Friday, December 11, 2020

■ କାର୍ତ୍ତିକ ମାହାତ୍ମ୍ଯ ■

କାର୍ତ୍ତିକ ମାହାତ୍ମ୍ଯ
             - ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ 


କାର୍ତ୍ତିକ ଆଣଇ ଭକତି ନୈବେଦ୍ୟ
        ମନରେ ଭରି ପବିତ୍ର 
  ଧର୍ମ ଅରଜନ ମାର୍ଗକୁ ଦେଖାଇ 
        ଚେତନା କରେ ଜାଗ୍ରତ
         
ମାସ ମଧ୍ୟେ ସାର କାର୍ତ୍ତିକ ଅଟଇ 
          ନାରଦ ପୁରାଣ ମତ 
  କାର୍ତ୍ତିକ ଅଟଇ ବିଷ୍ଣୁଙ୍କର ପ୍ରିୟ 
          ବ୍ରହ୍ମାଙ୍କ ମୁଖେ ବିଦିତ

ରାଧା ଦାମୋଦର ପୂଜନ୍ତି ଉତ୍କଳୀ 
          ଧର୍ମ ଅରଜନ ପାଇଁ  
  ହବିଷ୍ୟ ଅର୍ଣ୍ଣରେ ଉଦର ପୁରାନ୍ତି 
          ବିଷ୍ଣୁ ନାମ ମନେ ଧ୍ୟାଇ

ପିତୃପୁରୁଷଙ୍କ ପିଣ୍ଡ ଦାନ ପାଇଁ 
      ପୟାଶ୍ରାଦ୍ଧ ମାସ ଏଇ 
ପ୍ରଦୀପ ଶିଖାର ଆଲୋକ ଧାରେ 
       ଆଶିଷ ବରଷା ପାଇଁ 

କାର୍ତ୍ତିକ ପୂର୍ଣ୍ଣିମା  ବୋଇତ ବନ୍ଦାଣ 
        ପୂର୍ବଜଙ୍କ ସୌର୍ଯ୍ୟ ଗୁଣି 
 ଅତୀତ ସ୍ମୃତିକୁ ଉଜ୍ଜୀବିତ କରେ 
         କାର୍ତ୍ତିକ ପରଶ-ମଣି

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...