମୀରା ଅନୁରାଗ
ଜୀବନ ଯୁଦ୍ଧେ ମୁଁ' ପରାଜିତ ଯୋଦ୍ଧା
ହଜିଛି ସୁଖ ସୌଭାଗ୍ଯ
ଦେଇ ଆଶୀର୍ବାଦ ହାତ
ଔତ୍ସୁକ ଜାଗ୍ରତେ ମନକୁ ଜଗାଅ
ଆନମନା ନୋହୁ ଚିତ୍ତ ..... ୨
ଐର ବିନାଶକ ହେ' ବିଶ୍ବନାୟକ
ଐକୁଣ୍ଠ ଦେବ ମୂରାରୀ
ଅଗତିର ଗତି ହେ' ଜଗତପତି
ରକ୍ଷାକର ଚକ୍ରଧାରୀ
ସତ ଏଠି ଦିନ ରାତି
କାଳ ରତ ରତ ଛାତି ଧଡ଼ଧଡ଼
ମନ ଥାଉ ତୁମ କତି ..... ୩
-------×--------
http://sammarpana.blogspot.com
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।
No comments:
Post a Comment