Thursday, December 10, 2020

■ବୋଇତ ବନ୍ଦାଣ ଉପଲକ୍ଷେ-ପ୍ରାଚୀନ ଗୋପାଳପୁର ବନ୍ଦର

           -- ( ତଥ୍ୟ- ଡଃ ଅନନ୍ତରାମ କର)

■ ବୋଇତ ବନ୍ଦାଣ ଉପଲକ୍ଷେ -
 ପ୍ରାଚୀନ ଗୋପାଳପୁର ବନ୍ଦର
------------------- ( ତଥ୍ୟ- ଡଃ ଅନନ୍ତରାମ କର)
 ଗୋପାଳପୁର ଏକ ପ୍ରାଚୀନ ବନ୍ଦର,1810 ମସିହାରେ ଏହା ପୂର୍ବ ଉପକୂଳ ର ପ୍ରମୁଖ ବନ୍ଦର ର ମାନ୍ୟତା ପାଇଲା।
■ ସେତେବେଳେ ଗଂଜାମ ଉପକୂଳରେ ଗଞ୍ଜା, ଗୋପାଳପୁର, ସୋନପୁର,ବାରୁଆ,ପୁଣ୍ଡି,ବାବନପାଡୁ,କଳିଙ୍ଗପାଟଣା ଆଦି 7 ଗୋଟି ବନ୍ଦର କାର୍ଯ୍ୟକ୍ଷମ ଥିଲା।
■ ଗୋପାଳପୁର ର ପୂର୍ବ ନାମ ମନସୁର୍ କୋଟା, ବ୍ରହ୍ମପୁର ର ଜନୈକ ସଉଦାଗର ଏଠାରେ ଶ୍ରୀ ଗୋପାଳ ସ୍ଵାମୀ ଙ୍କ ମନ୍ଦିର ପ୍ରତିଷ୍ଠା କରିବା ପରେ ଏହା ଗୋପାଳ ପୁର ହେଲା।
■ ଗୋପାଳପୁର ସମୁଦ୍ର କୂଳରେ 20 ଫୁଟ ଉଚ୍ଚତା ବିଶିଷ୍ଟ ବତୀଘର, ଅନେକ ଗୋଦାମ ଘର ଥିଲା, କାରଣ ଏହି ବନ୍ଦର ସେ କାଳରେ ଏକ ଆନ୍ତର୍ଜାତିକ ବନ୍ଦର ଥିଲା।
■ ଏଠାରୁ ଇଂଲଣ୍ଡ, ଆମେରିକା,ହଲାଣ୍ଡ,,ମାନ୍ଦ୍ରାଜ, କଲିକତା କୁ ଜାହାଜ ଯାଉଥିଲା,
■ ଗୋପାଳପୁର ରୁ ରେଙ୍ଗୁନ୍- ମିଆମାର- କୁ ପ୍ରତି ସପ୍ତାହରେ ଦୁଇଟି ଯାତ୍ରୀବାହୀ ଜାହାଜ ଚାଲୁଥିଲା।
■ ଏଠାରେ British India steam navigation company,Sindheya steam navigation company ସମଗ୍ର ବେପାର କରୁଥିଲେ।
■ ଏଠାରେ M.S‌ Simpson Brother's, Stepson and Nixon and co, Willson and co, ମହମ୍ମଦ ଆବି ଅଲ୍ଲୀ,କେ .ସି କାଶୀ ସୁବୁଦ୍ଧି, ଏଲ୍.ଚନ୍ଦ୍ରରାଜୁ,କେ.,ନାଗେୟା ରେଡ୍ଡୀ,ଙ୍କ ଜାହାଜୀ କାରବାର ଏଠି ଚାଲିଥିଲା।
■ ଆସିକା ଚିନିକଳ ର ମାଲିକ ଏଫ୍. ଜେ. ଭି ମିନଚନ୍ ଥିଲେ ଏହି ବନ୍ଦର ର ପ୍ରଥମ ବ୍ୟବସାୟୀ।
1910 ମସିହାରେ ଏଠି 5 ଲକ୍ଷ,66 ହଜାର 801 ଟଙ୍କାର କାରବାର ହୋଇଥିଲା, ଯାହା ଆଜିର ଦରରେ 500 କୋଟି ରୁ ଅଧିକ।
■ 1895 ମସିହାରେ ବ୍ରହ୍ମପୁର କୁ ରେଳଗାଡ଼ି ଆସିଲା, ତଥାପି 1930 ମସିହା ପର୍ଯ୍ୟନ୍ତ ଗୋପାଳ ପୁର ବନ୍ଦର ଥିଲା ମାଲ୍ ପରିବହନ ର ମୁଖ୍ୟ ପଥ।
■ ଏହି ବନ୍ଦର ରୁ ବିଦେଶକୁ ଚାଉଳ,ଚିନି,ତେଲ,ମଦ, ଡାଲି, ଲୁଗା, ନୀଳ, ମସଲା, ଧୂଆଁପତ୍ର,ଶିଙ୍ଗ, ଘୁଷୁରୀ, ଛେଳି ଆଦି ରପ୍ତାନି ହେଉଥିଲା
■ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ,1945 ମସିହାରେ ଗୋପାଳପୁର ବନ୍ଦର ଉପରେ ଜାପାନ ବାରମ୍ବାର ବୋମାମାଡ କରିଥିଲା, ଏଣୁ ବ୍ରିଟିଶ ପ୍ରଶାସନ ଏହି ବନ୍ଦର କୁ ବନ୍ଦ କରିଦେଲେ।
■ ଗୋପାଳପୁର ଏକ ପ୍ରସିଦ୍ଧ ବନ୍ଦର ଏବଂ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ଏଠାରେ ଆନ୍ତର୍ଜାତିକ ହୋଟେଲ, ଏବଂ ନେପାଳ, କାଶ୍ମୀର,ଗୋଆଲିଅର, ମହୀଶୂର, ବେଙ୍ଗାଲ୍, ମଧ୍ୟଭାରତୀୟ, ରାଜା ମହାରାଜା ଙ୍କ ପେଲେସ୍, ବଙ୍ଗଳା ଆଦି ରହିଥିଲା।
■ ଅନେକ ବିଦେଶୀ ଙ୍କ ବଙ୍ଗଳା ମଧ୍ୟ ଥିଲା,ସେ ସବୁ ର ଅବଶେଷ ‌ଆଜି ବି ରହିଛି।
■ ମୋ ଜେଜେବାପା ଶ୍ରୀ ନିତ୍ୟାନନ୍ଦ କର,ମିଆମାର ର ତେଲ କଂପାନୀ ରେ କାର୍ଯ୍ୟ କରୁ ଥିଲେ ଏବଂ ଗୋପାଳପୁରର ବନ୍ଦର ର ଟିକେଟ ବେଭାରୀ କାମ କରୁଥିଲେ, ଜେଜେ ବାପାଙ୍କ ଠାରୁ ଅନେକ ତଥ୍ୟ ମିଳିଥିଲା

● ଫଟୋ-ବିଷ୍ଣ ମୋହନ ଅଧିକାରୀ, ପାରଳାଖେମୁଣ୍ଡି
ତଥ୍ୟ- ଡଃ ଅନନ୍ତରାମ କର କୈାଣ୍ଡିନ୍ୟ, ନିମଖଣ୍ଡି ପେଣ୍ଠ, ଭୀଷ୍ମଗିରି, ଗଂଜାମ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...