Sunday, August 9, 2020

⭕ ପାଉଁଶ ତଳର ପ୍ରେମ ⭕

❣ ପାଉଁଶ ତଳର ପ୍ରେମ ❣ ✍ ଜଗବନ୍ଧୁ ସାହୁ 
~~~~~~~~~~~❣~~~~~~~~~~~~~

ପ୍ରେମ କେତେବେଳେ କୋଉଠି କାହା ସାଥିରେ ଓ କେଉଁ ଜାତି ଓ କେଉଁ ଧର୍ମରେ ହୋଇଯାଏ କିଏ କହି ପାରନ୍ତିନି ସେଥି ପାଇଁତ ସମସ୍ତେ କୁହନ୍ତି କି ପ୍ରେମର ଜାତି-ଅଜାତି ଧର୍ମ-ଅଧର୍ମ କିଛି  ନଥାଏ ବୋଲି ।    

          ଠିକ୍ ସେଇଭଳି ଏଇ ଚରିତ୍ର ଦୁଇଟି ଧର୍ମକୁ ନେଇ । ହିନ୍ଦୁ ଆଉ ଖ୍ରୀଷ୍ଠିଆନ୍ , ଆମେ ସମସ୍ତେ ଜାଣିଛନ୍ତି କଟକ ଓଡିଶାର ଏକ ବଡ ସହର ସେଇ ସହରରେ ସବୁ ଧର୍ମର ଲୋକ ରହୁଛନ୍ତି ଓ ସବୁ ଧର୍ମର ପର୍ବ ପର୍ବାଣୀ ଖୁବ୍ ଧୂମଧାମରେ ପାଳନ କରନ୍ତି ।    

            ଅଜିତ୍ ଆଉ ରେସ୍ମା ଦୁହେଁ କଟକ ସହରର ବାସିନ୍ଦା । ଦୁହେଁ କଲେଜରେ ପାଠ ପଢନ୍ତି ଅଜିତ୍ ହେଉଛି ହିନ୍ଦୁ ଧର୍ମର ଆଉ ରେସ୍ମା ହେଉଛି ଖ୍ରୀଷ୍ଟିଆନ୍ ଧର୍ମର । ଅଜିତ୍ କଲେଜ ଯିବା ସମୟରେ ବାଟରେ ଏଇ ରେସ୍ମାକୁ ଦେଖେ ସତେ ଯେମିତି ପରୀଟିଏ ପରି ଲାଗୁଥାଏ ! ଅଜିତ୍ ଅବାକ୍ ହୋଇ ଝିଅଟିକୁ ଏକ ଲୟରେ ଚାହିଁ ରହିଥାଏ ଝିଅଟିର ନଜର ବି ଠିକ୍ ଅଜିତ୍ ଉପରେ ପଡିଥିଲା ଝିଅଟି ବି ଅଜିତ୍ କୁ ଏକ ଲୟରେ ଚାହିଁବାକୁ ଲାଗିଲା ସେ ଦୁହେଁଙ୍କୁ ଦେଖିଲେ ଏମିତି ଲାଗୁଛି କି ସତେ ଯେମିତି ଏ ଦୁହିଁଙ୍କର ଅନେକ ଜନ୍ମରୁ ସମ୍ପର୍କ ରହିଛି ଝିଅଟିର ସାଙ୍ଗମାନେ କହିଲେ ଆରେ ରେସ୍ମା କଣ ଏକ ଲୟରେ ପୁଅଟିକୁ ଚାହିଁ ରହିଛୁ ଏତେ ସମୟ ହେଲା ସତେ ଯେମିତି କେବେ ପୁଅ ଦେଖିନୁ ରେସ୍ମା ଟିକିଏ ମୁରୁକି ହସି ଦେଲା ଆଉ କହିଲା ଆରେ ସେମିତି କିଛି ନାହିଁ କେଜାଣି କାହିଁକି ପୁଅଟିକୁ ଦେଖି ଏମିତି ଲାଗିଲା ଯେମିତି ତାଙ୍କୁ ମୁଁ ବହୁତ ଦିନରୁ ଜାଣିଛି ଛାଡେ ସେ କଥା ଚାଲ୍ ଯିବା ଘରକୁ ତାପରେ ଝିଅଟି ଚାଲିଗଲା ।  
  
