🚩ରାମରାଜ୍ୟ ସ୍ବପ୍ନ🚩 ✍ ସନ୍ତୋଷ ପଟ୍ଟନାୟକ
--------卐--------ॐॐॐ--------卐---------
🚩#ରାମରାଜ୍ୟ_ସ୍ବପ୍ନ🚩
ରାଜନୀତି ଫାସେ ଆଜି ରାମରାଜ୍ୟ
ସନମାନ ପାଇଁ ସର୍ବେ ବିବଶ
ମନ୍ଦିର ନିର୍ମାଣ ନିଶ୍ଚେ ଭଲକାର୍ଯ୍ୟ
ପୂରଣ ହେବ ବହୁଦିନ ଆଶ
ସତ୍ୟ ଶାନ୍ତି ଦୟା କ୍ଷମାର ବଚନ
ହଜିଛି ସେ'ରାମ ରାଜ୍ୟ ଶାସନ
ପ୍ରଜା ମୁଖେ ଶୋଭା ତ୍ରାହି ତ୍ରାହି ଶବ୍ଦ
ନୁହେଁତ ଇଏ ରାମଙ୍କ ସପନ !
ସାମାଜିକ ତତ୍ତ୍ୱ ବୁଝୁଚି କେ'କାହିଁ
ଗଣତନ୍ତ୍ର ଖାଲି ଏ'ପ୍ରହସନ
ଶାସକ ନୀତିରେ ବନ୍ଧା ପ୍ରଶାସନ
କୁତ୍ସିତ ଆଜିକା ଅନୁଶାସନ
ଶ୍ରେୟ ପାଇଁ ଏଠି ତପ୍ତର ସଭିଏଁ
ପ୍ରଜାବତ୍ସଳ କି' ଆଜି ଶାସନ !!
ସମ୍ଭାନ୍ତବାଦିଙ୍କ ପାଶା ଗୋଟି ଆଜି
ଗଣତନ୍ତ୍ରର ଏ' ଗଣମାଧ୍ୟମ
ସ୍ବରାଜ୍ଯ ସପନ ହଜିଛି କେବେଠୁ
ଭାଷଣ ବାଜିରେ ଶାସକେ ପ୍ରବୀଣ
ଆଶା ମରୁବାଲି ଡ଼ହ ଡ଼ହ ଫୁଟେ
କୃଷକ ଭେକରେ ଭରା କଷଣ
ଦାନ କରେ ଦାନୀ ସୁବର୍ଣ୍ଣର ଇଟା
ଅର୍ଥନୀତି କିନ୍ତୁ ନିମ୍ନଗାମୀ
ଦାନା ପାଇଁ ପ୍ରଜା ବାର ଦ୍ବାର ବୁଲେ
ଅପାରଗତା ଥାଳକୁ ଘେନି
ରାମରାଜ୍ୟ ସ୍ବପ୍ନ ଆଜିବି ସପନ
ଅପ୍ରିୟ ସତ୍ୟ ଏ' କର ଶ୍ରବଣ
ମନ୍ଦିର ନିର୍ମାଣ ସିମୀତ ଏ'ମନେ
ଜ୍ଞାନ ବର୍ଷାନ୍ତୁ ରାମ ଭଗବାନ
------×-------
✍ ସନ୍ତୋଷ ପଟ୍ଟନାୟକ
No comments:
Post a Comment