ଗାନ୍ଧୀଙ୍କ ଶିକ୍ଷାନୀତି
✍ ସନ୍ତୋଷ ପଟ୍ଟନାୟକ
1869ମସିହା ଅକ୍ଟୋବର ଦୁଇ ତାରିଖରେ ରେ
ଗୁଜୁରାଟ ପୋର ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।
ପ୍ରକୃତ ନାମ ଥିଲା ମୋହନ ଦାସ । ପିତା - କରମ ଚାନ୍ଦ ଗାନ୍ଧୀ ଓ ମାତା - ପୁତୁଲ ବାଈଙ୍କ କୋଳ ମଣ୍ଡନ କରିଥିଲେ ସେ ।
ବୃତ୍ତିଗତ ଭାବେ ସେ ଜଣେ ଦକ୍ଷ ଓକିଲ ଥିଲେ ।
ଭାରତୀୟ ଜୀବନ ଶୈଳୀକୁ ପାଶ୍ଚାତ ଜନମାନସ ହତାଦର କରୁଥିବାର ସେ ହୃଦୟଙ୍ଗମ କରିଥିଲେ । ବର୍ଣ୍ଣବୈଷମ ଶିକାର ହୋଇ ସେ ବାରମ୍ବାର ହୀନିମାନ ହେଇଥିଲେ ନିଜ ଜୀବନରେ ଏବଂ ତାର ସମାଧାନ ପାଇଁ ଚିନ୍ତା ବି କରୁଥିଲେ ।
ଅନେକ ଘାତ-ପ୍ରତିଘାତ ଅତିକ୍ରମ କରିବା ପରେ ସେ, ବୁଝିଥିଲେ ଗୋରା ବେପାରୀଙ୍କର ଚକ୍ରାନ୍ତରେ ଆର୍ଯ୍ୟାବର୍ତ୍ତର ଭାରତୀୟ
ଶିକ୍ଷାନୀତି ସମ୍ପୂର୍ଣ୍ଣ ପ୍ରଭାବିତ । ସେତେବେଳେ ଶିକ୍ଷାନୀତିକୁ କେବଳ
ଗୋରା ବେପାରୀଙ୍କ କିଛିଟା କିରାଣୀ ପ୍ରସ୍ତୁତ କରୁଥିଲେ । ଉପଯୁକ୍ତ ଶିକ୍ଷା ନୀତିର ଅଭାବ ଗାନ୍ଧୀ ହୃଦୟଙ୍ଗମ କରିପାରିଥିଲେ ।
ଇଂରେଜ ମାନଙ୍କର ଚାଟୁକାର ପ୍ରସ୍ତୁତ କରୁଥିବା ଶିକ୍ଷା ବ୍ୟବସ୍ଥାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟାରେ ଲାଗିପଡିଥିଲେ ସେ ।
ବାରମ୍ବାର ଅପମାନିତ ହତାଦର ହେବା ପରେ ମହାତ୍ମା ଗାନ୍ଧୀ ବୁଝି ସାରିଥିଲେ ଭାରତୀୟ ଦୁର୍ଦ୍ଦଶାର ନିରାକରଣ କେବଳ ଉପଯୁକ୍ତ ଶିକ୍ଷାନୀତି ପ୍ରଣୟନରେ ସମ୍ଭବ ହୋଇ ପାରିବ ।
ତେଣୁ ସେ ନିଜ ପ୍ରଚେଷ୍ଟାରେ କିଛି ନୀତି ପ୍ରସ୍ତୁତ କଲେ । ସେଗୁଡିକୁ ତିନି ଭାଗରେ ବିଭକ୍ତ କରାଗଲା । ଯଥା -
ପ୍ରାକୃତିକବାଦ, ଆଦର୍ଶବାଦ, ଓ ପ୍ରୟୋଜନବାଦ ।
ପ୍ରାକୃତିକବାଦ ହେଲା , ଯାହାକି ଛାତ୍ର ଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣର ବିକାଶ ହେବ ।
ଆଦର୍ଶବାଦ ହେଲା , ଶିକ୍ଷାଦ୍ୱାରା ମାନବର ଅନ୍ତର୍ନିହିତ ଲକ୍ଷ ବୋଧ ବିକାଶ କରିବା ।
ପ୍ରୟୋଜନ ବାଦ ହେଲା , ଶିକ୍ଷାପ୍ରାପ୍ତ କରିବା ଦ୍ୱାରା ମଣିଷ ଜୀବିକା ଉପାର୍ଜନ କରିପାରିବ ।
ଆସନ୍ନ ଲକ୍ଷ୍ୟ ଓ ପ୍ରକୃତ ଲକ୍ଷ୍ୟ ଦୁଇଟି ଶିକ୍ଷାକୁ ପ୍ରାଧାନ୍ୟ ଦେଇ , ଜୀବିକା ଉପାର୍ଜନ ପାଇଁ ସେ ଅରଟ ଶିକ୍ଷା ବା ଲୁଗାବୁଣା କୌଶଳକୁ ପ୍ରାଧାନ୍ୟ ଦେଇଥିଲେ। "କୁଟି ଖାଅ କାଟି ପିନ୍ଧ " ଏ' ଥିଲା ତାଙ୍କ ଆହ୍ବାନ। କୌଶଳ କଳା ସସ୍କୃତି ପ୍ରତି ରୁଚିବର୍ଦ୍ଧନ ବଢେଇବା ପାଇଁ ମଧ୍ୟ ଶିକ୍ଷା ଜରୁରୀ । ଶିକ୍ଷା ପ୍ରାପ୍ତି ଦ୍ୱାରା ହୃଦୟରେ ଦେବତ୍ୱର ବିକାଶ କରାଇବା । ଏହା ମଧ୍ୟ ଥିଲା ମହାତ୍ମା ଗାନ୍ଧୀଙ୍କ ମହାନ ଆଦର୍ଶ ଶିକ୍ଷାନୀତି ।
ଆଜିର ସ୍ବାଧୀନ ଭାରତ ଏହା ଗ୍ରହଣ କରିଛି ସତ କିନ୍ତୁ ଶତ ପ୍ରତିଶତ ଫଳପ୍ରଦ ହେଇନାହିଁ କାରଣ ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ସ୍ବର୍ଶରେ ଆମ ଶିକ୍ଷାନୀତି ପ୍ରଭାବିତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଯଦି ମହାତ୍ମାଗାନ୍ଧୀଙ୍କ ସେଇ ନୀତି ଆଜି ସମ୍ପୂର୍ଣ୍ଣ ଭାବେ ପାଳିତ ହେଉଥାନ୍ତା ହୁଏତ ଆଜି ବେକାରି ସମସ୍ୟା ନଥାନ୍ତା।
ସେ ଯାହାବି ହେଉ ଗାନ୍ଧୀଙ୍କ ଶିକ୍ଷାନୀତି ଏକ ଆଦର୍ଶ ନୀତି ଥିଲା । ସେଥିପାଇଁ ସେ "ମହତ ଆତ୍ମା ମହାତ୍ମା" ।
----------×-----------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା ,ଗଞ୍ଜାମ ।
798 425 9080
No comments:
Post a Comment