Wednesday, August 5, 2020

⭕ ରାକ୍ଷୀ ⭕ ✍ ସନ୍ତୋଷ ପଟ୍ଟନାୟକ

ବାନ୍ଧିଦେଲି ରାକ୍ଷୀ ଭାଇ ହାତେ ମୋର
 ଜଗନ୍ନାଥ ତୁମେ ରହିଲ ସାକ୍ଷୀ 
ମୋ'ଆୟୁଷ ନେଇ ଦିର୍ଘାୟୁ କର ହେ'
  ଭାଇ ରହୁ ମୋର କବଚ ସାଜି

ସେନେହ ସୂତାରେ ମମତାର ମାଳି
   ରାକ୍ଷୀଟି ଅଟଇ ରକ୍ଷା କବଚ
ଅହଂ ଆଭିଜାତ୍ୟ ନଛୁଉଁ ତାହାକୁ
  ଚଢୁଥାଉ ସିଏ ସଫଳ ମଞ୍ଚ 

ରାକ୍ଷୀର ପାଉଣା କରୁସେ ଭରଣା
 ଜୀବନ ରାସ୍ତାରେ ରଖୁମୋ'ମାନ
ରଖୁ ସେ' ଯତନେ ତା'ହୃଦ କାନନେ
  ବାପା-ମାଆଙ୍କର ନିରିହ ମନ

ପର ଝିଅ ଘର ଭାଙ୍ଗେନା କାହାର
   ଭାଉଜକୁ ମୋର ଦିଅ ସାହାସ
ବାପା ମା ଅଧରେ ହସ ଭରିଦେଇ 
 ସ୍ନେହ ସାନିଧ୍ୟରେ ହେଉ ସେ'ବଶ

ବିଖ୍ୟାତ ଉତ୍କଳ ଏ'ବଡ ଦେଉଳ
  ଭଉଣୀ ସାଥିରେ ବସିଛ ତୁମେ 
ଭାଇ ମୋର ପାଉ ତୁମରି ଆଶିଷ  
   ଏତକ କାମନା ମୋହରି ମନେ

ମୁଁ ତା'ର ଭଉଣୀ ସେନେହ ରଙ୍କୁଣି
  ସଂମ୍ପର୍କର ଏଇ ସରୁଆ ଡ଼ାଳେ
ଏ'ନିଆରା ନୀଡ଼ ରଖିବ ନିବିଡ଼
  ଜୀବ ଥିବା ଯାଏଁ ଏ'ଭବ ଜଳେ

ଥିବା ଯାଏଁ ମହୀ ହେଉ ମୋର ଭାଇ
 ମୋ'ମନ ଆକାଶେ ଉଦିଆ ଜହ୍ନ
କରୁଚି ବିନତୀ   ହେ' ଜଗତପତି
  ଭାଇ ରଖୁ ମୋର ରାକ୍ଷୀର ମାନ
        ------×-----
✍ ସନ୍ତୋଷ ପଟ୍ଟନାୟକ

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...