ଶୁଭ ପରିଣୟ
~~~~0~~~~
ଶୁଭବାର ଆଜ ଶୁଭ ଲଗ୍ନେ ଧାର୍ଯ୍ୟ
ଶାଶ୍ୱତେ ଶୁଭବିବାହ
କରୁଣାମୟଙ୍କ କରୁଣା ବାରିରେ
ଜୀବନଟା ହେଉ ସୁଖମୟ
ରହିଥାଉ ଗୁରୁଜନଙ୍କ ଲୟ
ଏହି ଆଶୀର୍ବାଦ ଢ଼ାଳ ମଥାପରେ
ଇଚ୍ଛୁଛୁ ଧିରେଶ-ମିନାକ୍ଷୀ ଦ୍ବୟ
ମଧୁ ବସନ୍ତର ମଧୁର ବାସରେ
ଓଠରେ ଭରୁ ମଧୁର ହସ
ମଧୁଚନ୍ଦ୍ରିକାର ମଧୁ ଲଗନରେ
ମନକୁ ମୋହୁ ମଧୁର ବାସ
ପ୍ରତି ଶ୍ବାସେ ରହୁ ପ୍ରେମର ରସ
ମଧୁଯାମିନୀର ମଧୁରାଗିଣୀରେ
ହୃଦୟେ ନପସୁ ବିରସ ରସ
ସୁଖ ସୌଭାଗ୍ଯର କାମନାକୁ ନେଇ
ବିନତି ଆମରି ଶ୍ରଦ୍ଧା ସୁମନ
ପତି ଭାବ ରହୁ ପତ୍ନୀ ହୃଦେ ନିତ୍ୟ
ପତ୍ନୀ ମନେ ଥାଉ ପ୍ରୀତି ଚନ୍ଦନ
ବାରବାର ଆସୁ ଏ' ଶୁଭଦିନ
ସମର୍ପିତ ହେଉ ଦୁଇ ମନ ଆତ୍ମା
ଅତୁଟ ରହୁ ଏ' ପ୍ରେମ ବନ୍ଧନ
ମାତା ପିତା ସାଥେ ବନ୍ଧୁ ପରିଜନ
ଆନ ଯେତେକ ଅଛ ଗୁରୁଜନ
ସଭିଙ୍କ ଆଶିଷ ବରଷା ବାରିରେ
ଭିଜୁ ଧିରେଶ-ମିନାକ୍ଷୀ ଜୀବନ
ସାନ ଯେତେ ସବୁ ଶ୍ରଦ୍ଧା ଭାଜନ
କୃପା ବରଷାନ୍ତୁ ଲକ୍ଷ୍ମୀ ଶିରୋମଣୀ
ଅଭୁଲା ହେଉ ଏ' ସୁଖଦ ଦିନ
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
No comments:
Post a Comment