କୋରନା ଭାଇରସର ସମୟ , ବାହାରେ ରହୁଥିବା ପ୍ରବାସୀ ମାନେ ଓଡିଶାକୁ ଫେରୁଛନ୍ତି ଓ ରାଜ୍ଯ ସରକାର ଯେଉଁ ନିୟମ କରିଥିଲେ ସେଇ ନିୟମ ଅନୁସାରେ ସମସ୍ତେ ୨୧ ଦିନ କରେଣ୍ଟାଇନ୍ ସେଣ୍ଟରରେ ରହି ଯିଏ ଯା ଘରକୁ ଯାଆନ୍ତି ଠିକ୍ ସେଇ ସମୟର ଏଇ କଥା , ବିଦେଶରୁ ଆସିଥିବା କିଛି ପ୍ରବାସୀ ମାନେ ଯାଇ ପ୍ରୀତିପୁରରେ ରହିଲେ ସେଇ ଭିତରେ ବାଦଲ ନାମକ ଗୋଟେ ପୁଅ ରହୁଥାଏ କରେଣ୍ଟାଇନ୍ ସେଣ୍ଟରରେ ବାଦଲକୁ ଠିକ୍ ରେ ନିଦ ହେଉ ନଥାଏ ଝରକା ସେ ପାଖକୁ ଚାହିଁ ବାଦଲ ସବୁବେଳେ ବସୁଥାଏ ଏମିତି କିଛି ଦିନ ବତିଗଲା ଦିନେ ମଧ୍ଯ ରାତ୍ରୀରେ ବାଦଲ ସବୁ ଦିନ ପରି ଠିକ୍ ଝରକା ପାଖରେ ବସିଥାଏ
ହଟାତ୍ ତାକୁ ପାଉଁଜୀର ରୁଣୁ ଝୁଣୁ ଶଦ୍ଦ ଶୁଭିଲା ପାଉଁଜୀର ରୁଣୁ ଝୁଣୁ ଶଦ୍ଦରେ ବାଦଲ ମନରେ ଶିହରଣ ଖେଳିଗଲା ଆଉ ବାଦଲ ଭାବିଲା ଏ କାହା ପାଉଁଜୀର ଶଦ୍ଦ ତାହା ଜାଣିବାକୁ ବାଦଲ ଘର ଭିତରୁ ବାହାରକୁ ବାହାରି ଦେଖେ ତ ଗୋଟେ ସୁନ୍ଦର ଝିଅ । ବାଲକୋନିରେ ଠିଆ ହୋଇ ଏପଟେ ସେପଟେ ହେଉଥାଏ ବାଦଲ , ଭାବିଲା କାଳେ ତାକୁ ସେ ଝିଅ ଦେଖି ଦେବ ଆଉ ଘର ଭିତରକୁ ଚାଲିଯିବ ଏଇ କଥା ଭାବି ବାଦଲ ଆସି କବାଟ କଣରେ ରହି ଦେଖିଲା ବାଦଲ ଯେତେ ଝିଅଟିକୁ ଦେଖୁଥାଏ କେଜାଣି କାହିଁକି ବାଦଲକୁ ସେ ଝିଅ ସେତେ ନିଜର ଲାଗୁଥାଏ । ଏମିତି କିଛି ସମୟ ଦେଖିଲା ପରେ ବାଦଲ ଘର ଭିତରୁ ବାହରକୁ ଯାଇ ଝିଅଟିକୁ ଏକ ନଜରରେ ଚାହିଁ ରହିଲା ତାପରେ ଝିଅଟିର ନଜର ବି ବାଦଲ ଉପରେ ପଡିଲା ଝିଅଟି ବି କିଛି ସମୟ ବାଦଲକୁ ଏକ ନଜରରେ ଚାହିଁଲା ଆଉ ତାପରେ ମୁରୁକି ହସ ଦେଇ ଝିଅଟି ଘର ଭିତରକୁ ଚାଲିଗଲା ତାପର ଦିନ ସକାଳୁ ବାଦଲ ଝିଅଟିକୁ ଇସାରା