କୋରନା ମାହାମାରୀକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଲୁଥିବା ବେଳେ ତା'ର ପ୍ରଭାବ ଆମର ଏ ଭାରତ ଉପରେ ବି ପଡିଥିଲା ଯେଉଁଥି ପାଇଁ ଆମର ଭାରତ ସରକାର ଚାରିଆଡେ ଲକ୍ ଡାଉନ୍ ର ଘୋଷଣା କଲେ ଠିକ୍ ସେଇ ଲକ୍ ଡାଉନ୍ ସମୟରେ ଅନେକ ରାଜ୍ଯରେ ଅନେକ ଶ୍ରମିକ ମାନେ ମଧ୍ଯ ଫସି ରହିଯାଇଥିଲେ ନିଜ ରାଜ୍ଯକୁ ଫେରିବା ପାଇଁ କୌଣସି ସୁବିଧା ନଥାଏ ଚାରିଆଡେ ଶୂନଶାନ୍ ଖେଳି ଯାଇଥିଲା ଅନେକ ରାଜ୍ଯରେ ଶ୍ରମିକ ମାନଙ୍କୁ ଖାଇବା ପିଇବା ଅସୁବିଧା ସକାଶେ ସେ ନିଷ୍ପତି ନେବାକୁ ଲାଗିଲେ ଆମକୁ ଯେମିତିବି ଆମ ରାଜ୍ଯକୁ ଫେରିବାକୁ ହେବ ସେଇ ଭିତରୁ ଓଡିଶାର କିଛି ଶ୍ରମିକ ମଧ୍ଯ କଲିକତା ସହରରେ ଫସିରହିଥିଲେ ସେ ଭିତରୁ ଜଣେ ବାହାରି ପଡିଲା ଚାଲି ଚାଲି ଫେରିବା ପାଇଁ ଓଡିଶା ।
ସେ ଯୁବକର ନାମ ଥିଲା ରାଜେଶ ଭାରି ସାହାସିଆ ପିଲାଟିଏ ବୟଷ ପାଖା ପାଖି ୨୭ ବର୍ଷ ହେବ କାହାକୁ ଖାତିରି ନକରି କିଛି ଖାଇବା ଜିନିଷ ସାଥିରେ ପାଣି ଦୁଇ ବୋତଲ ଧରି ତାର ଖାନ୍ଦବ୍ୟାଗ ନେଇ ବାହାରି ପଡିଲା ଯିବା ପାଇଁ ଓଡିଶା ।ଧିରେ ଧିରେ ଚାଲୁ ଚାଲୁ ଦୁଇ ଦିନ ବିତିଗଲା ତାପର ଦିନ ସକାଳ ଯାଇ ସନ୍ଧ୍ଯା ହେବାକୁ ଲାଗିଲା ରାଜେଶ ବର୍ତ୍ତମାନ ହାଇବାଇରେ ଯାତ୍ରା କରୁଛି କିଛି ସମୟ ପରେ ମଧ୍ଯ ରାତ୍ରୀ ହୋଇ ଆସିଲା ପୁରା ଶୂନଶାନ୍ ପଥରେ ଏକା ସେ ବାଟୋଇ ମନରେ ଅନେକ ଭୟ ଥିଲେ ମଧ୍ଯ ତାର ଲକ୍ଷ ଗୋଟୋଏ ଥାଏ କେମିତି ସିଏ ଶିଘ୍ର ଘରକୁ ଫେରିବ ଏପଟେ ଜହ୍ନ ପୋଖ ରାତି ଚାରିଆଡେ ଉଜ୍ବଳ ଦେଖା ଯାଉଥାଏ ବହୁତ ରୋମାଞ୍ଚକ ସାଥିରେ ଡର ବି ଲାଗୁଥାଏ ଠିକ୍ ସେଇ ସମୟେ କିଛି ଦୂରରେ ଗୋଟାଏ ସ୍ତ୍ରୀ ଲୋକ ଯିବାର ରାଜେଶ ଦେଖିଲା ଭାବିଲା ଏତେ ରାତିରେ ଆଉ ଏ ଶୂନଶାନ୍ ପଥରେ କିଏ ସେ ସ୍ତ୍ରୀ ଲୋକ ଜଣକ !