             ତାପରେ ଅଜିତ୍ ବି ଫେରିଗଲା ଘରକୁ କିନ୍ତୁ ଦୁହିଁଙ୍କର ପ୍ରତି ଛବି ଦୁହିଁଙ୍କ ମନରେ ଏମିତି ବସିଯାଇଥିଲା ଅଜିତ୍ କୁ ଝିଅଟିର ଛବି ଦେଖା ଯାଉଥିଲା ଆଉ ରେସ୍ମାକୁ ଅଜିତ୍ ର  ଛବି । ଅଜିତ୍ ଭାବୁଥାଏ କେମିତି କାଲି ସକାଳ ହେବ ମୁଁ ଆଉ ଟିକିଏ ସେ ଝିଅଟିକୁ ଦେଖି ନିଅନ୍ତି ଏମିତି ଭାବି ଭାବି ରାତି ଯାଇ ସକାଳ ହେଲା ତାପରେ ଅଜିତ୍ ସଜବାଜ ହୋଇ ବାହାରି ପଡିଲା କଲେଜକୁ ଯିବା ବାଟରେ ଝିଅଟିକୁ ଦେଖା କରିବା ପାଇଁ କିଛି ସମୟ ପରେ ରେସ୍ମା ତା ସାଙ୍ଗ ମାନଙ୍କ ସାଥିରେ ଆସିଲା ଝିଅଟି ବି ମନେ ମନେ ଭାବୁଥାଏ ପୁଣି ସେ ପୁଅ ସାଥିରେ ଭେଟ ହୁଅନ୍ତା କି ଟିକିଏ ମନ ଭରି ଦେଖି ନିଅନ୍ତି ଏମିତି ଭାବୁ ଭାବୁ ରେସ୍ମାର ନଜର ଠିକ୍ ପୁଅଟି ଉପରେ ପଡିଲା ଆଉ ଏପଟେ ଅଜିତ୍ ଝିଅଟିକୁ ଦେଖି ସତରେ ବହୁତ ଖୁସି ହୋଇଗଲା ଏକ ଲୟରେ ଦୁହେଁ ଦୁହିଁଙ୍କୁ ଚାହିଁ ରହିଥାନ୍ତି କିଛି ସମୟ ପରେ ରେସ୍ମା ପୁଅଟିର ମୁହିଁକୁ ଦେଖି ମୁରୁକି ହସିଦେଲା ଆଉ ଅଜିତ୍ ବି ଝିଅଟିକୁ ଦେଖି ଟିକିଏ ତା ହସ ସହ ହସ ମିସେଇ ଦେଲା ଏମିତି କିଛି ଦିନ ଦେଖା ଦେଖି ହସା ହସି ଚାଲିଲା ଅଜିତ୍ ଦିନେ ଝିଅଟି ପାଖକୁ ଯାଇ କହିଲା ଟିକିଏ ଶୁଣିବେ କି !? ବୋଲି ପଚାରିଲା ଝିଅଟି  ଉତ୍ତରରେ  କୁହନ୍ତୁ କଣ କହିବାର ଅଛି  ବୋଲି କହିଲା ଅଜିତ୍ କହିଲା ତୁମ ସହ ମୋର କିଛି କଥା ଏକାନ୍ତରେ ହେବାର ଅଛି ଦୟା ପୂର୍ବକ ଆସିପାରିବେ କି କାଲି ଆଇଜ୍ ପାର୍କକୁ ମୋତେ ଦେଖା କରିବା ପାଇଁ ଝିଅଟି କହିଲା ହେଉ ଠିକ୍ ଅଛି କାଲି ଏଇ ସମୟରେ ଭେଟ ହେବା ଆଇଜ୍ ପାର୍କରେ ଏତିକି କହି ଦୁହେଁ ଫେରିଗଲେ କଲେଜକୁ ସେଇ ଦିନଟି ଦୁହିଁଙ୍କର  ଖୁସିରେ କଟିଲା । 

