Sunday, August 30, 2020

⭕ ଶେଫାଳି ⭕

         ~: ଶେଫାଳି :~

ନିଶିପୁଷ୍ପ , ଶେଫାଳି ,ଗଙ୍ଗଶିଉଳି
ଶେଫାଳିକା ଆଉ ଶୁକ୍ଳାଙ୍ଗୀ ନାମ
ମର୍ତ୍ତ୍ୟ ପାରିଜାତ ଶୁଭ୍ର ରଙ୍ଗ ଯୁକ୍ତ 
 ସମର୍ପିତ ସଦା ତାହାରି ମନ 

 ଝରିଯିବା ତାର ବାସ୍ତବତା ନୁହେଁ
   ସମର୍ପିତ ସିଏ ଧରଣୀ ପାଇଁ 
ତନୁ ମନ ତାର ଧନ୍ୟ ହୋଇଥାନ୍ତି 
ବ୍ରାହ୍ମ୍ୟ ମୁହୂର୍ତ୍ତରୁ ସେବାରେ ଥାଇ ......

ନିଶି ନିରିଜନେ ଉତ୍ସର୍ଗେ ମନକୁ 
 ବିଭୁକୃପା ଆଶ ହୃଦରେ ରଖି 
ଜାଣିଛି ଝରିବ ଏ'ଦେହ ଦିନେ 
ବେଳଥାଉ ମନ ଦେଇଛି ଯୋଖି 

କିଏ କହେ ତାକୁ ମର୍ତ୍ତ୍ୟ ପାରିଜାତ 
କିଏ କହେ ଅଭିଶପ୍ତ ଅପ୍ସରୀ 
ଅଶ୍ରୁଭିଜା ଆଖ୍ୟା ଦିଏ ଅବା କେହି 
କୋମଳ ଆୟୁଷେ ପଡ଼ଇ ଝରି 

ସୁଗନ୍ଧ ବିତରି ସର୍ବାଦର ସିଏ 
କେଡ଼େ ଭାଗ୍ୟ ସତେ ଦେଖ ତାହାରି
ପ୍ରତ୍ୟୁଷେ ସେବିଲା ବସୁନ୍ଧରା ପଦ 
ମାତୃବନ୍ଦନାକୁ ହୃଦରେ ଭରି 

ଧନ୍ୟ ତା'ଜୀବନ ଧନ୍ୟ ତାର ମନ 
ଆପେ ଉତ୍ସର୍ଗୀତ କର୍ମ ଆଦରି 
ଝରିଗଲା ପରେ ହୁଏ ଗଳାମାଳି 
ବାସି ବୋଲି ବାଛ ନାହିଁ କାହାରି 
           ------×----
   ✍ସନ୍ତୋଷ ପଟ୍ଟନାୟକ ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...