#ପ୍ରଥମ_ଓଡ଼ିଆ_ଦୈନିକ_ସମ୍ବାଦପତ୍ର_ଆଶା
----------------- ( ● ତଥ୍ୟ- ଡଃ ଅନନ୍ତରାମ କର )
■ 1913 ଏପ୍ରିଲ 13 ତାରିଖ ଦିନ ଶ୍ରୀ ଶଶିଭୂଷଣ ରଥ ଙ୍କ ସମ୍ପାଦନା ରେ ବ୍ରହ୍ମପୁର ରୁ- ଆଶା- ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ ପାଇଥିଲା।
■ ଏଥିପୂର୍ବରୁ କଟକରୁ ଶ୍ରୀ ଗୈ।ରୀଶଙ୍କର ରାୟଙ୍କ ସମ୍ପାଦନା ରେ 1866-1936 ଯାଏଁ ଉତ୍କଳ ଦୀପିକା ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ ପାଉଥିଲା।
■ ଆଶା ପତ୍ରିକା ରେ ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାଶ, ଗୋଦାବରୀଶ ମିଶ୍ର ଆଦି ସତ୍ୟବାଦୀ ସତୀର୍ଥ ବୃନ୍ଦ ସାମ୍ବାଦିକତା ର ଖଡ଼ି ପାଠ ଆରମ୍ଭ କରିଥିଲେ।
■ ଆଶା ପ୍ରେସ୍ ରୁ 1915 ମସିହାରେ ଶ୍ରୀ ଗୋପବନ୍ଧୁଙ୍କ ସତ୍ୟବାଦୀ ମାସିକ ସାହିତ୍ୟ ପତ୍ରିକା ପ୍ରକାଶ ପାଇଥିଲା।
■ 1917 ମସିହାରେ ଶଶିଭୂଷଣ ରଥ ଙ୍କ ସମ୍ପାଦନା ରେ ଆଶା ପ୍ରେସ୍ ରୁ ମାସିକ ସାହିତ୍ୟ ପତ୍ରିକା ପ୍ରଦୀପ ପ୍ରକାଶ ପାଇଥିଲା।
■ 1922 ରେ ଶଶିଭୂଷଣ ଙ୍କ ସମ୍ପାଦନା ରେ ଆଶା ପ୍ରେସ୍ ରୁ East coast ନାମକ ସାପ୍ତାହିକ ଇଂରାଜୀ ପତ୍ରିକା ପ୍ରକାଶ ପାଇଥିଲା, ପଣ୍ଡିତ ଗୋଦାବରୀଶ ମିଶ୍ର ଏଥିରେ ସହସମ୍ପାଦକ ଥିଲେ।
■ 1928 ଏପ୍ରିଲ୍ 13 ତାରିଖ ରୁ ସାପ୍ତାହିକ ଆଶା ଦୈନିକ ଆଶା ହେଲା।
■ 1933 ମେ 5 ତାରିଖରୁ ଆଶା ପ୍ରେସ୍ ରୁ New Orissa ନାମକ ଓଡ଼ିଶାର ପ୍ରଥମ ଦୈନିକ ଇଂରାଜୀ ଖବରକାଗଜ ଶଶିଭୂଷଣ ଙ୍କ ସମ୍ପାଦନା ରେ ପ୍ରକାଶ ପାଇଥିଲା।
■ 1938 ମାର୍ଚ୍ଚ 12 ତାରିଖ ରେ ଶ୍ରୀ ଗୋଦାବରୀଶ ମହାପାତ୍ର ଙ୍କ ନିଆଁଖୁଣ୍ଟା ଆଶା ପ୍ରେସ୍ ରୁ ପ୍ରକାଶ ପାଇଥିଲା, ସେତେବେଳେ ଗୋଦାବରୀଶ ମହାପାତ୍ର ବ୍ରହ୍ମପୁର ବାବାଜୀ ତୋଟା ସାହିରେ ଭଡ଼ାଘରେ ରହୁଥିଲେ।
■ ଏହାପରେ ବ୍ରହ୍ମପୁର ପରିବର୍ତ୍ତେ ଦୈନନ୍ଦିନ ଆଶା କିଛି ବର୍ଷ କଟକ ରୁ ପ୍ରକାଶ ପାଇଥିଲା,1943 March19 ଶଶିଭୂଷଣଙ୍କ ମୃତ୍ୟୁ ପରେ ମଧ୍ୟ 1951 ମସିହା ପର୍ଯ୍ୟନ୍ତ ଆଶା ପ୍ରକାଶ ପାଇ ବନ୍ଦ ହୋଇଗଲା।
■ ଆଶା ର ଦୁଇ ସହ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀ ମହେନ୍ଦ୍ର ପଟ୍ଟନାୟକ ପୁନଶ୍ଚ କିଛି ବର୍ଷ ସାପ୍ତାହିକ ଆଶା ବ୍ରହ୍ମପୁର ରୁ ପ୍ରକାଶ କରିଥିଲେ।
■ 1982 February 10 ତାରିଖ ରେ ବ୍ରହ୍ମପୁର ର ଶ୍ରୀ ବୃନ୍ଦାବନ ନାୟକ ପୁନର୍ବାର ଦୈନିକ ଆଶା ପ୍ରକାଶ କଲେ।
■ ଆଶା ପତ୍ରିକା ଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖପାତ୍ର, ଏଥିରେ ଶ୍ରୀ ଶଶିଭୂଷଣ ରଥ, ଶ୍ରୀହର୍ଷ ମିଶ୍ର, ଚନ୍ଦ୍ର ଶେଖର ମହାପାତ୍ର ଏବଂ ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ସମ୍ପାଦକ ପଦ ତୁଲାଇଛନ୍ତି, ଆଶା ପତ୍ରିକା ଥିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମାଜ ପତ୍ରିକା ର ଜନନୀ।
ଫଟୋ-ଇ.ବିଷ୍ଣମୋହନ ଅଧିକାରୀ, ପାରଳାଖେମୁଣ୍ଡି
■ ତଥ୍ୟ- ଡଃ ଅନନ୍ତରାମ କର କୈାଣ୍ଡିନ୍ୟ ନିମଖଣ୍ଡି ପେଣ୍ଠ, ଭୀଷ୍ମଗିରି, ଗଂଜାମ।
No comments:
Post a Comment