ହେ'କୃଷ୍ଣ କେଶବ
✍ ସନ୍ତୋଷ ପଟ୍ଟନାୟକ
~~~~~~~~~~~~~~~~~~
ଅଷ୍ଟମୀ ତିଥି ଅଷ୍ଟମ ଗର୍ଭ
କାରାଗାରେ ହେଲ ଭୁମିଷ୍ଠ
ବିନାଶି ଦୁଷ୍ଟ ହରିଲ କଷ୍ଟ
ଉଶ୍ବାସ ହେଲା ଧରାପୃଷ୍ଠ
ଚରାଇ ଗଲ ଗୋଗଷ୍ଠ
ବକାସୁର ସାଥେ କେତେ ନାଶଗଲେ
ସଙ୍ଗେ ଥିଲେ ତୁମ ଜ୍ୟେଷ୍ଠ ...୧
ରାଧାର ଭାବ ଗୋପ ସୁହାଗ
ରହିଲା ଗାଥା ହେଇ
ଦ୍ବାରିକା ଗଢ଼ି ଭୁଲିଲ ସବୁ
ଅଷ୍ଟପାଟବଂଶୀ ପାଇ
ସୁଦାମାର ମାନ ପାଇଁ
ମୁକୁଳା ପାଦେ ଧାଇଁଲ ତୁମ୍ଭେ
ବନ୍ଧୁ ପଣକୁ ନେଇ .... ୨
ମହାଭାରତ ମହାସଂଗ୍ରାମ
ଧର୍ମ ସଂସ୍ଥାପନା ପାଇଁ
ଅର୍ଜୁନ ଶକ୍ତି କୃଷ୍ଣାଙ୍କ ଭକ୍ତି
ସବୁ ତ' ତୁମରି ପାଇଁ
ମାନବ କଲ୍ୟାଣ ନେଇ
ଅର୍ଜୁନକୁ ଦେଲ ଭାଗବତ ଜ୍ଞାନ
ବିଶ୍ବରୂପକୁ ଦେଖାଇ .... ୩
ବସୁଦେବ ପୁତ୍ର ଆହେ ବାସୁଦେବ
ଅଧମ ପ୍ରଣାମ ନେବ
ହୃଦେ ଦେଇ ଭାବ ହେ'ଦୀନବାନ୍ଧବ
ନାଶି ଦେବ ଅହଂ ଗର୍ବ
ହେ'ପଭୁ କୃଷ୍ଣ କେଶବ
ଭବ ସାଗରରୁ ସଅଳେ ଫେରାଅ
ଏଇ ମୋ' ଜୀବନ ନାବ....୪
http://sammarpana.blogspot.com
No comments:
Post a Comment