ଜୀବନ ଅଢେଇ ଦିନ
~~~~~୦~~~~
ଫୁଲ ଫୁଲେଇଟି କେତେ ପୂଣ୍ୟ ନେଇ
ଝୁଲୁଥାଏ ପ୍ରଭୁ ଗଳେ
ବାସି ହେଲା ପରେ ବେସାହାରା ହୁଏ
ଜାଗା ତା' ନର୍ଦ୍ଦମା ନାଳେ
ଦେଉଳ ବେଢାରେ ଦୀପରେ ସଳିତା
ଜଳେ ମଙ୍ଗଳ ମନାସୀ
ଜଳିଗଲା ପରେ ନୁଖୁରା ହୋଇଲେ
ମାଟିରେ ଯାଏ ସେ ମିଶି
ଆଜୀବନ ଯାଏଁ କେହି ନୁହଁ ଏଠି
ଗୌରବର ଅଧିକାରୀ
ଗୌରବଟି କାଳେ ଗର୍ବ ହେବ ବୋଲି
କରନ୍ତି ଅଦରକାରି
ହେ ମୋର ପାଠକ ଏ ଲେଖାର ତତ୍ତ୍ୱ
ଗଢନାହିଁ ଗର୍ବ ଗଡ
ଯେଉଁ କ୍ଷେତ୍ରେ ତୁମେ ଯେତେବି ଅଗ୍ରଣୀ
ତୁମଠୁ ଅଛିକେ ବଡ
ସଦା ହୁଅ ନମ୍ର ଢାଳ ସ୍ନେହ ପ୍ରେମ
ଜୀବନ ଅଢେଇ ଦିନ
ହସି ହସାଉଥ ଉଭେଇବ କ୍ଷତ
ସାହା ହେବେ ଭଗବାନ
--------×--------
କଳମ୍ବ/ଗଞ୍ଜାମ
No comments:
Post a Comment