ବୋଧେ ହୁଏ ମୋ ପରି ମଧ୍ଯ ସେ ବି ତାର ଗାଁକୁ ଫେରୁଛି ଯାହା ହେଉ ଏତେ ସମୟ ପରେ ତ କିଏ ବି ତ ଜଣେ ମୋ ସାଥିରେ ବାଟୋଇ ହେଲା ଏଇ କଥା ଭାବି ରାଜେଶ ସେଇ ସ୍ତ୍ରୀ ଲୋକଟି ପାଖକୁ ଚାଲିଗଲା ଆଉ ତାକୁ ପଚାରିଲା ଆରେ ତୁମେ ଏତେ ରାତିରେ ଏ ଶୂନଶାନ୍ ପଥରେ ଏକା ଏକା ଯାଉଛ ସାଙ୍ଗରେ କେହିବି ନାହାନ୍ତି ? ଏଇ କଥା ଶୁଣି ସ୍ତ୍ରୀଟି କାନ୍ଦିବାକୁ ଲାଗିଲା କହିଲା ଆଉ କଣ କରିଥାନ୍ତି ଯାହା ହାତ ଧରି ବାଟ ଚାଲିବି ବୋଲି ଭାବୁଥିଲି ସେ ତ ମୋତେ ଅଧାବାଟେ ଛାଡି ଦେଇଗଲା ପେଟ ପୋଷିବା ପାଇଁ କେବେ ଏଇଠି ତ ଆଉ କେତେବେଳେ ଆଉ କୋଉଠି ଗାଁରୁ ସହର ତ ଆଉ କେତେବେଳେ ସହରରୁ ଗାଁକୁ ଏମିତି ମୁଁ ବୁଲୁଛି । ଏଇ କଥା ଶୁଣି ରାଜେଶ ଭାବିଲା ଏ ସ୍ତ୍ରୀ ଲୋକ ଜଣକ ବହୁତ ଦୁଃଖି ଜୀବନରେ ସଙ୍ଘର୍ଷ କରି କରି ଆଜି ତା ଜୀବନ ବାଟରେ ହାରି ଯାଇଛି ଏଇ କଥା ଭାବି ରାଜେଶ ମନେ ମନେ ସେଇ ସ୍ତ୍ରୀ ଲୋକଟିକୁ ଭଲ ପାଇବାକୁ ଲାଗିଲା ।
ରାଜେଶ ପଚାରିଲା ଆଛା ତୁମର ନାମ କଣ ସ୍ତ୍ରୀ ଲୋକଟି ଉତ୍ତର ଦେଲା ମୋ ନାମ ମମତା ତା'ପରେ ରାଜେସ ପଚାରିଲା ତୁମର କୋଉ ଗାଁ ସ୍ତ୍ରୀ ଲୋକଟି କହିଲା ଏଇଠୁ କିଛି ଦୂର ଗଲେ ଗୋଟିଏ ଗାଁ ପଡିବ ସେଇ ଗାଁର ଶେଷ ମୁଣ୍ତରେ ଗୋଟେ ନଈଟିଏ ବହି ଯାଇଛି ସେଇ ନଈ ପାଖରେ ଗୋଟେ ବରଗଛ ଅଛି ସେଇଠି ମୋ ଘର । ଏଇ କଥା ଶୁଣି ରାଜେଶ ତ ଖୁସି ହେଲା କିନ୍ତୁ ସ୍ତ୍ରୀ ଲୋକଟି ରାଜେଶକୁ କହିଲା ଆଛା ମୋର ନାଁ ଗାଁ ଜାଣି ତୁମେ କାହିଁକି ଏତେ ଖୁସି ହେଉଛ । ଏଇ କଥା ଶୁଣି ରାଜେଶ ସେଇ ସ୍ତ୍ରୀ ଲୋକଟିର ହାତଟିକୁ ଧରିପକାଇଲା କହିଲା ଯଦି ତୁମେ ମୋତେ ଅନୁମତି ଦିଅ ତେବେ ତୁମ ହାତ ଧରି ସାରା ଜୀବନ ତୁମରି ସାଥିରେ ବାଟ ଚାଲିବି ଏଇ କଥା ଶୁଣି ସ୍ତ୍ରୀ ଲୋକଟି କହିଲା ଆରେ ମୋ ପାଇଁ ତୁମେ କାହିଁକି ତୁମ ଜୀବନକୁ ବାଜି ଲଗାଇବ ଭଲ ମୁଁ ମୋ ବାଟରେ ଚାଲି ଯାଉଛି ତୁମେ ମଧ୍ଯ ତୁମ ବାଟରେ ଚାଲିଯା ଏଥିରେ ହିଁ ତୁମର ମଙ୍ଗଳ ହେବ କିନ୍ତୁ ସେଇ ସ୍ତ୍ରୀ ଲୋକର ରୂପ ବେଶରେ ସେତେବେଳକୁ ରାଜେଶ ମୋହିତ ହୋଇଯାଇଥିଲା ଯାହା ଦ୍ବାରା ସେ ତାକୁ ଛାଡି ଯିବା ପାଇଁ ଚାହୁଁ ନଥୁଲା ରଜେସ ଅନେକ ଥର ସେ ସ୍ତ୍ରୀ ଲୋକକୁ ବାରମ୍ବାର ପ୍ରେମ ନେବେଦନ କଲା ତାର ଏଇ ଭଲା ହାବ ଭାବ ଦେଖି ସ୍ତ୍ରୀ ଲୋକଟି କହିଲା ଆଛା ତୁମେ ଯଦି ମୋତେ ଏତେ ଭଲ ପାଉଛ ତେବେ ମୋତେ ତୁମେ ବାହା ହୋଇପାରିବ ଏଇ କଥା ଶୁଣି ଆଗ ପଛ କିଛି ନଭାବି ରାଜେଶ କହିଲା ହିଁ ନିଶ୍ଚୟ ମୁଁ ତୁମକୁ ବିବାହ କରିବି ଏମିତି କହି ରାଜେଶ ତା ହାତକୁ ତିକ୍ଷ୍ନ ଛୁରୀରେ କାଟି ସେଇ ସ୍ତ୍ରୀ ଲୋକର ମଥାରେ ସିନ୍ଦୂର ଦେଲା ଆଉ ତା ହାତ ଧରି ସବୁ ଦିନ ପାଇଁ ତା ସାଙ୍ଗରେ ବାଟ ଚାଲିବାକୁ କଥା ବି ଦେଇ ଦେଲା ସେଇ ରାତିର ସେଇ ପ୍ରହରରେ ଏମିତି ସବୁ ଘଟିଗଲା ରାଜେଶ କହିଲା ମମତା ଏବେ ତୁମେ ଖୁସି ନା ମମତା କହିଲା ଆଜି ମୁଁ ବହୁତ ଖୁସି ତୁମ ଭଲି ସାଥିଟିଏ ପାଇ ତାପରେ ରାଜେଶ ଓ ମମତା ଦୁହେଁ ହାତ ଧରି ବାଟ ଚାଲିବାକୁ ଲାଗିଲେ କିଛି ସମୟ ପରେ ରାତି ପାହି ପାହି ଆସିବାକୁ ଲାଗିଲା ମମତା କହିଲା ତୁମେ ଏଇଠି ଅପେକ୍ଷା କର ମୁଁ ଏଇଠୁ ଟିକିଏ ଯାଇ ଆସୁଛି ରାଜେସ ମମତାକୁ ପାଗଳ ଭଳି ଭଲ ପାଉଥିଲା ସେଥି ପାଇଁ ମମତାର କଥାରେ ପ୍ରତିବାଦ ନ କରି ତାକୁ କହିଲା ବେଗେ ଆସିବ ମୁଁ ତୁମ ଅପେକ୍ଷାରେ ଅଛି ମମତା