Sunday, December 6, 2020

■ ତୁମେ ମନେପଡ଼ ■

ଅଗ୍ନୀକୁ ସାକ୍ଷୀ ରଖି ଦେଇଥିଲି ସିନ୍ଦୁର 
ସିନ୍ଥିର ଓଢଣୀ ଉହାଡରେ 
ନାଲି ନାଲି ଓଠର ମଧୁର ଆବାଜରେ 
ଭରି ଦେଇଥିଲ ଅଶେଷ ସ୍ନେହ ମମତା ....
                        ଝୁମ ଝୁମ ପାଉଁଜି ସ୍ଵନରେ 
                        ନାଲି ଟୁକୁଟୁକୁ ସାଧବବୋହୁ ପରି 
                         ବାଣ୍ଟିଥିଲ ମଧୁରତା 
                         ଦୀର୍ଘ ଦିନ ଅତିବାହିତ ଘଟଣା କ୍ରମରେ
                          କେବେ ରାଗ-ୠଷା କେବେ ଅଭିମାନ 
                          ତଥାପି କଣ୍ଟକ ନଥିଲା ଜୀବନ ପଥରେ
                          ସଂସାର ଵିପଣୀରେ ବାଣ୍ଟିଥିଲ ଉଦାରତା ....
ସେ ସବୁ ଆଜି ନିଷ୍ପ୍ରଭ ତୁମ ଅନୁପସ୍ଥିତରେ 
ପ୍ରଭାହୀନ ଶ୍ରଦ୍ଧାହୀନ ଆମ ଦାଣ୍ଡ ଅଗଣା 
ଖାଁ ଖାଁ ଶୂନଶାନ ଲାଗେ ସମୟର ବିଡମ୍ବନାରେ
କେତେବେଳେ ନିକଟରେ ତ କେତେବେଳେ 
ନିଝୁମ ରାତିର କଳା ବାଦଲରେ 
ଲୁଚକାଳି ଖେଳ ଦୂର ପ୍ରାନ୍ତରରେ ଆଉ 
କେତେବେଳେ ନିକଟରେ ସାନିଗ୍ଧ ନାହିଁ ଯଦି କି ହେବ ସେ ମରୀଚିକାରେ ! ....
                     ଦୀର୍ଘ ଦିନର ନୀରବତା ପରେ
ସ୍ୱପ୍ନରେ ଦେଖେ ତୁମରି ଛବି ଅବଚେତନାର ମାନସରେ ,,,,
ଆଜି ଦେଖା ଦେଖାଦେଲ ଅତୀତର ସ୍ମୁତି ଭାରାକ୍ରାନ୍ତ କରି ଅସ୍ତାଚଳ ଏଇ ଦିଗବଳୟରେ ...... 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...