Tuesday, August 11, 2020

● ସାହିତ୍ୟରେ ସ୍ବାଧୀନତା ●

✍ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 
~~~~~~~~~~~~~~~~~~
ଆମ ଦେଶର ତଥା ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ , ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇଛି ସାହିତ୍ୟ । ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆମକୁ ତଥା ବିଶ୍ବକୁ କାଳେ କାଳେ ପ୍ରେରଣା ଦେଇଆସିଛି । ଏପରିକି ସାହିତ୍ୟ ମୃତବ୍ୟକ୍ତିର ଦେହରେ ସ୍ପନ୍ଦନ ସୃଷ୍ଟି କରିପାରେ । ସେହିପରି ଆମେରିକାରେ କ୍ରୀତଦାସ ପ୍ରଥା , ସାମାଜିକ ସଂସ୍କାର ପାଇଁ ମଧ୍ୟ  ସାହିତ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

                  ଜାତୀୟ କବି ବିରୋକିଶୋର , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ , ମଧୁବାବୁ, ବିନୋଦ କାନୁନଗୋ ନାରୀକବି କୁନ୍ତଳା କୁମାରୀ ସାବତଙ୍କ  ରଚନାବଳୀ ଜାତୀୟ ଜୀବନକୁ ପ୍ରରୋଚିତ କରିଥିଲା। ଏବଂ ସେ ସମୟର ସାହିତ୍ୟ ସ୍ବାଧୀନତା ସଂଗ୍ରାମକୁ ଆଗକୁ ନେଇଥିଲା। ସାହିତ୍ୟ ହିଁ ବ୍ୟକ୍ତିର ଆତ୍ମିକ ବଳ ଜିତିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଏହାର ଆଉ ଏକ ପ୍ରମାଣ ସିଦ୍ଧ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ  ‌। ପ୍ରତିଭା କେବଳ ଓଡ଼ିଶା ନୁହେଁ, ସାରା ଭାରତର ଲେଖିକା। ପ୍ରତିଭାଙ୍କ ଦ୍ରୌପଦୀ ସାରା ଭାରତର ଦ୍ରୌପଦୀ। ପ୍ରତିଭା  ହିନ୍ଦୀ, ତେଲଗୁ, ମରାଠୀ ଆଦି ବିଭିନ୍ନ ଭାଷାର ଲେଖିକା ଭାବେ ପରିଚିତା ହୋଇଛନ୍ତି। ସମାଜର ଅସଙ୍ଗତି, ପୀଡ଼ା ସହ ଆଦିବାସୀ, ଦଳିତ, ଅବହେଳିତ, ବୃଦ୍ଧବୃଦ୍ଧା, ପିଲା ଆଦି ସମସ୍ତଙ୍କର ଲେଖିକା ହୋଇଛନ୍ତି। ଭାରତୀୟ ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଭାଙ୍କ ଲେଖନୀ ସଦା ତତ୍ପର ଥିଲା । 

         ସ୍ବାଧୀନତା ପାଇଁ  ଅହିଂସା ମନ୍ତ୍ର ଥିଲା ସତ କିନ୍ତୁ  ଶକ୍ତି ଯୋଗାଇଥିଲା ସାହିତ୍ୟ । ପ୍ରେରଣାର ଉତ୍ସ ଥିଲା ସାହିତ୍ୟ  । ଜନ ଜାଗରଣ ପାଇଁ କବିର କଲମ ହେଇଥିଲା ଶାଣିତ ଖଡ୍ଗଠୁ  ଆହୁରି ଶାଣିତ । ବୈପ୍ଳବର ଏକ ଶକ୍ତ ଅସ୍ତ୍ର ଥିଲା ସାହିତ୍ୟ । 
  ଗୋପବନ୍ଧୁଙ୍କ ଆହ୍ବାନ ରୁ ପଦେ :-     
             ଜାତୀୟତା ସ୍ରୋତ ହେଉ ପ୍ଳାବିତ
                  ଉଠୁ କୋଟି କଣ୍ଠୁ ଜାତୀୟ ଗୀତ  ।।
                               --‐-------------
   ଅରି ଫେରି ନାହିଁ, ଯୁଦ୍ଧ ସରି ନାହିଁ
      ଆସ ମୋ ଶିବିରେ ଆସ ଭାଇ !