ହଁ ହଁ କହି ଦୂରରେ ଦେଖା ଯାଉଥିବା ନଈ ଆଡକୁ ଚାଲିଗଲା ରାଜେଶ ମମତାର ଫେରିବା ବାଟକୁ ଚାହିଁ ରହିଥାଏ କିନ୍ତୁ ମମତା ଫେରିଲା ନାହିଁ କାରଣ ମମତା ସ୍ତ୍ରୀ ଲୋକ ନଥିଲା ସେ ଜଣେ ପ୍ରେତାତ୍ମା ଥିଲା କିନ୍ତୁ ରାଜେଶ ସେ କଥା ଜାଣି ପାରିଲା ନାହିଁ କାରଣ ସେ ମମତାର ରୂପରେ ମୋହିତ ହୋଇଯାଇଥିଲା ରାତି ଯାଇ ଦିନ ଏଗାରଟା ବାଜିଗଲା କିନ୍ତୁ ମମତା ଫେରିଲା ନାହିଁ ରାଜେଶ ଭାବିଲା ମୋତେ ସିଏ ଠକି ଦେଲା ଏଇ କଥା ଭାବି କିଛି ଦୂର ଆଗକୁ ଗଲା ପୁଣି ରାଜେଶ ଭାବିଲା ବୋଧେ ହୁଏ ସେ କିଛି ଅସୁବିଧାରେ ପଡିଥିବ ଫେରୁ ଫେରୁ ହୁଏତ ଡେରି ହୋଇଯାଇ ପାରେ ଯଦି ମମତା ଫେରି ଆସିବ ଆଉ ସେଠି ମୋତେ ନ ପାଇବ ତାହାହେଲେ ତ ସେ ମୋତେ ବେଇମାନ ବୋଲି କହିବ ଆଉ ପୁରା ଭାଙ୍ଗିଯିବ ରାଜେଶ କହିଲା ନା ନା ମୁଁ ଏମିତି ହେବାକୁ ଦେବିନି ପୁଣି ଫେରି ଆସିଲା ପଛକୁ ।
ରାଜେଶ ଯେଉଁଠି ସେ ମମତାକୁ ଛାଡିଥିଲା ସେଇ ଗଛ ଛାଇତଳେ ରାଜେଶ ବିଶ୍ରାମ କରୁ କରୁ ଆଖିକୁ ନିଦ ମାଡି ଆସିଲା ଆଉ ରାଜେସ ଶୋଇଗଲା ଦିନ ଯାଇ ରାତି ହେବାକୁ ଲାଗିଲା ରାତିର ସେଇ ଜହ୍ନ ଆଲୁଅ ଭିତରେ ବାହାରି ଆସିଲା ମମତାର ପ୍ରେତାତ୍ମା । ରାଜେସର ମୁଣ୍ତ ଉପରକୁ ବସିଗଲା ରାତିର ସେଇ ଥଣ୍ତା ପବନରେ ରାଜେସର ନିଦ ଭାଙ୍ଗିବାକୁ ଲାଗିଲା ରାଜେସ ଦେଖିଲା ବେଲକୁ ମମତା ତା ପାଖରେ ବସିଛି ଏଇ ଦୃଶ୍ଯ ଦେଖି ରାଜେଶ ଖୁସି ହୋଇଗଲା ଆଉ ତାକୁ ପଚାରିଲା ମମତା ତୁମେ କୁଆଡେ ଯାଇଥିଲ ମୋତେ ଏକା ଛାଡି ମମତା କହାଲା ମୁଁ ତୁମ ପାଖା ପାଖି ଥିଲି ଯାହା ଖାଲି ତୁମେ ମୋତେ ଦେଖି ପାରୁନଥୁଲ ଏଇ କଥା ଶୁଣି ରାଜେଶ ଭାବିଲା ମମତା ତା