Thursday, December 17, 2020

■ ଜନନୀ ମୋ ଜନ୍ମଭୂମି ■ ✍ ଉପେନ୍ଦ୍ର କୁମାର ବସ୍ତିଆ


        ✍ ଉପେନ୍ଦ୍ର ବସ୍ତିଆ 
         ~~~~~୦~~~~~
କର୍ମବଳ ନେଇ ମଣିଷ ଜନମ 
ବିଧି ବିଧାନେ ଆତଯାତ ଭୂବନ
ଧନ୍ୟ ବିଧାତା ତୁମ୍ଭେ ହୋଇଲ ପ୍ରୀତ
ଜନନୀ ଜଠରୁ ମୁଁ'ହୋଇଲି ଜାତ  ।।

ପଡ଼ିଲି ଯେବେ ବସୁଧାର କୋଳେ 
ଆଦରି ନେଲା ସେ'ଉଷତ ଚଞ୍ଚଳେ
ପଦାଘାତ କଲି ମୁଁ' ଅଧମ ଚିତ୍ତେ 
ସହିଲା ସେହୁ ବକ୍ଷ ପ୍ରସାରି କେତେ ।।

ଚାଲିଲି ତା'ବକ୍ଷର ସାହାରା ନେଇ 
ବଢିଲି ତା'ବୃକ୍ଷ ଫଳ ଆଦି ଖାଇ
ଏହି ମତେ ସେହୁ ଜନନୀ ମୋହର 
ତାହାରି ସେବାରେ ଜୀବନ ସମ୍ଭାର ।।

ଜନନୀ ଜନ୍ମଭୂମୀ ସ୍ବର୍ଗଠାରୁ ବଡ଼ 
କି'ବର୍ଣ୍ଣିବି ଅବା ଅଟେ ମୁହିଁ ମୂଢ 
ଧର୍ମକ୍ଷେତ୍ର ଏଇ ଉତ୍କଳ ଭୂବନ 
ଜନନୀ ସେହୁ ମୋର ଧନ୍ୟ ପରାଣ ।।

ଏହି ସେଇ ମୋର ଜନମଭୂମି
ଚୈତନ୍ୟ ଯହିଁ ଭକତି-ସରଣୀ
ପଦଧୈତ ପାଇଁ ପ୍ରବାହ ପ୍ଳାବିତ
ଋଷିକୁଲ୍ଯା ,ବ୍ରାହ୍ମଣୀ ,ବୈତରଣୀ ।।

ବାର ବାର ମଥାନତ ପ୍ରେମ ଭକ୍ତିଭରେ
ଜନନୀ ରବ ବିଭବ ଗୌରବରେ 
କୋଣାର୍କର ଶିଳା ଶିଳ୍ପ ରତ୍ନ ମୁଣି
ଉତ୍କଳ ଜନନୀ ମାଥେ ମଥାମଣି ।।

ଜନନୀ ସୁରକ୍ଷା ହୃଦେ ବାରେ ଘେନି
କର୍ତ୍ତବ୍ୟର ଧାରେ ଚଳୁ ମୋ' ଧମନି 
ଜନନୀ ଆଉ ଜନ୍ମଭୂମି ବେନି
ଘୋଡ଼ାଇ ରଖନ୍ତୁ ଆଶିଷ କାନି ।।

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...