Wednesday, August 26, 2020

● ବନ୍ଧୁତା ହେଉ ଅତୁଟ ●

ତୁମେ ବନ୍ଧୁ ପଣେ ମମତା ମହଣେ
    ସେନେହର ସରୁ ନଈ
ନିଦାଘେ ଶ୍ରାବଣ ପ୍ରେମ ଫୁଲ ବଣ
    ଗ୍ଲାନି ଦିଅ ଉଲୁରେଇ.....

କୋଟି ପୂଣ୍ୟ ବଳେ ସମ୍ପର୍କର ଆଳେ
      ସଖା ତୁମେ ସୁଖେ ଦୁଃଖେ
ପ୍ରୀତି ପରିତ୍ୟକ୍ତ  ପୃଥୀବୀ ପୃଷ୍ଠରୁ
     ପୁଳାଏ ପ୍ରୀତି ପରଖେ .....

ଥିଲି ଏକା ଏକା ଦଦରା ନଉକା
     ମନ ଥିଲା ମଲା ନଈ
ଦରଦୀ ଦରିଆ ଭିଜେଇଲ ହିଆ
      ଆଶ୍ୱାସନା ସିଞ୍ଚି ଦେଇ ....

ନିଃସଙ୍ଗ ଜୀବନେ ତୁମ ଆଗମନେ
       ଫୁଲ ଫଗୁଣର ହାଟ
ଯିବ ନାହିଁ ଛାଡି କେବେ କେଉଁ ଘଡି
        ବନ୍ଧୁତା ହେଉ ଅତୁଟ ......


                 ଦାଶରଥି ସାହୁ , କଳମ୍ବ/ଗଞ୍ଜାମ ।

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...