Tuesday, August 4, 2020

⭕ ଧରିତ୍ରୀର ଚିଠି ⭕ ✍ ଉପେନ୍ଦ୍ର ବସ୍ତିଆ

ଧରିତ୍ରୀର ଚିଠି ମେଘ ରାଇଜକୁ 
                      ✍ ଉପେନ୍ଦ୍ର ବସ୍ତିଆ 
**********************************
କଲ୍ୟାଣ କାରିଣୀ ହେ ବରଷାରାଣୀ 
ନିଧାଘେ ହେଉଛି ଘାଣ୍ଟି 
ତୁମ ଆଗମନି ପାଇଁ ପଠାଇଲି 
ପ୍ରୀତି ସମ୍ଭାଷଣ ଚିଠି ll

ଜଳି ଜଳି ଯାଏ ନିଧାଘ ଜ୍ୱଳାରେ 
କମନୀୟ ରୂପ କାନ୍ତି 
ତୁମ ବିହୁନରେ ଶରତ ବସନ୍ତ 
ଦେଇ ପାରିବେକି ଶାନ୍ତି  !!?

ତୁମ ଆଗମନେ ଶିଖି ପୂଛଟେକି 
ସ୍ୱାଗତ ସଂଗୀତ ଗାଏ 
ତୁମ ଅମୃତ ପାନ କରି କରି 
ତୃଷ୍ଣା ମୋର ମେଣ୍ଟି ଯାଏ ll

ତୁମ ଆଶ୍ଲେସ ପ୍ରେମ ବନ୍ଧନେ 
ଅଙ୍ଗୁ ପୀତାମ୍ବରୀ କାଢି 
ପହିଲି ପରଶେ ଶୀତଳ ସୁବାସେ 
ପିନ୍ଧେ ଶ୍ୟାମ ଘନ ଶାଢ଼ୀ ll

ସ୍ୱର୍ଗ ରାଇଜରୁ ଓହ୍ଲାଇ ଆସିଲେ 
ରୂପ ମୋ ବଦଳି ଯିବ 
ତୃଷିତ ପରାଣ ଶାନ୍ତି ଲଭିବ 
ଯେବେ ତଵ ପ୍ରୀତି ଥିବ ll

http://sammarpana.blogspot.com

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...