       ତାପର ଦିନ ଅଜିତ୍ ଓ ରେସ୍ମା ଆଇଜି ପାର୍କକୁ ଯାଇ ଦୁହେଁ ଭେଟ ହେଲେ ପୁଅଟି ହାତକୁ ବଢାଇ କହିଲା ମୋ ନାଁ ହେଉଛି ଅଜିତ୍ ତୁମର ନାମ କଣ ଝିଅଟି ଅଜିତ୍ ସାଙ୍ଗେ ହାତକୁ ମିଶାଇ କହିଲା ମୋ ନାମ ହେଉଛି ରେସ୍ମା । ଅଜିତ୍ କହିଲା ବହୁତ ସୁନ୍ଦର ତୁମର ନାମ ରେସ୍ମା କହିଲା ଆରେ ତୁମର ନାମ ବି ବହୁତ ସୁନ୍ଦର । ଆଛା ଅଜିତ୍ ମୋତେ କିଛି କହିବାର ଥିଲା ନା କୁହନ୍ତୁ କଣ କହିବାର ଅଛି ଅଜିତ୍ କହିଲା କେଜାଣି କାହିଁକି ତୁମକୁ ଦେଖିଲା ଦିନ ଠାରୁ ଜାଣତରେ ବା ଅଜାଣତରେ ମୋ ହୃଦୟରେ ତୁମେ ଘର କରି ସାରିଛ ସତ କହିବାକୁ ଗଲେ ମୁଁ ତୁମକୁ ମନେ ମନେ ବହୁତ ଭଲ ପାଉଛି ଆଶା କରୁଛି ତୁମେ ବି ମୋତେ ଭଲ ପାଉଥିବ ବୋଲି ଏତିକି କହି ଅଜିତ୍ ତାର ବେଗରୁ ଗୋଲାପ ଫୁଲଟେ କାଡି ରେସ୍ମାକୁ ବଢେଇ ଦେଇ କହିଲା  ଲଭ୍ ୟୁ ରେସ୍ମା । ମୁଁ ତୁମକୁ ବହୁତ ଭଲ ପାଉଛି ଅଜିତ୍ ର ଭଲପାଇବା ଦେଖି ରେସ୍ମା ବହୁତ ଖୁସି ହୋଇଗଲା ଆଉ ଅଜିତ୍ ହାତରୁ ଗୋଲାପ ଫୁଲଟିକୁ ନେଇ ରେସ୍ମା ଅଜିତ୍ କୁ କହିଲା ଆଇ ଲଭ୍ ୟୁ ଟୁ । ହେଲେ ଅଜିତ୍ ମୋର କିଛି ତୁମକୁ କହିବାର ଅଛି ମୁଁ ଜଣେ ଖ୍ରୀଷ୍ଟିଆନ୍ ଝିଅ ତୁମେ ଜଣେ ହିନ୍ଦୁ ପୁଅ ଅମ ମିଳନ ଏ ଜନମରେ ଅସମ୍ଭବ ଅଜିତ୍ କହିଲା ଆରେ ତୁମେ ଜାଣିନ କି ପ୍ରେମର ଜାତି ଧର୍ମ ନାହିଁ ବୋଲି ମୁଁ ତୁମକୁ କଥା ଦେଉଛି ରେସ୍ମା ଯଦି ବଞ୍ଚିବା ତ ଏକା ସାଙ୍ଗରେ ଆଉ ଯଦି ମରିବା ତ' ଏକା ସାଙ୍ଗରେ ଅଜିତ୍ ମୁହିଁରୁ ଏମିତି କଥା ଶୁଣି ରେସ୍ମା ଅଜିତ୍ କୁ କୁଣ୍ଢାଇ ଧରି ପକାଇଲା ଆଉ କହିଲା ଅଜିତ୍ ମୋର ତୁମ ଉପରେ ପୁରା ଭରଷା ଅଛି ଏମିକି କିଛି ସମୟ କଥାଭାଷା ହୋଇ ଦୁହେଁ ଫେରିଲେ ନିଜ ନିଜ ଘରକୁ ।   

