ମୋ'ଗାଁ ମନ୍ଦିର - 94
ସକାଳ ଧୂପରେ ସଞ୍ଜ ଆଳତୀରେ
ସମର୍ପିତ ମନ ପ୍ରାଣ
ଜଗତ ଠାକୁର କୋଟି ମନୋହର
ଅମୂଲ ଧନ ଜୀବନ ଭାଗବତ ପୋଥି ପୁରାଣର ସୁରେ
ମହକେ ମନ୍ଦିର ବେଢା
ଶାନ୍ତିର ପ୍ରତିକ ଧ୍ବଜାଟି ଲହରେ
କି' ସୁନ୍ଦର ତାର ଚୂଡ଼ା
- ସନ୍ତୋଷ ପଟ୍ଟନାୟକ
ମୋ ଗାଁଆ ମନ୍ଦିର ଗନ୍ତର୍ବ୍ୟର ଗୀର
ସିଦ୍ଧହସ୍ତ ସ୍ୱପ୍ନେଶ୍ବର
ବିରାଜିତ ପ୍ରଭୁ ସତ୍ୟ ଶିବଶମ୍ଭୁ
ଅସିମ ଶକ୍ତି ଅପାର
କୋଟିଏ ନମନ ହେ ଦଧିବାମନ
କଳମ୍ବ କୁଶଳେ କର୍ତ୍ତା
ରଖିଥ ଘୋଡାଇ ହେ କଳା ଗୋସାଇଁ
ଶାମୁକେ ଯେସନେ ମୁକ୍ତା
- ଦାଶରଥି ସାହୁ
ମୋ ଗାଆଁ ମନ୍ଦିର ଅତି ମନୋରମ
ସୁନ୍ଦରତା ପରିବେଶ
ସକାଳୁ ସକାଳୁ ମୃଦଙ୍ଗ ବାଦ୍ଯରେ
କଟିଯାଏ ସବୁ ଦୋଷ
ନିଇତି ସକାଳେ ପୂଜିବାକୁ ଯାଏ
ହରହର ମହାଦେବ
ପୂଜିଲେ ତୁମକୁ ମୁକ୍ତି ମିଳିଯିବ
ଦେବଙ୍କର ତୁମେ ଦେବ
‐ ରାଧା କୃଷ୍ଣ ବାୟକ
ରାମ ଓ ଲକ୍ଷ୍ମଣ ସୀତା ହନୁମାନ
ମୋ ଗାଆଁ ମନ୍ଦିରେ ପୂଜା
ରଘୁନାଥ ମନ୍ଦିର ଅଟେ ନାମ ତାର
ଫର ଫର ଉଡେ ଧ୍ବଜା
ମୋ ଗାଆଁ ମନ୍ଦିରେ ବେଶି ଶୋଭା ପାଏ
କଳା ଓ ସଂସ୍କୃତି ତାର
ବନାଇଛି ଯିଏ ମୋ ଗାଁ ମନ୍ଦିରକୁ
ଧନ୍ଯ ସେଇ କଳାକାର
- ଜଗବନ୍ଧୁ ସାହୁ
ଛୋଟିଆ ହେଲେ ବି ମୋ ଗାଆଁ ମନ୍ଦିର
ଦିଶଇ ଭାରି ସୁନ୍ଦର
ଯାନୀ ଯାତରାରେ ପୂଜା ପାର୍ବଣରେ
ଜମେ ଭକ୍ତଙ୍କ ଆସର
ଚନ୍ଦନ କର୍ପୂର ଧୂପ ଦୀପ ବାସେ
ମହକେ ମନ୍ଦିର ବେଢ଼ା
ନାଲିଆ ନେତରେ ଶୋଭା ପାଉଥାଏ
ମୋ ଗାଁ ମନ୍ଦିର ଚୂଡ଼ା
- ରାମ ଚନ୍ଦ୍ର ପ୍ରଧାନ
ଗ୍ରାମ ପୂର୍ବ ଦିଗେ ମା ଗ୍ରାମଦେବତୀ
ନାମ ତାଙ୍କ କେନ୍ଧୁଳାଇ
ପଶ୍ଚିମ ଦିଗରେ ପ୍ରଭୁ ସାଇରାମ
ଉତ୍ତରେ ମା ନାଗେଶ୍ୱରୀ
ଗ୍ରାମ ମଧ୍ୟ ଭାଗେ ମହାଲିଙ୍ଗ ରୂପେ
ମହାଦେବ ସ୍ୱପ୍ନେଶ୍ବର
ଦେବା ଦେବୀ ରୂପେ ପୂଜା ପାଉଛନ୍ତି
ରହି ମୋ ଗାଆଁ ମନ୍ଦିର
- ପ୍ରବୀର ମଲ୍ଲିକ୍
ମନ୍ଦିରରେ ବେଢା ବେଢାରେ ଚନ୍ଦନ
ବଗିଚା ଟଗର, ମଲ୍ଲୀ
ଚନ୍ଦନ କର୍ପୂରେ ମହକି ଯାଉଛି
ମୋ ଗାଆଁ ସାନ୍ତରାପଲ୍ଲୀ
ସକାଳେ ଭଜନ ସଞ୍ଜରେ କୀର୍ତ୍ତନ
ପାହାନ୍ତିଆ ଶଙ୍ଖ ଧ୍ବନୀ
ଭାସି ଆସୁଥାଏ ମୋ ଗାଆଁ ମନ୍ଦିରୁ
ମହାମନ୍ତ୍ର ସଂଜୀବନି
ପଶ୍ଚିମରେ ଶିବ ଶ୍ରୀ-ରାଧା ମାଧବ
ବଜରଙ୍ଗୀ ମହାବୀର
ପୂରୁବରେ ଶନି ଉତ୍ତରେ ବୁଢି-ମା'
ପୂଜା ପାଉଥାନ୍ତି ଚୀର
- ରବିନ୍ଦ୍ର ସାହୁ
ଘଣ୍ଟ-ଘଣ୍ଟି ଧ୍ଵନି ପ୍ରକମ୍ପିତ ହୁଏ
ଝାଞ୍ଜ ମୃଦଙ୍ଗର ତାଳେ
ଧୂପ ସୁଗନ୍ଧରେ ମହକି ଉଠଇ
ଆନନ୍ଦର କୋଳାହଳେ
ମୋ ଗ୍ରାମ ମନ୍ଦିରେ ସଙ୍କୀର୍ତ୍ତନ ଶୁଭେ
ସନ୍ଧ୍ୟା ହେଲେ ଆଗମନ
ପ୍ରଭୁ ଦର୍ଶନରେ ତୃପ୍ତି ହୋଇଯାଏ
ଗ୍ରାମବାସୀଙ୍କର ମନ
- ଟୁକୁନା ସାହୁ
No comments:
Post a Comment