ଦେଇ କହିଲା ତୁମ ନାମ କଣ ଝିଅଟି କହିଲା ମୋ ନାମ ଜାଣି ତୁମେ କଣ କରିବ ତାପରେ ବାଦଲ ଗୋଟାଏ କାଗଜରେ କିଛି ଲେଖି ଝିଅଟି ପାଖକୁ ଫିଙ୍ଗି ଦେଲା ଝିଅଟି ସାଙ୍ଗେ ସାଙ୍ଗେ ସେଇ କାଗଜକୁ ଉଠାଇ ଖୋଲି ପଢିବାକୁ ଲାଗିଲା ସେଥିରେ ଲେଖା ଥିଲା ମୋ ନାମ ହେଉଛି ବାଦଲ ଆଉ ମୋର ଘର ହେଉଛି ଝରାପୁର ମୁଁ ତୁମକୁ ଯେତେବେଳେ ପ୍ରଥମ କରି ଦେଖିଲି କେଜାଣି କାହିଁକି ତୁମେ ମୋତେ ଆପଣାର ପରି ଲାଗିଲ ଓ ମୋ ମନ ଭିତରେ ଘର କରିବାକୁ ଲାଗିଲ ଅଜାଣତେ ତୁମକୁ ମୁଁ ଭଲ ପାଇ ବସିଛି ଆଶା କରୁଛି ମୋର ଭଲ ପାଇବାକୁ ପାଦରେ ନ ଆଡେଇ ସ୍ବୀକାର କରିବ । ମୋର ଏମିତି ଦୁଃସାହସ ପାଇଁ ମୋତେ କ୍ଷମା କରିଦେବ ମୋର ପ୍ରଥମ ଚିଠିର ଉତ୍ତର ଅପେକ୍ଷାରେ ମୁଁ ରହିଲି ଝିଅଟି ବାଦଲର ପ୍ରଥମ ଚିଠିଟିକୁ ପଢିଲା ଏବଂ ପ୍ରତି ବଦଳରେ ଝିଅଟି ବି ପୁଅଟି ପାଖକୁ ଚିଠିଟିଏ ଲେଖିଲା ସେଥିରେ ଲେଖା ଥିଲା ସତରେ ତୁମେ ମୋତେ ଏତେ ଭଲପାଉଛ ଜାଣି ଖୁସି ଲାଗିଲା ତୁମ ଭଲ ପାଇବାକୁ ମୁଁ ଗ୍ରହଣ କରୁଛି । ହେଲେ ମୁଁ ଗୋଟେ ଗରିବ ଘରର ଝିଅ ଏଇ ଗାଁ ସେ ମୁଣ୍ତରେ ମୋର ଘର ମୋ ନାମ ହେଉଛି ବର୍ଷା ମୋ ଭଲ ପାଇବାକୁ କେବେ ବି ପାଦରେ ଦଳିଦେବନି ମୁଁ ତୁମକୁ ମୋ ହୃଦୟର ରାଜା ହିସାବରେ ପାଇବାକୁ ଚାହୁଁଛି ଏତିକି ଲେଖି ବାଦଲ ପାଖକୁ ବର୍ଷା ଚିଠିଟିକୁ ଫିଙ୍ଗିଦେଲା ତାପରେ ବାଦଲ ତାକୁ ପଢି ଖୁସି ହୋଇଗଲା ।
ଏମିତି କିଛି ଦିନ ଗଲା ପରେ କରେଣ୍ଟାଇନ୍ ସେଣ୍ଟରରୁ ଯିଏ ଯା ଘରକୁ ଗଲେ ବର୍ଷା ଆଉ ବାଦଲ ବି ଯିବା ପାଇଁ ଘରକୁ ବାହାରିଲେ ବର୍ଷା ବାଦଲକୁ ଡାକି କହିଲା ହେଇଟି ବାଦଲ ଟିକିଏ ଶୁଣ ତାପରେ ବାଦଲ କହିଲା କୁହ ବର୍ଷା ........
