ଝରା ଶେଫାଳି ✍ଉପେନ୍ଦ୍ର ବସ୍ତିଆ ତା : 07/08/2020
**************************
ଝରା ଶେଫାଳି ମୁଁ ଝରି ପଡୁଥାଏ
ଅସାର ଜୀବନ ପାଇ
ଭଗବାନ ତୁମ ସେବା କରିବାକୁ
ଭାଗ୍ୟ କଣ ମୋର ନାହିଁ -?
ରାତିରେ ଫୁଟି ମୁଁ' ସକାଳେ ଝଡିଲି
ଆଲୋକ ଦେଖିଲି ନାହିଁ
ଅନ୍ଧାରେଜନମ ଅନ୍ଧାରେ ମରଣ
କିଛି ବୁଝି ପାରୁ ନାହିଁ ll
କମନୀୟକାନ୍ତି ରୁପମୋ ସମ୍ଭାର
ମୂଲ୍ୟ କଣ ତାର ନାହିଁ -?
ଗୋଟିଏ ରାତିର ଜୀବନ ଲିଭାଇ
ଯାଉଛି ନିଃଶେଷ ହୋଇ ll
କି'ଭାଗ୍ୟ ମୋହର ନାହିଁ ମୋ'ଆଦର
ଉପଭୋଗ୍ୟ ନୁହେଁ ବୋଲି
ସ୍ରଷ୍ଟା କୁହ ତୁମେ କେଉଁ ଅପକର୍ମେ
ଦୁଃଖ ଭୋଗେ ଖାଲି ଖାଲି ll
ମଧୁକରକେବେପାଶେଆସେ
ନାହିଁ, ଚାଖିବାକୁ ମଧୁ ସ୍ୱାଦ
ପ୍ରେମିକ ବୋଲିତ କେହି ନାହିଁ
ମୋର, ଏକି ନୁହେଁ ପାରାମାଦ ll
ମାଟିରୁ ଜନମି ମାଟିରେ ମିଶିଲି
ମାଟିର ମମତା ନେଇଁ.
ସୁଖ ଆଶ୍ୱାସେ ଧନ୍ୟ ମଣିବି
ଶ୍ବାନ୍ତନା ଟିକେ ପାଇ ll
ରଖିଅଛି ଆଶା ମନରେଭରସା
କେବେହେଲେ କେଉଁ ଭାବେ
ଜନମ ମୋହର ସ୍ୱାର୍ଥକ ହେଵ
କାଳେ କାଳେ ଏଇ ଭବେ ll
http://sammarpana.blogspot.com
No comments:
Post a Comment