         ଏମିତି ସବୁଦିନ ଅଜିତ୍ ଆଉ ରେସ୍ମୋ ଭେଟ ହେଉଥିଲେ ।  ଭଲ ପାଇବା ଜୀବନରେ ତ ଦୁହେଁ  ବେଶ୍ ଖୁସିରେ ଥିଲେ ଦିନେ ଅଜିତ୍ ଆଉ ରେସ୍ମା କଫି ସପ୍ ରେ ବସି କଫି ପିଇଥୁଲେ ରେସ୍ମାର ଦାଦା ଦେଖି ଦେଲା ଆଉ ସିଧା ଯାଇ ରେସ୍ମାର ବାପାକୁ କହିଲା ଭାଇ ଆମ ରେସ୍ମା ଗୋଟେ ହିନ୍ଦୁ ଧର୍ମର ପୁଅକୁ ଭଲପାଉଛି ତା ସାଙ୍ଗରେ ପାର୍କ କଫି ସପ୍ ଚାରିଆଡେ ବୁଲୁଛି ତାପରେ ରେସ୍ମାର ବାପା କହିଲେ ହେଉ ଠିକ୍ ଅଛି ସେ ଆସୁ ତା' ସାଙ୍ଗରେ କଥା ହେବା ପୁଅଟିର ସାଙ୍ଗ ମାନେ ବି ଯାଇ ପୁଅଟିର ବାପାକୁ କହିଦେଲେ କି ବାପା ଜିଣିଛ ତୁମ ଅଜିତ୍ ଗୋଟେ ଖ୍ରୀଷ୍ଟିଆନ୍ ଝିଅଟିକୁ ଭଲପାଉଛି ତାକୁ ନେଇ ଚାରିଆଡେ ବୁଲା ବୁଲି କରୁଛି ପୁଅଟିର ବାପା କହିଲା ହେଉ ଠିକ୍ ଅଛି ସେ ଆସୁ ତାସାଙ୍ଗରେ ମୁଁ କଥା ହେବି ତାପରେ କିଛି ସମୟ ପରେ ଅଜିତ୍ ଆଉ ରେସ୍ମା ନିଜ ନିଜ ଘରକୁ ଗଲେ ଅଜିତ୍ ର ବାପା ଅଜିତ୍ କୁ କହିଲେ କୁଆଡେ ଯାଇଥିଲୁ ଅଜିତ୍ କହିଲା ମୁଁ କଲେଜ୍ ଯାଇଥିଲି ପରା ବାପା ଅଜିତ୍ ର ବାପା କହିଲେ ଆଛା ସେ ଝିଅ କିଏ ଯାହା ସହ ତୁ ବୁଲା ବୁଲି କରୁଛୁ ସେ ଝିଅର ଜାତି ଗୋତ୍ର କଣ ଆରେ ତୋତେ ଆଉ କୋଉ ଝିଅ ମିଳିଲାନି ଯାଇକି ଗୋଟେ ଖ୍ରୀଷ୍ଟିଆନ୍ ଝିଅକୁ ଭଲ ପାଇଛୁ ! ଛି ତୋ' ମୁହଁକୁ ଚାହିଁବାକୁ ଇଛା ହେଉନି ଇଛା ହେଉଛି ତୋତେ ତଣ୍ଟି ଚିପି ମାରିଦେବାକୁ ଆରେ ତୋତେ ତ ମୋ ପୁଅ ବୋଲି କହିବାକୁ ମୋତେ ଲାଜ ଲାଗୁଛି ଚାଲି ଯା ମୋ ଆଗରୁ ତାପରେ ଅଜିତ୍ ଉପର ଘରକୁ ଚାଲିଗଲା ଏପଟେ ରେସ୍ମାର ବାପା ବି ରେସ୍ମାକୁ ବହୁତ ଗାଳି ଦେଲା ତାପର ଦିନ ପୁଅର ବାପା ଆଉ ଝିଅର ବାପା ମିଶି କଥା ହେଲେ ଦେଖେ ତୁ ତୋ ଝିଅକୁ ମାରି ଦେ ମୁଁ ମୋ ପୁଅକୁ ମାରିଦେବି କାରଣ ସେମାନେ ବଞ୍ଚି ରହିଲେ ଆମ କଥା ଶୁଣିବେ ନାହିଁ କାରଣ ସେ ମାନେ ଦୁହେଁ ଦୁହିଁକୁ ବହୁତ ଭଲ ପାଉଛନ୍ତି ତାପରେ ଝିଅଟିର ବାପା କହିଲା ହେଉ ଠିକ୍ ଅଛି ମୁଁ ତୁମ କଥାରେ ରାଜି ।   

