ଲଜ୍ଜା - 96
ଲାଜେଇ ଯାଅନା ଅନନ୍ଯା ଅଙ୍ଗନା
ଆଭୂଷଣ ତୁମ ଜାଣେ
ଢାଳି ଦିଅ ପ୍ରୀତି ଗୋ ପ୍ରିୟା ବାସନ୍ତି
ଅଭିମାନ ଅକାରଣେ
ସଖି ସାକ୍ଷୀ ଶିଖ ଆକାଶ ମନଷ୍କ
ସପ୍ତମ ଋତୁର ସାଜ
ମୂଖ ମଖମଲ ଲାଗେ ଭାରି ଭଲ
ଲାସ୍ୟମୟୀ ତୁମ ଲାଜ
‐ ଦାଶରଥି ସାହୁ
ଲଜ୍ଜା ନୁହେଁ ଖାଲି ନାରୀର ଭୂଷଣ
ଲଜ୍ଜା ଅଟେ ସମାଜ ଆଭୂଷଣ
ଯେଉଁ କର୍ମ ନୁହେଁ ଅନୁମୋଦନ
ସମାଜେ ତାହାହିଁ ଲଜ୍ଜା ସୁମନ
ସଂକୋଚ,କୁଣ୍ଠା , ନତ ମସ୍ତକ
ସବୁରି ମୂଳ ଲଜ୍ଜା ବୃକ୍ଷରାଜ
ମାନବ ଲଜ୍ଜାର ପୃଷ୍ଠ ପୋଷକ
କୋମଳ ହୃଦୟ ବୃତ୍ତିବିଶେଷ
- ସନ୍ତୋଷ ପଟ୍ଟନାୟକ
ଥରେ ଲୋକ ଲଜ୍ଜା ହେଲେ ଏ ମଣିଷ
ହଜେ ତାର ସ୍ବାଭିମାନ
ଆଉ ଫେରେ ନାହିଁ ବାଣ୍ଟି ଦେଲେ ମଧ୍ଯ
କୁବେର ସମାନ ଧନ
ମଣିଷ ଜୀବନେ ସବୁ ଠାରୁ ଦାମି
ଅଟେ ପରା ସ୍ବାଭିମାନ
ତେଣୁ ଯେ ସମସ୍ତେ ଲୋକ ଲଜ୍ଜା ଠାରୁ
ରୁହ ହୋଇ ସାବଧାନ
- ଜଗବନ୍ଧୁ ସାହୁ
ଲଜ୍ଜା ଅଟେ ଭାଇ ଶ୍ରେଷ୍ଠ ଆଭୂଷଣ
ଏକଥାଟି ଟିକେ ହେଜ
ଅପନିନ୍ଦା ଠାରୁ ଦୂରେଇ ରହି କି'
ହୃଦେ ବୁଣ ପ୍ରେମ ବୀଜ
ସଂକୋଚ ହେଉ କି ଅବା କୁଣ୍ଠାବୋଧ
ରଖନାହିଁ କେବେ ମନେ
ନୀତି ଆଦର୍ଶର ମହନୀୟ ରଙ୍ଗେ
ଖୁସି ଭରିଦିଅ ପ୍ରାଣେ
ବିବେକ ବିଚାରେ ସଂସ୍କାରୀ ହୋଇ କି
କର ଲଜ୍ଜା ନିବାରଣ
ସ୍ୱାଭିମାନୀ ପରି ସଦା ବାଟ ଚାଲ
ଆସୁରେ ପଛେ ମରଣ
- ରାମ ଚନ୍ଦ୍ର ପ୍ରଧାନ
କୁଣ୍ଠା ,କ୍ରିଡା,ତ୍ରପା ,ସଙ୍କୋଚ ଅଟଇ
ଲଜ୍ଜା ପରିସର ଭୁକ୍ତ
ଏ ମହତ ଗୁଣ ରହିବାଟା ଜାଣ
ମଣିଷର ଆବଶ୍ୟକ
ଲଜ୍ଜା ପାଇଁ ଜନ ବସ୍ତ୍ର ପରିଧାନ
ଲଜ୍ଜାର ବାକ୍ ସଂଯମ
ଏ ମହତ ଗୁଣ ଯାହା ହୃଦେ ନାହିଁ
ସେ ଜଣ ପଶୁ ସମାନ
- ପ୍ରବୀର ମଲ୍ଲିକ୍
ଆଭୂଷଣ ଏହା ସାରା ସଂସାରର
କେବଳ ନାରୀର ନୁହଁ
ବଞ୍ଚାଇ ରଖିବା ସଭିଙ୍କ କର୍ତ୍ତବ୍ୟ
ଅବହେଳା ଆଣେ ଭୟ
ଲଜ୍ୟାକୁ ହରଣ କରି ଦୁଃଶାସନ
ଆକାଳେ ଧ୍ଵଂସ ହୋଇଲା
ତ୍ରିପୁର ବିଜୟୀ ରାବଣ ଅସୁର
ଅଚିରେ ପ୍ରାଣ ତେଜିଲା
- ଟୁକୁନା ସାହୁ
ଜୀବନେ ଏମିତି କରନି ଭୁଉଲ
ପାଞ୍ଚେଲୋକେ ହେବ ହୀନ
ଲଜ୍ଜାରେ ସର୍ବଦା ମୁଣ୍ଡକୁ ନୁଆଁଇ
ପଶ୍ଚାତାପେ ଯିବ ଦିନ
ଏମିତି ଏଭଳି କର୍ମ କରିଯାଅ
ଗର୍ବରେ ଫୁଲିବ ଛାତି
ମଲା ପରେ ସର୍ବେ ମନେ ରଖିଥିବେ
ସ୍ବର୍ଗେ ବି ମିଳିବ ଶାନ୍ତି
- ରବିନ୍ଦ୍ର ସାହୁ
ବେଲଜ୍ଯା ତୁମେରେ ମୁହେଁ ଲଜ୍ଯା ନାହିଁ
ହରାଅ ଆତ୍ମ ସମ୍ମାନ
ମାତୃଭୂମୀ ପାଇଁ ନାହିଁଟି ଦରଜ
ଖୋଲୁଛ ମଦ ଦୋକାନ
ଗାଆଁକୁ ଲୁଟୁଛ ମାଆକୁ ପିଟୁଛ
ଧିକ ଧିକ ତୁମ ଜୀବନ
ପିଇବା ଲୋକବି କିଛି କମ ନୁହଁ
ସୁଧୁରି ଯାଅରେ ଧନ
- ରାଧା କୃଷ୍ଣ ବାୟକ
No comments:
Post a Comment