ବର୍ଷା କହିଲା ବାଦଲ ତୁମ ସାଙ୍ଗରେ ମୋର କିଛି କଥା ଅଛି ତାପରେ ବାଦଲ କହିଲା ହେଉ କୁହ କଣ କହିବାର ଅଛି ତୁମ ଓଠରୁ ଦୁଇ ପଦ କଥା ଶୁଣିବା ପାଇଁ ମୋ ମନ ବ୍ଯାକୁଳ ହୋଇଲାଣି ତାପରେ ଦୁହେଁ ବସି ଅନେକ ସମୟ ଧରି କଥା ହେଲେ ଦୁହେଁ ଦୁହିଁକୁ ମନ କଥା ଜାଣିଲେ ଓ ଦୁହେଁ ଦୁହିଁକି ପାଗଳ ପରି ଭଲପାଇବାକୁ ଲାଗିଲେ ।
ତାପରେ ବର୍ଷା ଓ ବାଦଲ ନିଜ ନିଜ ଘରକୁ ଚାଲିଗଲେ ବାଦଲ ଓ ବର୍ଷା ଦୁହେଁ ଦୁହିଁକୁ ଏତେ ଭଲ ପାଉଥିଲେ ଯେ କିଏ କାହାକୁ ଦେଖା ନ କରି ରହିପାରୁନଥୁଲୈ ତେଣୁ ବର୍ଷା ବାଦଲକୁ କହିଲା ଆମ ଗାଁ ଶିବ ମନ୍ଦିରରେ ମୋତେ ଆସି ସବୁ ବେଳେ ଦେଖା କରୁଥିବ ବାଦଲ ବର୍ଷାର ଏଇ କଥା ଶୁଣି ବହୁତ ଖୁସି ହୋଇଗଲା ଆଉ ବର୍ଷାକୁ ମିଶିବା ପାଇଁ ପ୍ରତିସ୍ମୃତି ଦେଇ ବାଦଲ ଝରାପୁର ବା ନିଜ ଘରକୁ ଯିବା ପାଇଁ ଗାଡିରେ ବସିଲା ବର୍ଷା ଠାରୁ ବାଦଲ ଯେତେକି ଦୂରକୁ ଯାଉଥାଏ ବର୍ଷାର ମନ ସେତିକି ବ୍ଯାକୁଳ ହୋଉଥାଏ ବାଦଲ ବର୍ଷାକୁ ଅନେକ ଶାନ୍ତନା ଦେଇ ଘରକୁ ବାଦଲ ଫେରିଗଲା ଘରେ ବାଦଲକୁ ପାଇ ବାଦଲର ବାପା ମାଆ ଭାଇ ଭଉଣୀ ସମସ୍ତେ ଖୁସି ହୋଇଗଲେ ତାପର ଦିନ ବାଦଲ ବର୍ଷାକୁ ଭେଟିବା ପାଇଁ ପ୍ରୀତି ପୁର ଯିବା ପାଇଁ ବାହାରି ପଡିଲା ବାଦଲର ବାପା ବାଦଲକୁ ପଚାରିଲା କୁଆଡେ ଯିବୁ କି ବାଦଲ କହିଲା ମୁଁ ମୋର ଜଣେ ସାଙ୍ଗକୁ ଭେଟିବାକୁ ଯାଉଛି ତାପରେ ବାଦଲର ବାପା ବାଦଲକୁ କହିଲା ବାଦଲ ତୋ ପାଇଁ ଆମେ ଗୋଟେ ଝିଅ ଦେଖିଛୁ ଚା ଯିବା ଯାଇ ଝିଅଟିକୁ ଦେଖିଦେଲା ପରେ ବାହାଘର କଥା ଆଗକୁ ବଢେଇବା ଏମିତିରେ ଝିଅ ଘର ଲୋକ ସବୁ ତୋତେ ଦେଖିବା ପାଇଁ ଚାହୁଁଛନ୍ତି ବାଦଲ ତା ବାପା ଠାରୁ ଏମିତି କଥା ଶୁଣି ପୁରା ଭାଙ୍ଗି ପଡିଲା ବାଦଲକୁ ଏମିତି ଲାଗିଲା ସତେ ଯେମିତି ଆକାଶଟା ଛିଡି ବାଦଲର ମୁଣ୍ତ ଉପରେ ପଡିଗଲା ବାଦଲ ତା ବାପାକୁ ନିଜ ମନ କଥା କହିବାକୁ ଚାହିଁଲେ ବି କହିପାରୁନଥୁଲା କାରଣ ବାଦଲ କେବେ ବି ତା ବାପା ମାଆ ମନରେ ଦୁଃଖ ଦେବା ପାଇଁ ଚାହୁଁ ନଥୁଲା ତାପରେ ବାଦଲ ବର୍ଷାକୁ ଦେଖା କରିବା ପାଇଁ ଆଉ ସେ ଦିନ ଗଲା ନାହିଁ କାରଣ ବାଦଲ ଭାବୁଥାଏ ମୁଁ କଣ କହି ବର୍ଷାକୁ ବୁଝାଇବି ଏଇ କଥା ଭାବି ଭାବି ଚିନ୍ତାରେ ପଡି ଯାଇଥିଲା ବାଦଲ .....
