ଶ୍ରୀଜଗନ୍ନାଥ ଶବ୍ଦର ଭାବାର୍ଥ
~~~~~~~~~
✍ ଦାଶରଥି ସାହୁ
ଶ୍ରୀ : "ଶ୍ରୀ"ଶବ୍ଦର ଅର୍ଥ ଐଶୁର୍ଯ୍ଯ ବୈଭବ
ଆଲୋକ ଅମା ଅନ୍ଧାରେ
ଅନାଥର ନାଥ ସେ ବିଚାରବନ୍ତ
ଥାନ୍ତି ସବୁ ହୃଦୟରେ
ଜ : "ଜ"ଅର୍ଥେ ବିଷୁଣ, ପିତାମାତା,ତେଜଃ
ଅବର୍ଣ୍ଣନୀୟ ସେ ଗୁରୁ
ଦିବ୍ଯ ଦେହ ଧାରି ମୁକୁନ୍ଦ ମୁରାରୀ
ଅଟଳ ସେ ମହାମେରୁ
ଗ : "ଗ"ଅର୍ଥେ ଗଗନ ସଦା ସୀମାହିନ
ସର୍ବତ୍ର ସେ ବିଦ୍ୱମାନ
ଭକ୍ତ ପ୍ରେମେ ବନ୍ଧା ପ୍ରଭୁ ଭାବଗ୍ରାହୀ
ସଭିଙ୍କ ହୃଦେ ସ୍ପନ୍ଦନ
ନ୍ନା : "ନ୍ନା" ଅର୍ଥେ ନିରାକାର,ନୀରିହ,ନିର୍ମଳ
ସଦା ରହିଥାନ୍ତି ଚେଇଁ
ଥ : "ଥ"ଅର୍ଥେ ଭୟତ୍ରାତା,ରକ୍ଷଣକାରୀ
ରଖନ୍ତି ଘଣ୍ଟ ଘୋଡ଼ାଇ
-------×-------
କଳମ୍ବ/ଗଞ୍ଜାମ
No comments:
Post a Comment