     ହିମାଳୟ ଶିରେ ଶବଦ ଶୁଭଇ ,
       ଡର ନାହିଁ ଆଉ ଡେରି ନାହିଁ।
                   *** *** ***
    ଅରି ଫେରି ନାହିଁ, ଯୁଦ୍ଧ ସରି ନାହିଁ,
      ଜଡ଼ ଚେତନାର ବଳ କଷାକଷି
       ଅସ୍ତ୍ର ଜବତ ରଣ ଏହି,
     ତରଙ୍ଗ ଏହାର ରୋଧିବ କିଏ ସେ
       ଯୁଗ ଯୁଗାନ୍ତର ଯିବ ବହି।
     ✍( ଜାତୀୟ କବି ବିରୋକିଶୋର ) ।

                       ଭାରତବର୍ଷର ମୁକ୍ତିସଂଗ୍ରାମରେ ବହୁ ରାଜନୀତିକ ମତବାଦ, ଚିନ୍ତନ ଓ ପ୍ରଚାରପତ୍ର ଯେତେ ପ୍ରେରଣାଦାୟୀ ହୋଇ ନ ପାରିଛି, ଜଣେ ଜଣେ ଜାତୀୟକବି ତାଙ୍କ ଉନ୍ମାଦନାମୟ ସଙ୍ଗୀତର ଛନ୍ଦ ଓ ସ୍ଫୁଲିଙ୍ଗରେ ତାହା ସାଧନ କରିପାରିଛନ୍ତି । ଭାରତର ସ୍ବାଧୀନତା ସଂଗ୍ରାମ କାଳରେ ଏକ ଦୀର୍ଘସ୍ଥାୟୀ, ଅହିଂସ୍ର ସମରକୁ ଚିର ଜାଜ୍ଜ୍ୱଲ୍ୟମାନ କରି ରଖିବାରେ ଆମ ରାଜ୍ୟର ଜାତୀୟକବି ବୀରକିଶୋର ଦାସ ଅନନ୍ୟ ଓ ଅନ୍ୟତମ ।

             ସ୍ବାଧୀନତା ସଂଗ୍ରାମ ରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିକୁ ଭିତ୍ତିକରି କବି ଯେଉଁ ସବୁ ଜାତୀୟ ସଙ୍ଗୀତ ଲେଖିଛନ୍ତି, ସେଗୁଡ଼ିକ ସଂଗ୍ରାମୀ ମାନଙ୍କ ମଧ୍ୟରେ ସୃଷ୍ଟି କରୁଥିଲା ଅଧିକ ଉତ୍ସାହ ଓ ନୂତନ ଉଦ୍ଦୀପନା, ସଂଗ୍ରାମର ଧାରାରେ ବିବଶ ଓ ଅସହାୟ ହୋଇପଡୁଥିବା ବେଳେ ଭରି ଦେଉଥିଲା ନୂତନ ପ୍ରାଣଶକ୍ତି ।

        ସ୍ବାଧୀନତା ରେ ସାହିତ୍ୟ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ଓ ପ୍ରଭାବଶାଳୀ ଅସ୍ତ୍ର  । ଏଣୁ ସାହିତ୍ୟ ବିନା ସ୍ବାଧୀନତା ପାଇବା ଅସମ୍ଭବ ହୋଇଥାନ୍ତା କହିଲେ ଅତ୍ୟୁକ୍ତି ହେବନାହିଁ  । 
                     ---------××---------
http://sammarpana.blogspot.com

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...