Wednesday, March 31, 2021

☆ ବନ୍ଦେ ଉତ୍କଳ ଜନନୀ ☆

ଜୟ ତୁ' ଉତ୍କଳ ମାତା ଚୀର ବନ୍ଦନୀୟା
                                - ସନ୍ତୋଷ ପଟ୍ଟନାୟକ 
~~~~~~~~୦~~~~~~~~

ଜୟ ତୁ ଉତ୍କଳ ମାତା ଚୀର ବନ୍ଦନୀୟା 
ତୋହରି ଆଶିଷେ ଥାଉ ମୋର ଜୀବଛାୟା 
ଧନ୍ୟ ତୁହି ବୀରଙ୍ଗନା ଧନ୍ୟ ତୁ' ଜନନୀ 
ତୋହରି ସେବାରେ ବ୍ରତୀ ହେଉ ଏ ଜୀବନୀ  ॥

ତୋର ମଥାନରେ ଶୋଭା ପତିତପାବନ 
ତୋହରି କୋଳରେ ବିଦ୍ୟ ଜଗନ୍ନାଥ ଧାମ 
ସଦା ନିର୍ଝରିତ ଯହିଁ ଅଛି ବୈତରଣୀ 
ଋଷୁକୁଲ୍ୟା ଯହିଁ ମୁକ୍ତି ମୋକ୍ଷ ପ୍ରଦାୟିନୀ  ॥

ସାହିତ୍ୟ ସଂସ୍କୃତି କଳା ତୋର ଗଳା ହାର 
ଭଗ୍ନ କୋଣାରକ ବିଶ୍ବେ ଗାଏ ଗାଥା ତୋର 
ଐତିହ୍ୟ କୀର୍ତ୍ତିରେ ସୁସଜ୍ଜିତ ଶରୀର ତୋହରି 
ବୀର ପୁତ୍ର ଗଣ ତୋର ସୁରକ୍ଷା ଜଞ୍ଜିରୀ  ॥

ମହାନଦୀ ମହୋଦଧି ଚୀର ସ୍ମରଣୀୟା 
ସବୁଜ ବନାନୀ ତୋର ସୁଶୀତଳ ଛାୟା 
ନୀଳାମ୍ବୁ ଚିଲିକା ଅଟେ ତୋର ସ୍ମୃତି ଶୋଭା 
କୋଟି ବଣିକର ସେଇ ଅଦ୍ବିତୀୟ ଆଭା  ॥ 

ଧନ୍ୟ ଉତ୍କଳ ଜନନୀ  ତୋ'କୋଳେ ଜନମ  
ସ୍ମରଣେ ତୋର ସନ୍ତୋଷ କଲା ଗୁଣଗାନ ॥

        ~~~~0~~~~
ବେଗୁନିଆପଡା ବ୍ଳକ୍, ତିରିଡ଼ା, ଗଞ୍ଜାମ । 7984259080 ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...