Saturday, December 12, 2020

■ଏଇ ତ ଜୀବନ ■ ✍ ଉପେନ୍ଦ୍ର କୁମାର ବସ୍ତିଆ

ଫଗୁଣ ମଳୟେ ସପନ ଦେଖୁଛି 
ଜୋଛନା ପରାଣେ ସତ୍ତା ଖୋଜୁଅଛି 
ସତେକି ତହିଁରୁ ମିଠା ଝରୁଅଛି 
ମମତାରେ ହଜି ଉଡିସେ ବୁଲୁଛି 
ଫଗୁଣ ମଳୟେ ସପନ ଦେଖୁଛି ll

ଆପଣା ରୁଚିର ତୋଷରେ ମାତିଛି 
ସ୍ତର କି ଅସ୍ତର ସବୁସେ ଭୁଲୁଛି 
କ୍ଷୀର ବଦଳରେ ଗରଳ ପିଉଛି 
ସ୍ୱାର୍ଥ ଜୁଆଖେଳେ ଦାନା ସେ ବାନ୍ଧିଛି 
ଫଗୁଣ ମଳୟେ ସପନ ଦେଖୁଛି ll

ନିଜକୁ ରଙ୍ଗୀନ ସଜାଇ ହେଉଛି 
ଧର୍ମର ପୋଷାକ ପିଶାଚ ସାଜିଛି 
ଅନ୍ୟକୁ ଶୋଷଣେ କଷଣ ଦେଉଛି 
ପ୍ରଭୁତ୍ୱ ବିସ୍ତାରି ଆମୋଦ କରୁଛି 
ଫଗୁଣ ମଳୟେ ସପନ ଦେଖୁଛି ll

ଭୁଲାଇ ଭଣ୍ଡାଇ ବାଟ ଚାଲୁଅଛି 
ସମ୍ନାନ ବାଜିରେ ହୃଦୟ ଢାଳୁଛି 
ରଙ୍ଗ ଛିଟା ମାରି ନାଟକ କରୁଛି 
କଂସ ପରି ସୁଖଭୋଗରେ ମାତୁଛି 
ଫଗୁଣ ମଳୟେ ସପନ ଦେଖୁଛି ll

ନିଜକୁ ଚତୁର ଦେଖାଇ ହେଉଛି 
ଯାହାସେ ଭାବୁଛି ଠିକ ଭାବୁଛି 
ଯାହାସେ କରୁଛି ଠିକ କରୁଛି 
ନିଜ କୁରାଢ଼ୀ ଗୋଡ଼ରେ ମାରୁଛି 
ଫଗୁଣ ମଳୟେ ସପନ ଦେଖୁଛି ll

ବିରାଡି ବୈର୍ଣ୍ଣବ ସାଜି ସେ ବୁଲୁଛି  
ଢକ ଢକ ହୋଇ କ୍ଷୀର ପିଇ ଯାଉଛି 
ଭାବୁଛି ମନରେ କେହି ନ ଦେଖୁଛି 
        ହେଲେ ••••
ଆତ୍ମା ପୁକାରୁଛି କେ ଜଣେ ଦେଖୁଛି 
ଫଗୁଣ ମଳୟେ ସପନ ଦେଖୁଛି ll

   ✍ ଉପେନ୍ଦ୍ର କୁମାର ବସ୍ତିଆ ,ରାଉଲକେଲା 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...