http://sammarpana.blogspot.com
ଏପଟେ ବର୍ଷା ବି ବାଦଲକୁ ଦେଖା କରିବାକୁ ଶିବ ମନ୍ଦିରରେ ଅପେକ୍ଷା କରିଥାଏ କିନ୍ତୁ ବାଦଲର ଦେଖା ନଥାଏ ବର୍ଷା ପ୍ରାୟ ତିନି ଘଣ୍ଟା ଧରି ବାଦଲକୁ ବର୍ଷା ଅପେକ୍ଷା କରି କରି ନିଜ ଘରକୁ ଫେରିଗଲା ବର୍ଷା ମନରେ ଭାବୁଥାଏ କଣ ହେଲା ଆଉ ବାଦଲତ ମୋତେ ପ୍ରତି ଦିନ ଆସି ଶିବ ମନ୍ଦିରରେ ଦେଖା କରିଯିବା ପାଇଁ ପ୍ରତିସ୍ମୃତି ଦେଇ ଯାଇଥିଲେ ହେଲେ ଆସିଲେ ନାହିଁ କାହିଁକି ବୋଧେ ହୁଏ ବାଦଲର କିଛି କାମ ଥିବ ସେଥି ପାଇଁ ଆସି ନଥିବେ ହେଉ କାଲିକି ବାଦଲ ଆସିଲେ ପଚାରି ନେବି ଆଉ ଏପଟେ ବର୍ଷା ଏମିତି ଭାବୁଥାଏ ତା ପର ଦିନ ବର୍ଷା ପୁଣି ଶିବ ମନ୍ଦିରକୁ ଗଲା ଆଉ ବାଦଲକୁ ପୂର୍ବ ଦିନ ପରି ଅପେକ୍ଷା କଲା କିନ୍ତୁ ବାଦଲ ସେ ଦିନ ବି ଆସିଲା ନାହିଁ ବର୍ଷା ବାଦଲକୁ ଅପେକ୍ଷା କରି କରି ସେ ଦିନ ବି ଘରକୁ ଫେରିଗଲା ବର୍ଷା ଭାବିଲା ବାଦଲ ବୋଧେ କିଛି କାମ ଭିତରେ ଫସି ରହୁଥିବେ ତେଣୁ ଆସି ପାରୁନଥୁବେ ହେଉ କାଲିକି ନିଶ୍ଚୟ ଭାବରେ ଆସିବେ ଏମିତି ବର୍ଷା ତା ମନରେ ଭାବୁଥାଏ ପୁଣି ତାପର ଦିନ ବି ବର୍ଷା ଶିବ ମନ୍ଦିରକୁ ଯାଇ ଅପେକ୍ଷା କରିଲା କିନ୍ତୁ ବାଦଲ ଆସିଲା ନାହିଁ ବର୍ଷାର ସମସ୍ତ ସହିବା ଶକ୍ତି ଭାଙ୍ଗି ପଡିଲା ଆଉ ବର୍ଷା କିଛି ନଭାବି ସିଧା ଯାଇ ପ୍ରଭୁ ଶିବଙ୍କ ପାଖରେ ଶରଣ ପସିଲା ଆଉ ବର୍ଷା ତା ମନର ଦୁଃଖକୁ ପ୍ରଭୁ ଶିବଙ୍କ ପାଖରେ କହିଲା ତା ସଙ୍ଗେ ସଙ୍ଗେ ବର୍ଷା କହୁଥାଏ ହେ ପ୍ରଭୁ ତୁମେ ତ ଦେବଙ୍କର ଦେବ ମହାଦେବ ଏ ସାରା ସୃଷ୍ଠିରେ ଯାହା ଘଟୁଛି ତୁମକୁ କିଛି ଅଛୁପା ନାହିଁ ମୁଁ ବହୁତ ଆସା ନେଇ ତୁମ ଶରଣକୁ ଆସିଛି ବାଦକୁ ମୁଁ ପାଗଳ ପରି ଭଲ ପାଉଛି ମୁଁ ତା ବିନା ବଞ୍ଚି ପାରିବିନି ଦୟା କରି ମୋତେ ତୁମେ ବାଦଲ ସହିତ ମିଶାଇ ଦିଅ ପ୍ରଭୁ ବାଦଲ ସହିତ ମିଶାଇ ଦିଅ ବର୍ଷା ତା ମନର ସମସ୍ତ ଦୁଃଖ କହି ପ୍ରଭୁ ଶିବଙ୍କ ପାଖରେ ପାଦୁକ ସାରି ଘରକୁ ଫେରିଲା ।
ତାପରେ ବର୍ଷାକୁ ଡାକି ବର୍ଷାର ବାପା ମାଆ କହିଲେ ବର୍ଷା ଆ ବସେ ମୋ ପାଖରେ ତୋତେ କିଛି କହିବାର ଅଛି ତାପରେ ବର୍ଷା ଆସି ତା ବାପା ମାଆ ପାଖରେ ବସିଲା ବର୍ଷା ଗରିବ ଘରର ଝିଅ ହେଲେ ମଧ୍ଯ ବାପା ମାଆର ଗେଲବସରିଆ ଥିଲା ବାଦଲ ପରି ବର୍ଷା ତା ମାଆ ବାପା ମନରେ କେବେ ବି କଷ୍ଟ ଦେଉନଥାଏ ତାପରେ ବର୍ଷାର ବାପା ବର୍ଷାକୁ କହିଲେ ତୋ ପାଇଁ ଗୋଟେ ଭଲ ପିଲାଟିଏ ବାହାଘର ପାଇଁ ଠିକ୍ କରିଛୁ ତେଣୁ ଆଶା କରୁଛୁ ତୁ ମନା କରିବୁନି ବୋଲି ଏଇ କଥା ଶୁଣି ବର୍ଷାବି ପୁରା ଭାଙ୍ଗି ପଡିଲା ବର୍ଷା ମନରେ ଅନେକ ପ୍ରଶ୍ନ ଉଠୁଥିଲେ ମଧ୍ଯ ବର୍ଷା କିଛି ତା ବାପା ମାଆକୁ ନ କହି ଚୁପ୍ ଚାପ୍ ସେ ବାହାଘରରେ ରାଜି ହୋଇଗଲା ଏପଟେ ବାଦଲ ଭାବିଲା ବିଶ୍ବାସ ଘାତକ କରିବା ଅପେକ୍ଷା ବର୍ଷା ସହ ତା ଠୁ ଭଲ ହେବ ବର୍ଷାକୁ ସବୁ ସତ କଥା କହିଦେବି ଆଉ ତାକୁ କଥା ଦେଇ କଥା ନ ରଖି ପାରୁଥିବାରୁ ତାକୁ କ୍ଷମା ମାଗିନେବି ଏମିତି ଭାବି ବାଦଲ ବାହାରି ପଡିଲା ବର୍ଷା ସହ ଦେଖା କରିବା ପାଇଁ ବର୍ଷା କହିଥିବା ଶିବ ମନ୍ଦିରରେ ବାଦଲ ଯାଇ ପହଞ୍ଚିଲା ଏପଟେ ଗାଁ ମଝିରେ ବର୍ଷା ବାଦଲକୁ ଶିବ ମନ୍ଦିର ଆଡେ ଯିବାର ଦେଖିଲା ସତରେ ବର୍ଷା ବାଦଲର ପ୍ରଥମ ଝଲସ ପାଇ ଖୁସି ହୋଇଗଲା ଆଉ ତା ମନର ସବୁ ଦୁଃଖ ଭୁଲିଗଲା ବାଦଲକୁ ଦେଖା କରିବା ପାଇଁ ବର୍ଷା ବାହାରି ପଡିଲା ଯିବା ପାଇଁ ମନ୍ଦିରକୁ ବର୍ଷା ମନେ ମନେ ଭାବୁଥାଏ ଯାହା ହେଉ ପ୍ରଭୁ ମୋର ଡାକ ଶୁଣିଲେ ଏମିତି ଭାବି ଭାବି ବର୍ଷା ଆସି ଶିବ ମନ୍ଦିରରେ ପହଞ୍ଚିଲା ତାପରେ ଦୁହେଁ ଦୁହିଁକୁ ପାଖରେ ପାଇ କିଛି ସମୟ ପାଇଁ ଭୁଲିଗଲେ ଦୁହେଁ ଦୁହିଁଙ୍କର ବାପା ମାଆଙ୍କ କଥା ଆଉ ଦୁହେଁ କୁଣ୍ତା କୁଣ୍ତି ହୋଇଗଲେ ତାପରେ ଗୋଟାଏ ଜାଗାରେ ବସି କିଛି ସମୟ କଥା ହେଲେ ଦୁହେଁ ଦୁହିଁଙ୍କ ବିଷୟରେ ପଚରା ପଚିରି ହେଲେ ଏପଟେ ବର୍ଷା ଭାବୁଥାଏ କେମିତି ମୁଁ କହିବି ମୋ ବାହାଘର ଠିକ୍ ହୋଇ ଯାଇଛି ବୋଲି ଏପଟେ ବାଦଲବି ଭାବୁଥାଏ କେମିତି ବୁଝାଇବି ବର୍ଷା ତୁମକୁ ମୋ ବାହାଘର ଠିକ୍ ହୋଇଯାଇଛି ବୋଲି ଏମିତି କିଛି ସମୟ ପରେ ଦୁହିଁ ଯାଇ ଶିବଙ୍କ ପାଖରେ ନିଜ ମନ କଥା କହିଲେ ତାପରେ ବର୍ଷା କହିଲା ଚାଲ ଯିବା ଏଥର ଘରକୁ ବାଦଲ କହିଲା ବର୍ଷା ତୁମ ସହ ଆଉ କିଛି କଥା ଅଛି ବର୍ଷା କହିଲା କହୁନ କଣ କହିବ ତାପରେ ବାଦଲ କହିଲା ବର୍ଷା ପାରିବ ଯଦି ମୋତେ କ୍ଷମା କରିଦବ ମୁଁ ତୁମକୁ କଥା ଦେଇ କଥା ରଖି ପାରିଲିନି ଏମିତି କହି ବାଦଲ ବହୁତ କାନ୍ଦିଲା ବାଦଲ ଆଖିର ଲୁହ ଦେଖି ବର୍ଷା ସହି ପାରିଲା ନାହିଁ ବର୍ଷା ପଚାରିଲା କଣ ହେଲା ତୁମେ ଏତେ କାନ୍ଧୁଛ ବାଦଲ ବର୍ଷାକୁ କହିଲା ବର୍ଷା ମୋର ବାହାଘର ଠିକ୍ ହୋଇ ଯାଇଛି ଏଇ କଥା ଶୁଣି ବର୍ଷାର ଅାଖିରେ ବି ଲୁହ ଆସିଗଲା ବର୍ଷାବି ସବୁ ସତ କଥା ବାଦଲକୁ କହିଦେଲା କହିଲା ବାଦଲ ପାରିବ ଯଦି ତୁମେ ବି ମୋତେ କ୍ଷମା କରିଦେବ କାରଣ ମୋ ମାଆ ବାପା ମୋ ବାହାଘର ମଧ୍ଯ ଠିକ୍ କରି ଦେଇଛନ୍ତି ଏମିତି କଥା ଶୁଣି ଦୁହେଁ ନିଜ ହୃଦୟକୁ ପଥର କରି ପ୍ରଭୁଙ୍କୁ କହିଲେ ପ୍ରଭୁ ଆମେ ସିନା ଏ ଜନମରେ ମିଶି ପାରିବୁନି କିନ୍ତୁ ଆମ ପ୍ରମ ମିଛ ନାହିଁ ଆଜି ପରଠୁ ଆମେ ଦୁଇ ଜଣଙ୍କର ରାସ୍ତା ଅଲଗା ହେଲେ ମଧ୍ଯ କିନ୍ତୁ ଆମର ମନ ଗୋଟାଏ ହିଁ ଥିବ ଲକ୍ଷ ବି ଗୋଟାଏ ହୋଇଥିବ ଏମିତି ଅନେକ କିଛି କହି ପ୍ରଭୁଙ୍କୁ ନିଜ ନିଜ ରାସ୍ତାରେ ବାଦଲ ଓ ବର୍ଷା ନିଜ ନିଜ ଘରକୁ ଫେରିଲେ
ତାପର ଦିନ ବାଦଲର ବାପା ବାଦଲକୁ କହିଲା ଚାଲେ ଯାଇ ଝିଅକୁ ଦେଖି ଆସିବା ବାଦଲ କହିଲା ହେଉ ଠିକ୍ ଅଛି ଚାଲ ଯିବା ବାଦଲ ସହ ତାର ବାପା ମାଆ ମିଶି ଦୁହେଁ ଝିଅ ଦେଖିବାକୁ ବାହାରି ପଡିଲେ ଆଉ ଯାଇ ପ୍ରୀତି ପୁରରେ ପହଞ୍ଚିଲେ ବାଦଲ ଭାବିଲା ଆଉ କୋଉ ଗାଁରେ ନ ହୋଇ ଏ ଗାଁରେ ହିଁ ହେବାକୁ ଥିଲା ହେଉ ଯାହା ପ୍ରଭୁଙ୍କର ଇଛି ଏହା ଭାବି ବାଦଲ ସହ ବାଦଲର ବାପା ମାଆ ଯାଇ ଝିଅ ଘରେ ପହଞ୍ଚିଲେ ଅନେକ କଥା ଭାଷା ହେଲେ ଦୁଇ ପରିବାର ମଧ୍ଯରେ ତାପରେ ବାଦଲର ବାପା ମାଆ ଝିଅର ବାପା ମାଆକୁ କହିଲେ ହେଉ ଏଥର ଝିଅକୁ ଡାକ ତାପରେ ଝିଅର ମାଆ ଝିଅକୁ ନେଇ ଆସଲା ପୁଅ ଆଗକୁ ପୁଅ ଦେଖେତ ସେ ଝିଅ ଆଉ କିଏ ନଥିଲା ସେ ଝିଅ ଥିଲା ବର୍ଷା.........
http://sammarpana.blogspot.com
ବାଦଲ ବର୍ଷାକୁ ଦେଖି ପୁରା ଖୁସି ହୋଇଗଲା ଏପଟେ ବର୍ଷା ବି ବାଦଲକୁ ଦେଖି ବହୁତ ଖୁସି ହୋଇଗଲା ଆଉ ଦୁହେଁ ଭଗବାନଙ୍କୁ ଧନ୍ଯବାଦ ଜଣାଇଲେ ସତରେ ଏମିତି ଭାବରେ ତାଙ୍କର ମିଳନ ହେବ ବୋଲି କେବେ ଭାବି ନଥିଲେ ତାପରେ ବର୍ଷା ଓ ବାଦଲ ଦୁହେଁ ପ୍ରେମ ବନ୍ଧନରେ ବାନ୍ଧି ହୋଇ ସବୁ ଦିନ ପାଇଁ ଖୁସିରେ ରହିଲେ ଜୟ ଜଗନ୍ନାଥ Thank You ଭଗବାନ୍ .......
✍ ❣ପ୍ରେମ କବି : ଜଗବନ୍ଧୁ ସାହୁ ,ଗଞ୍ଜାମ ।
No comments:
Post a Comment