#ସୁନିଆ
ସ୍ୱର୍ଣ୍ଣମୁଦ୍ରା ସୁନାମୋହର , ଭାଦ୍ରବ ଶୁକ୍ଲ ଏକାଦଶୀ ! ଏହିଦିନ ବାମନ ଜନ୍ମ ! ପୁରୀ ଶ୍ରୀମନ୍ଦିରରେ ତଥା ରାଜବାଟିରେ ସୁନିଆ ଉତ୍ସବ ପାଳିତ ହୁଏ ! ଏ ଦିନ ପୁରୀର ରାଜବାଟୀରେ ରାଜାଙ୍କ ମସ୍ତକରେ ସ୍ୱର୍ଣ୍ଣମୁଦ୍ରା ଲାଗିହୁଏ ! ପରିବାର ସେବକ ସତେଇଶିଟି ବିଭିହ୍ନ ଦେବଦେବୀଙ୍କ ଛବି ମୁଦ୍ରିତ ନୂତନ ସ୍ୱର୍ଣ୍ଣମୁଦ୍ରା ମହାରାଜାଙ୍କୁ ଦିଅନ୍ତି ! ମହାରାଜା ରାଜଗୁରୁଙ୍କୁ ଦେଲେ ରାଜଗୁରୁ ମହାରାଜାଙ୍କ ମସ୍ତକରେ ସେଗୁଡିକୁ ଉଲାଗି କରନ୍ତି ! ଏହା ପୂର୍ବରୁ ରାଜଗୁରୁ ବରୁଣପୂଜା , ନୃସିଂହ ପୂଜା, ସମ୍ପନ୍ନ କରିସାରିଥାନ୍ତି ! ରାଜ ରାଜୁଡା କାଳରେ ଏହିଦିନ ମହାରାଜାଙ୍କର ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ହେଉଥିଲା ! ତେଣୁ ଏହିଦିନଟି ଓଡିଆ(ଗଜପତି)ରାଜାଙ୍କ ଅଙ୍କ ସାଲ ପରିବର୍ତ୍ତନ ଦିବସ ! ଏହିଦିନ ମଧ୍ୟ ଓଡିଶାର ରାଜା ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ #ସନ ଗଣନା ଆରମ୍ଭ ହୁଏ ! ରାଜା ଜମିଦାର ମାନେ ସୁନିଆ ଦିନ ସିରସ୍ତା ପୂଜା କରନ୍ତି ! ପ୍ରଜା ମାନେ ଜମିଦାରଙ୍କୁ ଭେଟି ବା ସଲାମୀ ଦିଅନ୍ତି ! ପୂର୍ବତନ ରାଜାଙ୍କର ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ବିଧି ଓ ରାଜତ୍ୱ କରୁଥିବା ରାଜାଙ୍କର ନୂଆ ଅଙ୍କ ପ୍ରଚଳିତ ହୁଏ ! ଏହି ବିଧିରୁ ଏହିଦିନକୁ ସୁନିଆ କୁହାଯାଏ !
ଓଡିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସ ଓ ଦିବସର ଗଣନା ସୌରମାସର ଗଣନା କ୍ରମେ ହୁଏ, କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରବ ମାସର ଦ୍ୱାଦଶୀ ଗଣନା କରାଯାଏ ! ଏହି ସୁନିଆ ପୂଜା ଓ ଗଣନା ଓଡିଆର ବିଶେଷତ୍ୱ ଏହିଠାରୁ ଓଡିଆମାନଙ୍କ ନବବର୍ଷ ଆରମ୍ଭ ! ରାଜା ଓ ଜମିଦାରମାନେ ସୁନିଆ ଦିନ ବେଦୀରେ ବସି ଗଣେଶ, ସରସ୍ୱତୀ, ଲକ୍ଷ୍ମୀ ଓ ଦେବଦେବୀଙ୍କୁ ପୂଜା କରନ୍ତି ! ସୁନିଆ ଭେଟି ଓ ଉଲାଗିର ପ୍ରଚଳନ ରହିଛି !
#ଶ୍ରୀକ୍ଷେତ୍ର_ଇତିହାସ
#ଉପସ୍ଥାପନା_ଶ୍ରୀକ୍ଷେତ୍ର_ପରିବାର
No comments:
Post a Comment