ସାଙ୍ଗରେ ମଜା କରୁଛି ବୋଲି କିନ୍ତୁ ମମତା ତାକୁ ସତ ହିଁ କହୁଥିଲା ତାପରେ ରାଜେସ କୁ ମମତା କହିଲା ଚାଲ ଯିବା ଏଥର ରାଜେଶ ବି କହିଲା ହେଉ ଠିକ୍ ଅଛି ଚାଲ ଯିବା କିଛି ଦୂର ଗଲା ପରେ ଗୋଟୋଏ ଗାଁ ଆସିଲା ତାପରେ ମମତା କହିଲା ଚାଲ ଯିବା ଆମ ଘରକୁ ବୁଲି ଆସିବା ରାଜେଶ କହିଲା ହେଉ ଠିକ୍ ଅଛି ଚାଲ ଯିବା ତାପରେ ଦୁହେଁ ସେଇ ଗାଁ ଭିତରକୁ ଦେଇ ସେଇ ଗାଁର ଶେଷ ମୁଣ୍ତରେ ପହଞ୍ଚିଲା ଦେଖିଲା ଗୋଟାଏ ନଈ ଆଉ ସେଇ ନଈ କୂଲରେ ବିରାଟ ବଡ ବରଗଛଟିଏ କିନ୍ତୁ ସେଠି କିଛି ଘର ଦ୍ବାର ନଥିଲା ଏଇ କଥା ଦେଖି ରାଜେଶ ମମତାକୁ ପଚାରିଲା ଆରେ ମମତା ଏଠି ତ ଘର ଦ୍ବାର କିଛି ନାହିଁ ତୁମେତ କହୁଥିଲ କି ତୁମର ଘର ଏଇଠାରେ ବୋଲି କିନ୍ତୁ ଏଇଠି ତ କିଛି ନାହିଁ ମମତା ହସିବାକୁ ଲାଗିଲା ଆଉ କହିଲା ଆରେ ପାଗଳ ଏଇଟା ହଁ ମୋର ଘର
ତା'ପରେ ମମତା ତାର ବିକଟାଳ ରୂପ ଦେଖାଇଲା କହିଲା ଏଇ ଦେଖେ ମୋର ପ୍ରକୃତ ରୂପ ଏତେ ଭୟଙ୍କର ରୂପଥିଲା କିନ୍ତୁ ରାଜେଶ ଡରିଲା ନାହିଁ କହିଲା କଣ ମୋ ଭଲ ପାଇବା ବଦଳରେ ମୋତେ ମୃତ୍ୟୁ ଉପହାର ଦେବ ଯଦି ମୋତେ ମାରି ତୁମେ ଖୁସିରେ ରହିବ ତାହାଲେ ଠିକ୍ ଅଛି ମୋତେ ତୁମେ ମାରିଦିଅ କିନ୍ତୁ ଗୋଟାଏ କଥା ମନେ ରଖିଥାଅ ମୁଁ ତୁମକୁ ଏବେବି ସେତିକି ଭଲ ପାଉଛି ଯେତିକି ପୂର୍ବରୁ ପାଉଥିଲି ରାଜେଶର ଭଲ ପାଇବା ଦେଖି ମମତାର ପ୍ରେତତ୍ମା ଶାନ୍ତ ହେବାକୁ ଲାଗିଲା ଆଉ କହିଲା ସତରେ ରାଜେଶ ତୁମ ପରି ସଚ୍ଚା ପ୍ରେମିକଟିଏ ପାଇ ମୁଁ ନିଜକୁ ଧନ୍ଯ ମନେ କରୁଛି କିନ୍ତୁ ରାଜେଶ ବହୁତ କାନ୍ଦିଲା ଆଉ କହିଲା ଏତେ ଶିଘ୍ର ମୋ ଭଲ ପାଇବାର ଅନ୍ତ ହୋଇଯିବ ବୋଲି ମୁଁ ଭାବିନଥିଲି ତାପରେ ମମତା କହିଲା ଏ ଜନ୍ମରେ ତ ତୁମକୁ ପାଇବା ମୋ ପାଇଁ ଅସମ୍ଭବ କିନ୍ତୁ ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ଯେ ତୁମକୁ ମୋର ଆର ଜନ୍ମରେ ଜୀବନ ସାଥି ରୂପରେ ପାଇବାକୁ । ତାପରେ ରାଜେଶ କହିଲା ଆରେ ଏବେ ମୁଁ ତୁମ ବିନା ମୋତେ ଅଣ ନିଶ୍ବାସି ହୋଇ ବଞ୍ଚିବାକୁ ହେବ ରାଜେଶର ଭଲ ପାଇବା ଦେଖି ମମତାର ପ୍ରେତତ୍ମା କହିଲା ଦେଖ ରାତି ପାହି ପାହି ଆସିବାକୁ ଲାଗୁଛି ତୁମେ ତୁମ ଘରକୁ ଫେରିଯାଅ ଆଉ ଗୋଟେ ସୁନ୍ଦର ଜୀବନ ସାଥିଟିଏ ବାଛି ନେଇ ଆଉ ଗୋଟେ ନୂଆଁ ଜୀବନ ଆରମ୍ଭ କର ଏଇ କଥା ଶୁଣି ମମତାଠୁ ବିଦାୟ ନେଇ ରାଜେଶ ବାହାରିଲା ଘରକୁ ଫେରିବା ପାଇଁ ସେଇ ତିନି ଦିନର ଘଟିଯାଇଥିବା କିଛି କଥା ସବୁ ଦିନ ପାଇଁ ରାଜେଶର ଜୀବନରେ ଅଭୁଲା ସ୍ମୃତିଟିଏ ହୋଇ ରହିଗଲା ସତରେ ସେ ମାନଙ୍କର ପ୍ରେମ କେତେ ପବିତ୍ର ଥିଲା ଏଥିରୁ ତ ଗୋଟାଏ କଥା ଶିକ୍ଷିବାକୁ ମିଳିଲା ସତ ପ୍ରେମର ହାର୍ କେବେ ହୋଇନଥାଏ କିନ୍ତୁ ବେଳେ ବେଳେ ସମୟ ସୁଅରେ ଏ ସତ ପ୍ରେମକୁ ବି ହାରିବାକୁ ପଡିଥାଏ କେବେ ଅଦିନିଆଁ ଝଡରେ ତ ଆଉ କେବେ ଛଳନାର ହାଟରେ ପ୍ରେମ କେବେ କାହାକୁ ମଣିଷ କରିଦିଏତ ଆଉ କେତେବେଳେ ମଧ୍ଯ କାହାକୁ ପାଗଳ କରିଦିଏ ଠିକ୍ ସେମିତି ଆଜି ଏ ପ୍ରେମ ଜିତିକି ବି ମଧ୍ଯ ଆଜି ହାରିଯାଇଛି ଏପଟେ ରାଜେଶ ଘରକୁ ଫେରିଲା ଆଉ ଘରେ ରାଜେଶକୁ ପାଇ ତାଙ୍କ ପରିବାର ଲୋକ ମଧ୍ଯ ଖୁସି ହୋଇଗଲା ରାତିର କାହାଣୀ ସକାଳକୁ ଗପ ହୋଇଗଲା ।
http://sammarpana.blogspot.com
✍ ପ୍ରେମକବି : - ଜଗବନ୍ଧୁ ସାହୁ , ଗଞ୍ଜାମ
No comments:
Post a Comment