ପଙ୍କଜ --ଉପେନ୍ଦ୍ର ବସ୍ତିଆ ତା : 07/08/2020
********************
ସୂର୍ଯ୍ୟ ସ୍ନାନ ପରେ ପଙ୍କଜ ପଟଳ
ଖୋଲି ଦିଏ କାହା ପାଇଁ
ଢଳ ଢଳ ହୁଏ ମୃଦ୍ୟୁ ମଳୟରେ
ମଧୁକର ବାଟ ଚାହିଁ ll
ଖେଳୁଥାଏ ଦୋଳି ଅଳି ସାଥେ କଳି
ଦଂଶନ ଉପେକ୍ଷା କରି
ଚୋରା ଚାହାଣୀରେ ପ୍ରେମିକ
ଆତୁରେ, ଅନାଏ ଚାତକ ପରି ll
ବୁଝାଇ ପାରିବ ପଙ୍କଜ କିପରି
ସୂର୍ଯ୍ୟ ସହ ପ୍ରୀତି ରୀତି
ଯୁଗଯୁଗ ଧରି ହୃଦ ବିକା କିଣା
ଚାଲିଅଛି ଏଇ ମତି ll
ମେଲାଇ ପାଖୁଡା ପୁଣିମୁଦି ଦିଏ,
ନୀରବେ ସଞ୍ଜ ବେଳେ
ବିରହ ଦୁଃଖେ ତ୍ରସ୍ତ ମଧୁପ
ଅପେକ୍ଷାରେ ରାତ୍ର କାଳେ ll
କିଏବା ବୁଝିବ ସୂର୍ଯ୍ୟ ପଂକଜର
ନୈଶଗୀର୍କ ହାବ ଭାବ
ନାହିଁ ଆବିଳତା ସ୍ୱାର୍ଥ ପରତା
ଅମୃତ ବଇଭବ ll
ଯେତେ ଦୂରେ ଥିଲେ ସୂର୍ଯ୍ୟ
ଉଇଁଲେ, ପଙ୍କଜ ପଟଳ ଖୋଲେ
ଆତ୍ମ ବିଭୋର ଶାନ୍ତ ଅପାର
ଢଳ ଢଳ ହୁଏ ଜଳେ ll
ସ୍ୱାର୍ଥକ ତାର ଧନ୍ୟ ତା' ଜୀବନ
ଧନ୍ୟ ତାହାର ଜନ୍ମ
ବିଶ୍ୱ ବୁକୁରେ ବିଶର୍ଣ୍ଣ କରେ
ସେନେହ ଭକ୍ତି ପ୍ରେମ ll
http://sammarpana.blogspot.com
ଶବ୍ଦାର୍ଥ :- ପଟଳ --ଆଖି
No comments:
Post a Comment