Sunday, August 30, 2020

🌺 ମାତୃଶକ୍ତି 🌺

           ~: ମାତୃଶକ୍ତି :~
            ~~~~~~
ମାତୃଶକ୍ତି ମହାଶକ୍ତି ଅଟେ ଧରାଧାମେ 
ସୁଖ୍ୟାତି ରହିଅଛି କାଳିଦାସ ନାମେ  
ଜାୟା ଜନନୀ ଭଗନୀ ଭିନ୍ନ ଭିନ୍ନ ରୂପେ
ଶକ୍ତି ମୁକ୍ତି ଶାନ୍ତି ଦେଉଥାଏ ଅବିରତେ  ||

କବିଙ୍କ କୃତିରେ ଅଛି ଦିବ୍ୟ ମାତୃଶକ୍ତି 
ଚାଷୀର ଶ୍ରମରେ ସହାୟକ ବସୁମତୀ
ଅମୃତ ପାନରେ ପରା ବିକିଶିଛି ଜ୍ଞାନ
ସେବା ଶୁଶ୍ରୁଷାରେ ଭରା ସାହାସର ଧନ  ||

ସ୍ନେହ ଶ୍ରଦ୍ଧା ମନ୍ଦାକିନୀ ଶକ୍ତି ପ୍ରଦାୟିନୀ 
ଦୁଷ୍ଟ ନିବାରିଣୀ ମାତା ବିପଦ ହାରିଣୀ 
ବିଦ୍ୟାଦାତ୍ରୀ ଜ୍ଞାନଦାତ୍ରୀ ସୁଖ ବିଳାସିନୀ 
ମାତୃଶକ୍ତି ଆଧାରରେ ତିଷ୍ଠିଛି ଅବନୀ  ||

ମାତୃମୟ ବିଶ୍ବ ଭୁବନ , ମା'ପାଇଁ  ସୃଷ୍ଟି 
ବିଶ୍ବ ନିୟନ୍ତାଙ୍କ ଅଟଇ ଅମୂଲ୍ୟ ଭେଟି  ||
          -----×----
ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା ବ୍ଳକ୍ , ଗଞ୍ଜାମ
ଦୂରାଭାଷ : ୭୯୮୪୨୫୯୦୮୦

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...