Thursday, December 17, 2020

ସମର୍ପଣ ( topic - 83 ସଂକିର୍ତ୍ତନ ) quote #quot



ନିରାଶେ ନିମଗ୍ନ ହୁଅ ନାହିଁ ଜନ
    ସମସ୍ଯାରେ ସମାଧାନ
ଭାଗ୍ୟ ଯଦି ବାମ ଭଜ କୃଷ୍ଣ ରାମ
      ମାଧ୍ୟମରେ ସଂକିର୍ତ୍ତନ
ଏହି ଭକ୍ତି ରସ ପ୍ରଭୁ ମନ ତୋଷ
      ଜନ୍ମ ମୃତ୍ୟୁ ହେବ ପାର
ବାକି ଯାହା ଧନ ଦଲକେ ପବନ
      ଅପଚେଷ୍ଟା ପାଣି ଗାର
             - ଦାଶରଥି ସାହୁ

କଳିର କରାଳେ କର ସଂକିର୍ତ୍ତନ
       ତୁଣ୍ଡେ ରହୁ ପ୍ରଭୁ ନାମ 
ସକାଳରୁ ସଂଞ୍ଜ ଭଜ ହରିନାମ
     ହରେ କୃଷ୍ଣ ହରେ ରାମ 
ସକଳ ଜଞ୍ଜାଳୁ ମିଳିଯିବ ମୁକ୍ତି
       ମିଳିବରେ ସନମାନ 
ଶତୃ,ମିତ୍ର ଯଦି ହୋଇବେ ଏକାଠି
       ରହିବନି ଅଭିମାନ 
                ‐ ରାଧା କୃଷ୍ଣ ବାୟକ

ସଂକିର୍ତ୍ତନୁ ଝରେ ଭକ୍ତି ରସାମୃତ 
    ସଭିଏଁ କର ହେ ପାନ 
ନିରାଶା ଜୀବନେ ଆଶା ସଂଚରଇ 
     ସେବାବ୍ରତୀ ହୁଏ ମନ 
ଜଞ୍ଜାଳମୟ ଏ  ପାର୍ଥିବ ଜୀବନେ 
     କରନାହିଁ ଅଭିମାନ 
ବିଭୁ କୃପା ଲଭି ଆପେ ହୋଇଯିବ 
    ସମସ୍ୟାର ସମାଧାନ 
             - ରାମ ଚନ୍ଦ୍ର ପ୍ରଧାନ

ଭଗବତ୍ ନାମ ସମୂହ କିର୍ତ୍ତନ 
      ଜଞ୍ଜାଳର ମୁକ୍ତି ମାର୍ଗ 
ଭବ ସାଗରରୁ ପାରି ପାଇଁ ଲୋଡ଼ା
       ଭକତି ରୂପକ ନାବ 
ବୋଲ ମନ ହରେ କୃଷ୍ଣ ହରେ ରାମ 
       ନଥିଲେ ନଥାଉ ଝାଞ୍ଜ 
ସେଇ ଏକା ଆମ ଜୀବନ ସମ୍ପତ୍ତି 
           ମୁକତିର ମହାଯଜ୍ଞ 
            - ସନ୍ତୋଷ ପଟ୍ଟନାୟକ

ଏ'କଳି ଯୁଗରେ ସଂକିର୍ତ୍ତନ ସାର
      ଭଜ ହରେ କୃଷ୍ଣ ରାମ
ଇଶ୍ବର ଚରଣେ   ନିଜ ଜୀବନକୁ
       କର ସଦା ସମର୍ପଣ 
ସମର୍ପଣ ଭାବ ଦେଖି ନାରାୟଣ 
       ଫେଡିବେ ଦୁଃଖ କଷଣ 
ସୁଖ ସୌଭାଗ୍ଯରେ ଜୀବନ ବିତିବ
          ସବୁ ରାତି ସବୁ ଦିନ
           - ଜଗବନ୍ଧୁ ସାହୁ

କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣେ ମାନବ 
     ଶୁଦ୍ଧ ହୁଏ କର୍ଣ୍ଣ ତାର 
ମୁକତି ଲଭଇ ଭବ ସାଗରରୁ 
    ପିଣ୍ଡୁ ପ୍ରାଣ ହେଲେ ଦୂର 
ତେଜି ତାମସିକ ଆହାର ଆବର 
    ସଂକୀର୍ତ୍ତନେ ଦେଲେ ମତି 
ସଫଳ ହୁଅଇ ମାନବ ଜୀବନ 
     ମିଳେ ମାନସିକ ତୃପ୍ତି 
                - ଟୁକୁନା ସାହୁ 

ଆରେ ବାଇମନ କର ସଂକିର୍ତ୍ତନ 
 ସଂସାର ଜଞ୍ଜାଳୁ ହୋଇତୁ ମୁକ୍ତି
ସଂକିର୍ତ୍ତନେ ଅଛି ଆତ୍ମତୃପ୍ତି ଭରି
ସଂକିର୍ତ୍ତନେ ମିଳେ ଅପୂର୍ବ ଶାନ୍ତି 
ଏ କଳି ଯୁଗରେ ମହି ମଣ୍ଡଳରେ
ସଂକିର୍ତ୍ତନ ଶ୍ରେଷ୍ଠ ମହୋଔଷଧି
ନାମ ସଂକିର୍ତ୍ତନ ସୁସ୍ଥ ମନ ପ୍ରାଣ
ଅପସରି ଯିବ ସକଳ ବ୍ୟାଧି 
              - ପ୍ରବୀର ମଲ୍ଲିକ୍

ସଞ୍ଜ ଓ ସକାଳେ ମନକୁ ହକାଳେ
      ଭକତି ସାଗରେ ବୁଡି
ନାମ ସଂକୀର୍ତ୍ତନେ ମନକୁ ହଜାରେ
       ଯିବୁ ନାହିଁ ପଥ ହୁଡି
ହାତରେ ଖଞ୍ଜଣୀ ନ ଥାଉରେ ମଣି
        ହୃଦ ଜପୁ ହରି ନାମ
ଏହି ନାମ ରସ ଶକ୍ତି ଯୋଗାଇବ 
       ଯିବାକୁ ବୈକୁଣ୍ଠଧାମ
               - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...