Friday, August 21, 2020

⭕ କାମନା ⭕

-: କାମନା :-

"ତୁମ ଚଞ୍ଚଳତାରେ ଥିଲା ଯେ କିଛି ଛଳନା 
ଜାଣି ପାରିଥିଲି ମୁଁ କରି କଳନା 
ଅଟକାଇ ରଖିଥିଲି ମୁଁ ଜିଦ୍ ଖୋର ମନରେ 
ଅଟକି ଯାଇଥିଲ ତୁମେ ଯେ ବହୁ କଷ୍ଟରେ 
କରିଥିଲ ପ୍ରେମାଳାପ ଆଶଙ୍କା ଓ ଆବେଗରେ  ।।

ସାକ୍ଷୀଅଛି ସେ'ତରୁ-ଲତା ଅରଣ୍ୟ ଓ ହନ୍ତାଳ ବନ 
ଦୃଷ୍ଟି ଦେଇଥିଲେ କେତେ ଯେ ବିହଙ୍ଗ, ସରୀସୃପ ଗଣ ନିର୍ଭୟରେ ଚାହିଁରହି କରି ଚାଲିଥିଲ ଚକ୍ଷୁସହ ଚକ୍ଷୁ ମିଳନ,
ମିଳନ ମିଳନରେ ଅତିବାହିତ ହୋଇଥିଲା ସମୟ ଯାନ  ।।

ଅତିବାହିତ ହୋଇ ଚାଲିଗଲା ସିନା ସେ ସମୟ 
ହେଲେ ଛାଡ଼ି ଚାଲି ଯାଇଥିଲ ତୁମେ ପ୍ରୀତିର ଚୁମ୍ବନ ଚିହ୍ନ  ହୃଦୟରେ ଖେଳି ଯାଉଥିଲା ତୁମ ହୃଦୟର ସିଂହରଣ,
ଛାଡ଼ି ଚାଲିଯାଇ ଥିଲ ଦୀର୍ଘ ନିଶ୍ଵାସର ନିର୍ବାରଣ  ।।

ନେଉଥିଲି ମୁଁ ଯେବେ ଵିଶ୍ରାମ 
ଭାବୁଥିଲି ତୁମ ସହିତ ଅତିବାହିତର 
ସେ ସ୍ମରଣୀୟ ସମୟ ,
ଅଭୁଲା ଦିନକୁ ମୁଁ କେବେ ପାଶୋରିବି ନାହିଁ,
କାଟିଥିବା ତୁମ ସହ ସେ ସ୍ମରଣୀୟ
 ସମୟକୁ କେବେବି ମୁଁ ଭୁଲିବି ନାହିଁ ।

ମୋ ପାଇଁ ତୁମେ ସହିଥିଲ କେତେ ଯେ ଯନ୍ତ୍ରଣା 
ଦେଇଥିଲ ତୁମେ ତୁମ ଜୀବନର ସର୍ବସ୍ଵ ପାଉଣା, 
ଯାଚିଥିଲ ତୁମେ ତୁମ ପ୍ରେମର ଠିକଣା 
ପାଇଥିଲି ମୁଁ ' ତୁମ ପ୍ରେମର ବାସନା 
ଦେଇଥିଲି ତୁମକୁ ମୁଁ '  ନିର୍ଯାତନା 
ଭରିଗଲା ବୋଲି ମୋ'ମନର କାମନା  ।।

✍  ସୁଶୀଲ୍ କୁମାର ଭୋଇ
(ଭୁବନେଶ୍ୱର) ଜଟଣୀ ,ଖୋର୍ଦ୍ଧା , ଓଡ଼ିଶା ।

http://sammarpana.blogspot.com

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...