Wednesday, August 26, 2020

● ଗଞ୍ଜାମେ କୋକୁଆ ଭୟ ●

ଥରିଯାଏ ଛାତି ଅପ୍ରଯ୍ୟାପ୍ତ କ୍ଷତି
    ଗଞ୍ଜାମେ କୋକୁଆ ଭୟ
ଥମିଯା କୋରନା ଆହା ସନ୍ତାପନା
      ଧ୍ୱଂସ ବିଭୀସିକାମୟ
ନୀରବି ଯାଆରେ ଅନୁତପ୍ତ ନୀରେ
       ବାହୁନଇ ଏକବିଂଶ
ଲାଗୁଛି ଯେମିତି ଏ ମଣିଷ ଜାତି
     ନିମିଷକେ ନିଶ୍ଚେ ନିଃସ୍ବ
ସନ୍ତୁଳିତ ସ୍ଥିର କଥା ବେଦ ଗାର
      ଭାରସାମ୍ୟ ପ୍ରକୃତିର
ଫେରିଯା ସଅଳ କାଳର କରାଳ
       ହସୁ ସୃଷ୍ଟି ସ୍ରଷ୍ଟାଙ୍କର
ଜୀବନ ଜୀବିକା ଦଦରା ନଉକା
    ଭୋକ ଭେକ ଆଜି ଏକ
ଆତ୍ମିୟ ବିୟୋଗ ବିରହରେ ବର୍ଗ
       ଛାଇଛି ଛନକା ଶୋକ
ସର୍ବେ ସ-ଗୌରବେ ଲଢନ୍ତି ଲଢିବେ
     ତଥାପିରେ ରକ୍ତ ମାଂସୀ
ନ ନେଇ ମେଲାଣି ଫେରିଯାଅ ପୁଣି
     ପର ବିଦେଶ ପ୍ରେୟସୀ
          ---------×--------
             ଦାଶରଥି ସାହୁ
                   କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...