Friday, August 21, 2020

⚘ ତୋ'ସ୍ମୃତିରେ ⚘

-: ତୋ ସ୍ମୃତିରେ :-

"ତୋ' ନୟନର ଅସୁମାରୀ ସ୍ୱପ୍ନ ପୂରି ଯାଉ 
ତୋ' ହୃଦୟର ବ୍ୟଥା ସବୁ ଦୁର ହୋଇଯାଉ 
ତୋ' ମନର ବେଦନା ଯାହା ଥାଉ ହେଲେ 
ତୋ ଅଳସୀ ଦେହର ସବୁ ଦରଦ ଦୁରହେଉ ।।

ସରଳ ମନରେ ତୋ'ର ଆଶା ଯାହା ଥାଉ,
ତା'କୁ ତୁ ପୂରଣ କର ଯାହାବି ହେଇ ଯାଉ 
ତୋ' ଚଲାପଥ କୁସୁମିତ ହେଉ,
ତୋ' ଜୀବନର ପ୍ରତି କ୍ଷଣ ସୁଖେ କଟି ଯାଉ ।।

ତୋ' ପ୍ରେମର ବତୀଘରେ ଅନ୍ଧାର ନହେଉ
ଆଲୁଅରେ ଆଲୁଅରେ ରାତି କଟି ଯାଉ 
ଦୀପର ସେ ସ୍ୱତ୍ସାଲୋକ ଦୀର୍ଘସ୍ଥାୟୀ ଜଳୁଥାଉ,
ଜଳି ଜଳି ତୋ' ମନର ତୃଷ୍ଣା ମେଣ୍ଟାଉ ଥାଉ ।।
 
ତୋ'ର ସେ' ପଦ୍ମ ପାଖୁଡ଼ା ମୁଖ ମଳିନ ନହେଉ 
ସୁଖ, ଦୁଃଖେ, ଭାବାଭାବେ ନିତି ଝଲସୁ ଥାଉ 
ତୋ' ମୁଖ ପାଖୁଡ଼ାର ନାଲିଓଠେ ହସସ୍ରୋତ ଥାଉ
ଜୀବନ ଥିଲା ଯାଏଁ ମଉଳି ନଯାଉ ।।

ତୋ'କୁଞ୍ଚିତ କେଶରେ ମଲ୍ଲିଗଭା ଶୋଭା ପାଉ
ଅମ୍ବର କର୍ଷଣେ ତାହା ଲହରୀ ଖେଳୁ ଥାଉ 
କଳା ଭଁରର ଲୋଭ ସେ ଗଭାରେ ଥାଉ 
କୁଞ୍ଚିତ କେଶରାଜି ମଧ୍ୟେ ଗଜରା ଶୋଭା ପାଉ ।।

ତୋ' ଗଳାରେ ହାର ମାଳା ଝୁଲି ରହି ଥାଉ
ଝୁଲି ଝୁଲି ତୋ ଗଳାର ସୌନ୍ଦର୍ଯ୍ୟ ବଢ଼ାଉ 
ତୋ' ବକ୍ଷର ଆଦୃତି ସତେଜ ଯେ' ଥାଉ 
ଆଜନ୍ମ ସୌନ୍ଦର୍ଯ୍ୟର ଗନ୍ତାଘର  ହେଉ  ।।

ତୋ'ହାତ ଅଙ୍ଗୁଳି ପୁଷ୍ପପୁଞ୍ଜ ପ୍ରାୟ ହେଉ
ଫୁଲ ପରି ପ୍ରତି କ୍ଷଣେ ସୁବାସ ଦେଉ  ।।

http://sammarpana.blogspot.com

 ✍ ସୁଶୀଲ୍ କୁମାର ଭୋଇ
                      (ଛାତ୍ର)
ବରକୁଦା , ପଞ୍ଚଙ୍ଗା , ଜଟଣୀ , ଖୋର୍ଦ୍ଧା
      ଭୁବନେଶ୍ୱର-୨(୭୫୨୦୫୦)

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...