       ତାପର ଦିନ ପୁଅଟିର ବାପା କହିଲା ଅଜିତ୍ ଆସିଲୁ ଅଜିତ୍ ଆସିଲା ହଁ କୁହ ବାପା କଣ ହେଲା ଅଜିତ୍ ର ବାପା କହିଲା ବସ୍ ଏଠି କାଲି ଗାଳି ଦେଲି ବୋଲି ମନ ଦୁଃଖ କରୁଛୁ ଦେଖେ ସେ ଝିଅକୁ ଭୁଲିଯା ସେଥିରେ ହିଁ ତୋର ମଙ୍ଗଳ ହେବ ଅଜିତ୍ ତା ବାପାକୁ କହିଲା ମୁଁ ମରି ଯିବି ପଛେ ସେ ଝିଅକୁ ଭୁଲି ପାରିବି ନାହିଁ ତାପରେ ଅଜିତ୍ ର ବାପା କହିଲା ହେଉ ଠିକ୍ ଅଛି ଛାଡେ ସେ କଥା ନେ କ୍ଷୀର  ପିଇଦେ ତାପରେ କଲେଜକୁ ଯିବୁ ତାପରେ ଅଜିତ୍ କ୍ଷୀର ପିଇଦେଇ ଚାଲିଗଲା କିନ୍ତୁ ସେ ଜାଣି ପାରିଲାନି ଯେ କ୍ଷୀରରେ ବିଷ ମିଶିଥିଲା ବୋଲି ତାପରେ ଏପଟେ ଝିଅଟିର ବାପା ବି ଠିକ୍ ସେମିତି ବୁଝାଇଲା ଦେଖେ ଭୁଲି ଯା ସେ ପୁଅକୁ ସେଥିରେ ହିଁ ତୋର ମଙ୍ଗଳ ହେବ ରେସ୍ମା କହିଲା ମୋତେ ମାରିଦିଅ ପଛେ କିନ୍ତୁ ମୁଁ ଅଜିତ୍ କୁ ଛାଡି ଗୋଟେ ଦିନ ବି ବଞ୍ଚି ପାରିବିନି ରୋସ୍ମାର ଏହି ପରି କଥା ଶୁଣି ଜୁସ୍ ରେ ତା ବାପା ବିଷ ମିଶାଇ ରେସ୍ମାକୁ ପିଇବାକୁ ଦେଲା ଆଉ ସେ ଜୁସ୍ ପିଇ ରେସ୍ମୋ କଲେଜ ଯିବାକୁ ବାହାରି ପଡିଲା ବାଟରେ ଅଜିତ୍ ସାଙ୍ଗରେ ଦେଖା ହେଲା ଦୁହେଁ ବସି କିଛି ସମୟ କଥା ହୋଇଛନ୍ତି ଅଜିତ୍ ରକ୍ତବାନ୍ତି କରିଲା ଏହା ଦେଖି ରେସ୍ମା କହିଲା ଆରେ ତୁମର ଏ କଣ ହେଲା ଅଜିତ୍ ! ଏମିତି କହୁ କହୁ ରେସ୍ମା ବି ରକ୍ତ ବାନ୍ତି କଲା ରେସ୍ମାର ରକ୍ତ ବାନ୍ତି ଦେଖି ଅଜିତ୍ କହିଲା ଅରେ ତୁମର କଣ ହେଲା  ! ତୁମେ ରକ୍ତ ବାନ୍ତି କରୁଛ ତାପରେ ରେସ୍ମା ଜାଣିଗଲା କି ତା ବାପା ତାକୁ  ଜୁସ୍ ରେ ବିଷ ମିଶେଇ ଦେଇ ଦେଇଛି ବୋଲି ଏପଟେ ଅଜିତ୍ ବି ବୁଝିଗଲା ଯେ ଆଉ ସିଏ ବଞ୍ଚିବାର