Wednesday, August 26, 2020

● ଖଡ଼ି ରଥରେ ଠାକୁର ●

ଧନ୍ଯରେ ଭକତ ନିତ୍ୟ ପ୍ରଶଂସିତ
     ଭକ୍ତି ଭାବ ଅନାବିଳ
 ସମ୍ପର୍କର ଡୋର ପୂଜା ଓ ଫୁଲର
       ସଙ୍ଗୀତରେ ଲୟ ତାଳ
 ନୁହଁ ଚାକ ଚକ୍ୟେ କାୟ ମନ ବାକ୍ୟେ
       ଅରଜୁଛ ଶ୍ରେଷ୍ଠ ସ୍ଥାନ
କାଳର କରାଳେ ସମସ୍ୟା ବହୁଳେ 
        ପ୍ରଭୁ ଯେ ବିରାଜମାନ
ବିଶ୍ୱ ବିପତ୍ତିରେ ଅଥୟ ଅଧିରେ
     ପ୍ରଭୁଙ୍କର ଘୋଷ ଯାତ
ଭିଆଇଲ ଯାହା ଭରିଗଲା ହିଆ
      ଚରାଚରରେ ଚର୍ଚ୍ଚିତ
ଭକ୍ତ ଭଗବାନ ଭାବରେ ମିଳନ
      ଅଭାବେ ଅମାପ ଦୂର
ଆଜି ଏହି କଥା କଳମ୍ବରେ ଗାଥା
     ଖଡି ରଥରେ ଠାକୁର
ଯେତେ ଉପସ୍ଥିତ ବିଧି ସମାପିତ
       ଠାକୁରଙ୍କ ନୀତିକାନ୍ତି
ସଦା ସ୍ୱର୍ଣ୍ଣାକ୍ଷରେ କଳମ୍ବ ମାଟିରେ
     ପ୍ରଭୁ ପରଶନ୍ତୁ ଶାନ୍ତି
ଏ ଭାବ ବିହ୍ୱଳ ନୂତନ ସକାଳ
      ପୁଲକିତ କରୁ ପ୍ରାଣ
ପୂର୍ବ ଭଳି ହେଉ ଘୁଞ୍ଚୁ ଦୁଃଖ ଦାଉ
      କ୍ରୁର କୋରନା କଷଣ

             ଦାଶରଥି ସାହୁ , କଳମ୍ବ/ଗଞ୍ଜାମ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...