ମଦମୃତ୍ୟୁ -- 93
ଶବ୍ଦ ଏ ଦନ୍ତ୍ଯ "ସ" ମରଣର ଫାସ
ଜାଣିଥିବେ ସର୍ବଜନେ
ଅଟଇ ସେ ସୁରା ଦୁଃଖର ପସରା
ଏହି ମରତ ଭୁବନେ
କଲିଜା ଜଳାଏ ନାନା କ୍ଷତି ଦିଏ
ଅବେଳେ କାଳର କୋଳେ
ଜାଗହେ ଜନତା କାହିଁ ନୀରବତା
ସମୟର ଅନ୍ତରାଳେ
- ଦାଶରଥି ସାହୁ
ଅଧୁନା ସମାଜେ ମଦମୃତ୍ୟୁ ହାର
ରଚୁଅଛି ବିଭୀଷିକା
ହସଖୁସି ସବୁ ଛଡ଼ାଇ ନେଉଛି
ହୃଦୟେ ଭରି ଛନକା
ବିଧବା ନାରୀର ସୀମାନ୍ତକୁ ଦେଖି
ଦୁଃଖେ ଫାଟି ପଡ଼େ ହିଆ
ମଦମୃତ୍ୟୁ ପାଇଁ ବେସାହାରା ଆଜି
ପୁଅକୁ ହରାଇ ମାଆ
ବେଳୁ ସାବଧାନ ସର୍ବେ ହୁଅ ଭାଇ
ପିଅନାହିଁ ଆଉ ମଦ
ସଭିଙ୍କ ମନରେ ଭରିଦିଅ ହସ
ତୁଟାଇ ସବୁ ବିବାଦ
-ରାମ ଚନ୍ଦ୍ର ପ୍ରଧାନ
ମ-ମଣିଷ ପଣିଆ ମନୁ ମରିଯାଏ
ମଦ କରିଲେ କେ'ପାନ
ମହମବତୀର ଆୟୁଷଟେ ହୁଏ
ସର୍ବେହୁଅ ସାବଧାନ
ଦ-ଦରିଦ୍ର କାଙ୍ଗାଳ ହୁଏ ସେ ମଣିଷ
ଦୁଃଖରେ କଟେ ତା' ଦିନ
ପରିବାରେ ସଦା ଅଶାନ୍ତି ବଢାଇ
ଶେଷରେ ହୁଏ ତା'ଲୀନ
- ରବିନ୍ଦ୍ର ସାହୁ
କଳଙ୍କର ଟିକା ମୁଣ୍ତରେ ବୋହୁଚ
କି ହେବ ଅତର ଗନ୍ଧ !?
ରାସ୍ତାରେ ଚାଲିଲେ ଦେହରୁ ତୁମର
ବାସେ ମଦର ଦୃଗନ୍ଧ
ବାସ୍ତବରେ ଦିନେ ଆସିବରେ ମୃତ୍ୟୁ
ମତ୍ତ ଗର୍ବେ କାହିଁ ଅନ୍ଧ !
ମଦମୄତ୍ଯୁ ସିନା ବନ୍ଦ ହୁଅନ୍ତାହେ
ଲାଗିଗଲେ ପ୍ରତିବନ୍ଧ
‐ ରାଧା କୃଷ୍ଣ ବାୟକ
ମଣିଷ ଜାଣିଛି ମଦ୍ୟ ପାନ ଅଟେ
ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାର
ତଥପି ମଣିଷ ମଦ୍ୟ ପାନକରେ
ବଢେ ମଦ ମୃତ୍ୟୁହାର
ମଣିଷ ମରନ୍ତି ପୋକ ମାଛି ପରି
କମୁ ନି ମଦ ଚାହିଦା
ଗାଁ ଠୁ ସହର ମଦୁଆଙ୍କ ବୃଦ୍ଧି
ସ୍ୱାସ୍ଥ୍ୟ ପ୍ରତି ନାହିଁ ନିଘା
- ପ୍ରବୀର ମଲ୍ଲିକ୍
ସୁରାର ଆସରା ଦୁଃଖର ପସରା
ବୁଦ୍ଧି-ଶୁଦ୍ଧି ସବୁ ହଜେ
ତଥାପି ମଣିଷ ଆଦରି ନେଉଛି
ନିଜ ବିନାଶକୁ ନିଜେ
ନିଶାର ଫାସରେ ମଣିଷ ଆବଦ୍ଧ
ଅବେଳ କାଳର ବଳେ
ଭୁଲି ନିଜ ସ୍ଥିତି ଡ଼ାକଇ ବିପତ୍ତି
ସମୟର ଅନ୍ତରାଳେ
- ସନ୍ତୋଷ ପଟ୍ଟନାୟକ
ହାୟ ସରକାର ମଦ ଅଭିଯାନ
ଖୋଲିଛକି ଓଡ଼ିଶାରେ !
କେତେ ସ୍ତିରି ପିଲା ଅନାଥ ଯେ ହୋଇ
ବୁଲୁଛନ୍ତି ସଡ଼କରେ
ଏଇ ମଦ ପିଇ ମଣିଷଟା ଏଠି
ପାଲଟି ଯାଏ ରାକ୍ଷସ
ରକ୍ଷକ ବି ଏଠି ମଦ୍ୟପାନ କରି
ଶୋଷଇ ନାରୀ ମାଉଁସ
- ଜଗବନ୍ଧୁ ସାହୁ
ମନରେ ଅଶାନ୍ତି ଆସଇ ଅଚିରେ
ଗୃହେ ଉପୁଜେ କଳହ
କି'ଅବା ସୁଖଟେ ମିଳୁଛି ଜୀବନେ
ହୋଇଲେ ମଦରେ ମୋହ
ଦାରିଦ୍ର କଷଣ ଭାଙ୍ଗେ ଟାଣ ପଣ
ତୁଟେ ସଭିଙ୍କ ବିଶ୍ଵାସ
ଆପଣା ଲୋକବି ଅଚିହ୍ନା ହୁଅନ୍ତି
ମଦ ଯଦି କରେ ଗ୍ରାସ
- ଟୁକୁନା ସାହୁ
No comments:
Post a Comment