ନାହିଁ ତାପରେ ରେସ୍ମାକୁ ଅଜିତ୍ କହିଲା ରେସ୍ମା ଏ ଜନମରେ ସିନା ଆମେ ଗୋଟେ ହୋଇ ପାରିଲେନି କିନ୍ତୁ ଆମେ ସବୁ ଜନମରେ ଏମିତି ମିଶୁଥିବା ଏ ଦୁନିଆଁ ପଛେ ପ୍ରେମର ବଇରି ସାଜୁ କିନ୍ତୁ ଆମେ ପ୍ରେମ କରୁଥିବା ଏପାରିରୁ ନେଇ ସେ ପାରି ଯାଏ ସବୁଠି ନାଁ ଲେଖୁ ଥିବା ଆମ ପ୍ରେମର ଏ ବାକି ଅଧ୍ୟାୟକୁ ଜୁଇ ପାଉଁଶରେ ଲେଖି ଦେଇ ଯିବା କିଏ ନା କିଏ ଆମର ଏ ପାଉଁଷ ତଳର କାହାଣୀକୁ ଜୀବନ୍ତର ରୂପ ଦେବ ଆଉ ତାର ସେଇ କଲମ ମୁନରେ ବସି ଆମ ପାଉଁଶ ତଳର ପ୍ରେମର ଗାଥାକୁ ଲେଖି ଦେଇ ଯିବ । ଏ ଜନମ କଣ ଆମେ ସବୁ ଜନମରେ ଏକାଠି ହେବା । କହୁ କହୁ ଟଳି ପଡ଼ିଲେ ଦୁହେଁ  ରାସ୍ତା କଡ଼କୁ ।  

              ଝିଅଟିର ବାପା ଓ ପୁଅଟିର ବାପା ଆସି ସେ ଦୁହିଁକୁ ନେଇ ଅନ୍ତିମ ସଂସ୍କାର ବି କଲେ । ସେ ଦୁହେଁ ସିନା ମରି ଗଲେ କିନ୍ତୁ ଆଜି ତାଙ୍କର ଆତ୍ମା ସେଇ ଜୁଇ ପାଉଁଶ ତଳେ ବଞ୍ଚି ରହିଛନ୍ତି କିଛି ଦିନ ପରେ ଲୋକ କୁହା କୁହି ହେଲେ ଗାଁ ଶେଷ ମୁଣ୍ତ ମଶାଣୀରେ ରାତି ଅଧରେ ଦୁଇ ଜଣ କିଏ କଥା ହେଉଛନ୍ତି ପୁଣି ଗୀତ ବି ଗାଉଛନ୍ତି :-  ସାଥି ସାଥି ପାଇ ଆସିଲାଣି ରାତି  ମିଳନରେ ଆଉ ନଥିବ ଭିତ୍ତି....ସାଥି ସାଥି ଆସ ଗାଇଯିବା ଗୀତି ଅଳପ ବାକି ଆଉ ଆମ ପିରତୀ...ପୁଣି କେବେ କାନ୍ଦନ୍ତି ବି ସେ ଆଉ କିଏ ନୁହେଁ । ଅଜିତ୍ ଓ ରେସ୍ମାର ଆତ୍ମା । ଏ ଦୁଇଟା ଆତ୍ମା ଆଜିବି ଘୂରି ବୁଲୁଛନ୍ତି କିନ୍ତୁ କାହାରି କିଛି ଅନିଷ୍ଟ କରନ୍ତିନି ଏମିତି ଆତ୍ମାଙ୍କୁ ଆମେ ସମସ୍ତେ ଚାଲ ସାଲାମ୍ କରିବା  ।
http://sammarpana.blogspot.com
    ପ୍ରେମକବି :- ✍ ଜଗବନ୍ଧୁ ସାହୁ , ଗଞ୍ଜାମ ।

2 comments:

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...