ଆତ୍ମ ଗୋପନ
✍ ଉପେନ୍ଦ୍ର କୁମାର ବସ୍ତିଆ
********************
ଯିବି ଯିବି ବୋଲି ଆଜିଯାଏ
ଯାଇ ପାରିଲି ନାହିଁ କହିବି
କହିବି ବୋଲି କିଛି ମନଖୋଲି
ହେଲେ କହିବି ପାରିଲି ନାହିଁ ।
କଣ କରିବି ମୁଁ ସକାଳରୁ ରାତି
ଦଶଟା ପାର୍ଯ୍ୟନ୍ତ କାମ ଆଉ କାମ।
କାମର ବୋଝ ମୁଣ୍ଡାଇ ମୁଣ୍ଡାଇ ,
ସମୟର ସହ ତାଳ ଦେଇ ଦେଇ
ମୋର ଶରୀର କ୍ଳାନ୍ତ ଆଉ ମନ ଭାରକ୍ରାନ୍ତ।
ଆଉ କଣ ସେ ଦିନ ,ଅଛି ଯେ
ଦିନ ଆମେ ମନ ଖୋଲି କଥା
ହେଉ ଥିଲେ ।ତୁମେ ନ ଡାକିଲେ
ବି ମୁଁ ଚାଲି ଯାଇଥିଲି ତୁମ
ପାଖକୁ ଆଉ ତୁମେ ଯାଅ ଯାଅ
ବୋଲି ଯେତେ କହିଲେ
ମୁଁ ଘରକୁ ମନ ବଲାଉ ନ ଥିଲି ।
ଆଜି ତୁମେ ଅନୁରୋଧ କଲେବି
ମୁଁ ଆନମନା ନୁହେଁ, ମୋ ସୁଖ ଦୁଃଖ
ପ୍ରକାଶ କରିବାକୁ ମୋର ସରାଳତା ପଣ ନାହିଁ ।
ଏବେ ଜୀବନ ଖୁବ୍ ମାପ ଚୁପ୍
ନିଜର ସୀମା ସରହାଦଭିତରେ।
ଢେଉ ଢେଉକା ଖେଳ ଆଜି ,
ସାମାଜିକ ଶୃଙ୍ଖଳାର ଗଣ୍ଡି ଭିତରେ ।
ଆଉ ଲକ୍ଷଣ ରେଖା ଡେଇଁ
ଯିବାର ଅପଚେଷ୍ଟା ନାହିଁ ବରଂ ମୁଁ
ନିଜ ଭିତରେ ଆତ୍ମ ଗୋପନ କରି ଗଲେ
ପୃଥିବୀ ଲାଗିବ ବେଶ ନିରାପଦ ।
9692341388
No comments:
Post a Comment